ବିଜେପିରେ ଯୋଗଦେବେ କି ମିଥୁନ ଚକ୍ରବର୍ତ୍ତୀ ? ମାର୍ଚ୍ଚ 7 ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଞ୍ଚ ସେୟାର କରିବେ
ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ ବିଜେପିରେ ସାମିଲ ହୋଇପାରନ୍ତି । ମିଥୁନ ଚକ୍ରବର୍ତ୍ତୀ 7 ମାର୍ଚ୍ଚରେ କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଦେଖାଦେଇପାରନ୍ତି ।
ନୂଆଦିଲ୍ଲୀ : ଅଭିନେତା ମିଥୁନ ଚକ୍ରବର୍ତ୍ତୀ ରବିବାର ଦିନ ବିଜେପିରେ ସାମିଲ ହୋଇପାରନ୍ତି । ମିଥୁନ ଚକ୍ରବର୍ତ୍ତୀ 7 ମାର୍ଚ୍ଚରେ କୋଲକାତାର ବ୍ରିଗେଡ ପ୍ୟାରେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମଞ୍ଚରେ ଦେଖାଦେଇପାରନ୍ତି । ସୂଚନାଯୋଗ୍ୟ, ମିଥୁନ ଚକ୍ରବର୍ତ୍ତୀ 16 ଫେବୃଆରୀରେ ଆରଏସଏସ ମୁଖ୍ୟ ମୋହନ ଭଗବତଙ୍କ ସହ ସାକ୍ଷାତ କରିଥିଲେ । ଏହା ପରେ ମିଥୁନ ଚକ୍ରବର୍ତ୍ତୀଙ୍କ ବିଜେପିରେ ଯୋଗଦେବା ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲେ । ବଲିଉଡର ବିଶିଷ୍ଟ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବେଙ୍ଗଲରେ ଶାସକ ମମତା ବାନାର୍ଜୀଙ୍କ ପାର୍ଟିରୁ ରାଜ୍ୟସଭା ସଦସ୍ୟ ରହିଛନ୍ତି ।

ମିଥୁନ ଚକ୍ରବର୍ତ୍ତୀ ଏପର୍ଯ୍ୟନ୍ତ ବିଜେପିରେ ଯୋଗ ଦେବେ ବୋଲି ନିଶ୍ଚିତ ହୋଇନାହିଁ । ମିଥୁନ ବିଜେପିରେ ଯୋଗଦେବା ପ୍ରଶ୍ନରେ ପଶ୍ଚିମବଙ୍ଗ ବିଜେପି ଉପାଧ୍ୟକ୍ଷ ଅର୍ଜୁନ ସିଂ କହିଛନ୍ତି,"ଯଦି ସେ ବିଜେପିକୁ ଆସନ୍ତି ତେବେ ଏହା ଉଭୟ ବଙ୍ଗଳା ଏବଂ ଆମ ଦଳ ପାଇଁ ଭଲ ହେବ । ଯଦି ସେ ପ୍ରଧାନମନ୍ତ୍ରୀଙ୍କ ସହ ମଞ୍ଚରେ ରହନ୍ତି ତେବେ ବଙ୍ଗଳାବାସୀ ଖୁସି ହେବେ ।" ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ 7 ରେ ବଙ୍ଗଳାରେ ରାଲି କରିବାକୁ ଯାଉଛନ୍ତି । ଏହି ରାଲିରେ ମିଥୁନ ଚକ୍ରବର୍ତ୍ତୀ ବିଜେପିକୁ ଆସିବା ନେଇ ଚର୍ଚ୍ଚା ହେଉଛି ।
ମିଥୁନ ଚକ୍ରବର୍ତ୍ତୀ ରାଜ୍ୟସଭା ସଦସ୍ୟ ଅଛନ୍ତି । ତାଙ୍କୁ ମମତା ବାନାର୍ଜୀଙ୍କ ପାର୍ଟି ଟିଏମସିରୁ ରାଜ୍ୟସଭାକୁ ପଠାଯାଇଥିଲା । ବଙ୍ଗଳା ନିର୍ବାଚନରେ ଜିତିବା ପାଇଁ ରାଜ୍ୟର ଭେଟେରାନ ନେତା ତଥା ଅଭିନେତାମାନଙ୍କୁ ନିଜ ପକ୍ଷକୁ ଆଣି ବିଜେପି ନିଜର ଶକ୍ତି ବୃଦ୍ଧି କରୁଛି । ଫେବୃଆରୀ ମାସରେ ଅଭିନେତା ଯଶ ଦାସଗୁପ୍ତଙ୍କ ବ୍ୟତୀତ ପ୍ରାୟ ଛ ଜଣ ବଙ୍ଗାଳୀ ଚଳଚ୍ଚିତ୍ର ସେଲିବ୍ରିଟିମାନେ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।












Click it and Unblock the Notifications