For Quick Alerts
Turn On Notification  
For Daily Alerts
Oneindia App Download

କେନ୍ଦ୍ର ସରକାରଙ୍କ ସାଇବର ଷ୍ଟ୍ରାଇକ୍, 6 ପାକିସ୍ତାନୀ ଚ୍ୟାନେଲ ସମେତ 16 ୟୁଟ୍ୟୁବ୍ ଚ୍ୟାନେଲ ଉପରେ କାର୍ଯ୍ୟାନୁଷ୍ଠାନ

ଭାରତ ସରକାର 16 ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲକୁ ବ୍ଲକ୍ କରିଛନ୍ତି । ଏଥିମଧ୍ୟରୁ 10 ଟି ଭାରତରୁ ଏବଂ 6 ଟି ପାକିସ୍ଥାନରୁ କାର୍ଯ୍ୟ କରୁଥିଲା ।

|

ନୂଆଦିଲ୍ଲୀ : ଦେଶର ଲୋକଙ୍କ ମଧ୍ୟରେ ଅପପ୍ରଚାର ଓ ଘୃଣ୍ୟ ପ୍ରସାର କରୁଥିବା ବିରୋଧରେ କେନ୍ଦ୍ର ସରକାର ସାଇବର ଷ୍ଟ୍ରାଇକ୍ ଜାରି ରଖଇଛନ୍ତି । ଭାରତ ସରକାର 16 ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲକୁ ବ୍ଲକ୍ କରିଛନ୍ତି । ଏଥିମଧ୍ୟରୁ 10 ଟି ଭାରତରୁ ଏବଂ 6 ଟି ପାକିସ୍ଥାନରୁ କାର୍ଯ୍ୟ କରୁଥିଲା । ଭାରତର ସୁରକ୍ଷା ବିଷୟରେ ପ୍ରଚାର ପ୍ରସାର ପାଇଁ ଏହି ଚ୍ୟାନେଲଗୁଡ଼ିକ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏହି ଚ୍ୟାନେଲଗୁଡ଼ିକୁ ବ୍ଲକ୍ କରିଛି ।

youtube

ସୋମବାର ଦିନ କେନ୍ଦ୍ର ସରକାର ଏହା କହିଛନ୍ତି ଯେ ଦେଶର ସୁରକ୍ଷା, ବୈଦେଶିକ ସମ୍ପର୍କ ତଥା ସାର୍ବଜନୀନ ବ୍ୟବସ୍ଥାକୁ ନେଇ ଅପପ୍ରଚାର ପ୍ରସାର କରୁଥିବାରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ 16 ଟି ୟୁଟ୍ୟୁବ ନ୍ୟୁଜ ଚ୍ୟାନେଲକୁ ବ୍ଲକ୍ କରିଛି । ଏଥିମଧ୍ୟରେ 10 ଟି ଭାରତୀୟ ଏବଂ 6 ଟି ପାକିସ୍ଥାନ ଭିତ୍ତିକ ୟୁଟ୍ୟୁବ୍ ନ୍ୟୁଜ୍ ଚ୍ୟାନେଲ ରହିଛି । ଆତଙ୍କ ସୃଷ୍ଟି କରିବା, ସାମ୍ପ୍ରଦାୟିକ ଅସନ୍ତୋଷ ସୃଷ୍ଟି କରିବା ଏବଂ ଭାରତରେ ଜନସାଧାରଣଙ୍କ ଶୃଙ୍ଖଳାକୁ ଭଣ୍ଡୁର କରିବା ପାଇଁ ଏହି ଚ୍ୟାନେଲଗୁଡ଼ିକ ମିଥ୍ୟା ସୂଚନା ବିସ୍ତାର କରୁଥିଲା । ଏହି ୟୁଟ୍ୟୁବ୍ ଚ୍ୟାନେଲଗୁଡିକର ଦର୍ଶକଙ୍କ ସଂଖ୍ୟା 68 କୋଟିରୁ ଅଧିକ ଥିଲା ।

ଏହା ପୂର୍ବରୁ ଚଳିତ ଅପ୍ରେଲ 5 ତାରିଖରେ, ଅର୍ଥାତ୍ 20 ଦିନ ପୂର୍ବରୁ, ସରକାର 22 ଟି ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ, ସେଥିମଧ୍ୟରୁ 18 ଟି ଭାରତୀୟ ଏବଂ 4 ଟି ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ଥିଲା । ଭାରତର ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ଜନ ଶୃଙ୍ଖଳା ବିଷୟରେ ମିଥ୍ୟା ତଥ୍ୟ ବିସ୍ତାର କରିଥିବା ଅଭିଯୋଗ ହୋଇଥିଲା । ଏହି ୟୁଟ୍ୟୁବ ଚ୍ୟାନେଲ ବ୍ୟତୀତ ସରକାର 3 ଟି ଟ୍ୱିଟର୍ ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ ୱେବସାଇଟକୁ ମଧ୍ୟ ବ୍ୟାନ୍ କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Ministry of I & B blocks 16 YouTube news channels for spreading disinformation related to India national security
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X