ଆସାମ-ମିଜୋରାମ ସୀମା ବିବାଦ : ଉତ୍ତେଜନା ହ୍ରାସ କରିବାକୁ ସହମତ ହେଲେ ଉଭୟ ରାଜ୍ୟ
ଆସାମ ଏବଂ ମିଜୋରାମରେ ମଧ୍ୟ ସହମତ ହୋଇଛି ଯେ ଯେଉଁ ଅଞ୍ଚଳରେ ନିକଟରେ ବିବାଦ ଦେଖାଦେଇଛି, ଉଭୟ ରାଜ୍ୟ ପାଟ୍ରୋଲିଂ କରିବେ ନାହିଁ ଏବଂ ପୋଲିସ ବାହିନୀକୁ ସେହି ଅଞ୍ଚଳରେ ନିୟୋଜିତ କରିବେ ନାହିଁ ।
ଦିସପୁର : ଭାରତର ଉତ୍ତର-ପୂର୍ବ ରାଜ୍ୟ ଆସାମ ଏବଂ ମିଜୋରାମ ମଧ୍ୟରେ ଦୀର୍ଘ ଦଶନ୍ଧି ଧରି ଚାଲିଥିବା ସୀମା ବିବାଦର ସମାଧାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବର୍ତ୍ତମାନ ହସ୍ତକ୍ଷେପ କରିଛି । ଗୁରୁବାର ଦିନ ଆସାମ ଏବଂ ମିଜୋରାମ ମିଳିତ ବିବୃତ୍ତି ଜାରି କରି କହିଛନ୍ତି ଯେ ଆନ୍ତଃ ରାଜ୍ୟ ସୀମାରେ ଥିବା ତିକ୍ତତାକୁ ଦୂର କରିବା ନେଇ ଗୃହ ମନ୍ତ୍ରଣାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ମାଧ୍ୟମରେ ବିବାଦର ସ୍ଥାୟୀ ସମାଧାନ ପାଇଁ ଦୁଇ ରାଜ୍ୟ ସରକାର ନିଆଯାଇଥିବା ପଦକ୍ଷେପକୁ ଆଗକୁ ନେବାକୁ ଉଭୟ ରାଜ୍ୟ ସହମତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ ସୀମାକୁ ନେଇ ମିଜୋରାମ ଏବଂ ଆସାମ ମଧ୍ୟରେ ବିବାଦ ବହୁ ପୁରୁଣା । ଗତ ସପ୍ତାହରେ ପୋଲିସ ଏବଂ ଉଭୟ ରାଜ୍ୟର ସ୍ଥାନୀୟ ଲୋକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ବର୍ତ୍ତମାନ ଏହି ବିବାଦର ଅନ୍ତ ଘଟାଇବାକୁ ପଦକ୍ଷେପ ନିଆଯାଉଛି । ଏହି ସମୟରେ ଆସାମ ଏବଂ ନାଗାଲାଣ୍ଡ ସୀମା ଯୁଦ୍ଧ ଶେଷ ହେବା ପରେ ମିଜୋରାମ ସହିତ ସୀମା ବିବାଦର ମଧ୍ୟ ସମାଧାନ ହେବ ବୋଲି ଆଶା କରାଯାଉଛି । ଯଦିଓ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ, ତଥାପି ଗୃହ ମନ୍ତ୍ରଣାଳୟ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ନିଷ୍ପତ୍ତି ନେଇଛି ।
ଗୁରୁବାର ଦିନ ଆସାମ ଏବଂ ମିଜୋରାମର ମିଳିତ ବିବୃତ୍ତିରେ କୁହାଯାଇଛି ଯେ ଆନ୍ତଃ ରାଜ୍ୟ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବାକୁ ଉଭୟ ରାଜ୍ୟ ସହମତ ହୋଇଛନ୍ତି । ଆସାମ ଏବଂ ମିଜୋରାମରେ ମଧ୍ୟ ସହମତ ହୋଇଛି ଯେ ଯେଉଁ ଅଞ୍ଚଳରେ ନିକଟରେ ବିବାଦ ଦେଖାଦେଇଛି, ଉଭୟ ରାଜ୍ୟ ପାଟ୍ରୋଲିଂ କରିବେ ନାହିଁ ଏବଂ ପୋଲିସ ବାହିନୀକୁ ସେହି ଅଞ୍ଚଳରେ ନିୟୋଜିତ କରିବେ ନାହିଁ ।
Assam and Mizoram issue a joint statement, say that both the state governments agree to take forward the initiatives taken by MHA and their CMs to remove tensions prevailing around the inter-state border and to find lasting solutions to disputes through discussions pic.twitter.com/STkiurM9uf
— ANI (@ANI) August 5, 2021
ଏହି ଘଟଣାରେ ପ୍ରଥମଥର ପାଇଁ ଦୁଃଖ ପ୍ରକାଶ କରିଛି ମିଜୋରାମ । ସେହିପରି ମିଜୋରାମ ଯିବାକୁ ଆସାମ ସରକାର ନିଜ ଲୋକଙ୍କ ଉପରେ ଲଗାଇଥିବା କଟକଣାକୁ ମଧ୍ୟ ପ୍ରତ୍ୟାହାର କରିବେ ବୋଲି ଘୋଷଣା କରିଛନ୍ତି । ତେଣୁ ସୀମାରେ ଶାନ୍ତି ପ୍ରତିଷ୍ଠା ପାଇଁ ବାଟ ଫିଟିଥିବା ଆଶା କରାଯାଉଛି ।
ଦୁଇ ରାଜ୍ୟ ମଧ୍ୟରେ ସୃଷ୍ଟି ହୋଇଥିବା ସୀମା ବିବାଦର ସମାଧାନ ପାଇଁ ପ୍ରଥମ ରାଉଣ୍ଡ ବୈଠକ ଆସାମାର ରାଜଧାନୀ ଆଇଜଲରେ ବସିଥିଲା । ବୈଠକ ପରେ ଉଭୟ ରାଜ୍ୟ ଏପରି ଘୋଷଣା କରିଛନ୍ତି । ବୈଠକର ନିଷ୍ପତ୍ତି ଅନୁଯାୟୀ, ବିବାଦୀୟ ଅଞ୍ଚଳକୁ ଆସାମ କିମ୍ବା ମିଜୋରାମ କେହି ବି ନିଜର ସୁରକ୍ଷାକର୍ମୀଙ୍କୁ ପଠାଇବେ ନାହିଁ ।
ଆସନ୍ତୁ ଜାଣିବା ଆସାମ ସହିତ ସୀମା ବିବାଦରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଆପୋଷ ବୁଝାମଣା ପାଇଁ ପଦକ୍ଷେପ ନେଇଛନ୍ତି । ସୋମବାର ଦିନ ମିଜୋରାମ ସୀମା ବିବାଦ ସମ୍ପର୍କରେ ଜୁଲାଇ 26 ରେ ଦାଖଲ ହୋଇଥିବା ଏଫଆଇଆର ପ୍ରତ୍ୟାହାର କରିବାକୁ ଜୋରାମଥାଙ୍ଗା ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications