'ମନ୍ତ୍ରୀମାନେ ହିନ୍ଦୀ କିମ୍ବା ଇଂରାଜୀ ଜାଣନ୍ତି ନାହିଁ', ମୁଖ୍ୟ ଶାସନ ସଚିବ ପରିବର୍ତ୍ତନ କରିବାକୁ ଅମିତ ଶାହାଙ୍କୁ ଅନୁରୋଧ
ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି ।
ନୂଆଦିଲ୍ଲୀ : ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବ ପରିବର୍ତ୍ତନ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ଆମ ସରକାରର କେତେକ ମନ୍ତ୍ରୀ ହିନ୍ଦୀ ଜାଣନ୍ତି ନାହିଁ କିମ୍ବା ଇଂରାଜୀ ମଧ୍ୟ ଜାଣନ୍ତି ନାହିଁ, ତେଣୁ କେନ୍ଦ୍ର ସରକାର ଏହାର ଆଦେଶରେ ପରିବର୍ତ୍ତନ ଆଣିବା ସହ ମିଜୋରାମର ମୁଖ୍ୟ ସଚିବଙ୍କୁ ବଦଳାଇବା ଉଚିତ୍ । ରେନୁ ଶର୍ମାଙ୍କ ସ୍ଥାନରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜେସି ରାମଥାଙ୍ଗାଙ୍କୁ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରେନୁ ଶର୍ମାଙ୍କର ମିଜୋ ଭାଷା ବିଷୟରେ ଜ୍ଞାନ ନାହିଁ, ଯେଉଁଥିପାଇଁ କାମ କରିବାରେ ଅନେକ ଅସୁବିଧା ହେଉଛି । ସେ କହିଛନ୍ତି ଯେ ଆମ ମନ୍ତ୍ରୀ ରେନୁ ଶର୍ମାଙ୍କ ଭାଷା ବୁଝି ପାରୁନାାଁନ୍ତି କିମ୍ବା ରେନୁ ଶର୍ମା ମିଜୋ ଭାଷା ବୁଝି ପାରୁ ନାହାଁନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ କହିଛନ୍ତି, ଗୁଜୁରାଟ କ୍ୟାଡରର ମୁଖ୍ୟ ଶାସନ ସଚିବ ଲାଲନୁମାଭିଆ ଚୁଆଉଗୋଙ୍କ ଅବସର ପରେ ସରକାର ରେନୁ ଶର୍ମାଙ୍କୁ ନୂତନ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଛନ୍ତି, କିନ୍ତୁ ମୁଁ ମୋର ଅନୁରୋଧ କରୁଛି ଯେ ମୋର ବର୍ତ୍ତମାନର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜେସି ରାମଥାଙ୍ଗାଙ୍କୁ (ମଣିପୁର କ୍ୟାଡର) ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଉ ।
ସୂଚନାଯୋଗ୍ୟ, ଅକ୍ଟୋବର 28 ରେ, କେନ୍ଦ୍ର ସରକାର ଏଜିଏମୟୁଟି କ୍ୟାଡରର 1988 ବ୍ୟାଚ୍ ଆଇଏଏସ୍ ଅଧିକାରୀ ରେନୁ ଶର୍ମାଙ୍କୁ ମିଜୋରାମର ନୂତନ ମୁଖ୍ୟ ଶାସନ ସଚିବ ଭାବରେ ନିଯୁକ୍ତ କରିଥିଲେ । ରେନୁ ଶର୍ମା 1 ନଭେମ୍ବରରୁ ଏହି ପଦ ଗ୍ରହଣ କରିଛନ୍ତି । ନଭେମ୍ବର 2 ରେ ମିଜୋରାମ ସିଏମ ଜେସି ରାମଥାଙ୍ଗାଙ୍କୁ ରାଜ୍ୟର ନୂତନ ମୁଖ୍ୟ ସଚିବ ଭାବରେ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ, ବର୍ତ୍ତମାନ ମିଜୋରାମରେ 2 ଜଣ ମୁଖ୍ୟ ଶାସନ ସଚିବ ଅଛନ୍ତି ।












Click it and Unblock the Notifications