18 ବର୍ଷରୁ କମ୍ ମୁସଲମାନ ଝିଅ କାହାକୁ ବି ବିବାହ କରିବାର ସ୍ୱାଧିନତା ରହିଛି : ପଞ୍ଜାବ-ହରିୟାଣା ହାଇକୋର୍ଟ
ଯଦି ଜଣେ ମୁସଲମାନ ଝିଅର ବୟସ 18 ବର୍ଷରୁ କମ୍ କିନ୍ତୁ ଯୌବନାବସ୍ଥାରେ ପହଞ୍ଚିଛି, ତା'ହେଲେ ତାଙ୍କୁ କାହା ସହିତ ବିବାହ କରିବାର ସ୍ୱାଧୀନତା ଅଛି ।
ନୂଆଦିଲ୍ଲୀ : ମୁସଲମାନ ଝିଅଙ୍କ ବିବାହ ସ୍ୱାଧୀନତା ଉପରେ ପଞ୍ଜାବ ଏବଂ ହରିୟାଣା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ ଯଦି ଜଣେ ମୁସଲମାନ ଝିଅର ବୟସ 18 ବର୍ଷରୁ କମ୍ କିନ୍ତୁ ଯୌବନାବସ୍ଥାରେ ପହଞ୍ଚିଛି, ତା'ହେଲେ ତାଙ୍କୁ କାହା ସହିତ ବିବାହ କରିବାର ସ୍ୱାଧୀନତା ଅଛି । କୋର୍ଟ କହିଛନ୍ତି ଯେ ଯୁବାବସ୍ଥାରେ ପହଞ୍ଚିବା ପରେ ଜଣେ ମୁସଲମାନ ଝିଅ ମୁସଲିମ ବ୍ୟକ୍ତିଗତ ନିୟମ ଅନୁଯାୟୀ କାହାକୁ ବିବାହ କରିବାର ସ୍ୱାଧୀନତା ପାଇଥାଏ । ମୁସଲିମ ବିବାହର ଏହି ରାୟ ମୁସଲିମ ସାହିତ୍ୟ ଉପରେ ଆଧାର କରି ବିଭିନ୍ନ ଅଦାଲତ ଦେଇଥିବା ନିଷ୍ପତ୍ତିକୁ ଆଧାର କରି କୋର୍ଟ ଏହି ନିଷ୍ପତ୍ତି ଦେଇଛନ୍ତି । ସାର୍ ଦିନ୍ସା ଫାରଦୁଙ୍ଗି ମୁଲ୍ଲାଙ୍କ ଦ୍ୱାରା ଲିଖିତ 'Principles of Mohammedan Law'ର ଆର୍ଟିକିଲ୍ 195କୁ ଦର୍ଶାଇ କୋର୍ଟ କହିଛନ୍ତି ଯେ ଯଦି ଜଣେ ମୁସଲମାନ ଝିଅ ଯୌବନାବସ୍ଥାରେ ପହଞ୍ଚିଛି, ତେବେ ସେ ନିଜ ଇଚ୍ଛାନୁସାରେ ବିବାହ କରିବାର ସ୍ୱାଧିନତା ରହିଛି ।

ଆର୍ଟିକିଲ୍ 195 ଅନୁଯାୟୀ, ପ୍ରତ୍ୟେକ ମୁସଲମାନ ଯାହାର, ମାନସିକ ସ୍ଥିତି ଭଲ ରହିଛି ଏବଂ ଯୁବାବସ୍ଥା ପ୍ରାପ୍ତ ହୋଇଛି, ତେବେ ସେ ବିବାହ କରିପାରିବେ । ଯଦି ମାନସିକ ସ୍ତରରେ ଅପରିପକ୍ୱ ଏବଂ ଯୌବନ ପ୍ରାପ୍ତ କରିନଥିବା ବ୍ୟକ୍ତି ଯଦି ବିବାହ କରନ୍ତି ତେବେ ସେମାନଙ୍କ ବିବାହ ଅବୌଧ ଘୋଷିତ ହୋଇଥାଏ । ପୁସ୍ତକ ଅନୁଯାୟୀ, ବିଶ୍ୱାସ କରାଯାଏ ଯେ ଯୌବନାବସ୍ଥା କଳ୍ପନା କରାଯାଇଥାଏ କିନ୍ତୁ ଯଦି ପ୍ରମାଣ ଅଭାବ ଥାଏ, ତେବେ ଏହାର ବୟସ 15 ବର୍ଷ ବୋଲି ବିବେଚନା କରାଯିବ । ଜଷ୍ଟିସ୍ ଅଲକା ସରିନ୍ କୋର୍ଟଙ୍କ ତରଫରୁ ଏହି ରାୟ ପ୍ରଦାନ କରିଛନ୍ତି । ପଞ୍ଜାବର ଏକ ଦମ୍ପତିଙ୍କ ମାମଲାର ଶୁଣାଣି ସମୟରେ କୋର୍ଟ ଏହି ରାୟ ଦେଇଛନ୍ତି । ଏହି ମାମଲା ଜଣେ 36 ବର୍ଷ ବୟସ୍କ ପୁରୁଷ ଏବଂ 17 ବର୍ଷର ବାଳିକା ଦ୍ୱାରା 21 ଜାନୁୟାରୀ 2021 ରେ ଆବେଦନ କରାଯାଇଥିଲା ।
କୋର୍ଟଙ୍କ ନିର୍ଦ୍ଦେଶ ସହିତ ଏହି ଦମ୍ପତି ସେମାନଙ୍କର ଜୀବନର ସ୍ୱାଧୀନତା ଏବଂ ପରିବାର ସମ୍ପର୍କୀୟଙ୍କଠାରୁ ସୁରକ୍ଷା ପାଇଁ ନିବେଦନ କରିଥିଲେ । ସେମାନଙ୍କ କହିବା କଥା କି, ପରିବାର ଆମ ବିବାହ ବିରୁଦ୍ଧରେ, ତେଣୁ ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ । ଆବେଦନକାରୀ କହିଛନ୍ତି ଯେ ମୁସଲିମ ନିୟମ ଯୌବନାବସ୍ଥା ଅନୁସାରେ ଜଣେ ଝିଅ 15 ବର୍ଷ ବୟସରେ ପ୍ରାପ୍ତ ଯୁବାବସ୍ଥାରେ ପହଞ୍ଚିଥାଏ । ଆବେଦନକାରୀ ଯୁକ୍ତି କରିଛନ୍ତି ଯେ ଉଭୟ ପୁଅ କିମ୍ବା ଝିଅଙ୍କର 15 ବର୍ଷ ବୟସ ପରେ ବିବାହ କରିବାର ଅଧିକାର ଅଛି ଏବଂ ଏଥିରେ ହସ୍ତକ୍ଷେପ କରିବାର ପିତାମାତାଙ୍କର କୌଣସି ଅଧିକାର ନାହିଁ । ଏହି ମାମଲାର ଶୁଣାଣି ବେଳେ ବିଚାରପତି କହିଛନ୍ତି ଯେ ମୁସଲମାନ ଝିଅ ମୁସଲିମ ବ୍ୟକ୍ତିଗତ ନିୟମ ଅନୁଯାୟୀ ଚାଲନ୍ତି । କିନ୍ତୁ କେବଳ ଦୁହେଁ ବିବାହ କରିଛନ୍ତି ଏହାର ଅର୍ଥ ନୁହେଁ ଯେ ସେମାନଙ୍କର ମୌଳିକ ଅଧିକାର ସେମାନଙ୍କଠାରୁ ଛଡ଼ାଇନିଆଯିବ ।












Click it and Unblock the Notifications