Get Updates
Get notified of breaking news, exclusive insights, and must-see stories!

ପଞ୍ଜାବ : ଲୁଧିଆନା କୋର୍ଟ ବିସ୍ଫୋରଣ ସମ୍ପର୍କରେ ରିପୋର୍ଟ ମାଗିଛି ଗୃହ ମନ୍ତ୍ରଣାଳୟ, ରାଜ୍ୟରେ ହାଇ ଆଲର୍ଟ

ପଞ୍ଜାବର ଲୁଧିଆନାସ୍ଥିତ କୋର୍ଟ ପରିସରରେ ବିସ୍ଫୋରଣରେ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଏନଆଇଏ ଟିମ୍ ଚଣ୍ଡିଗଡ଼ରୁ ଲୁଧିଆନା ଅଭିମୁଖେ ଯାତ୍ରା କରିଛି ।

ନୂଆଦିଲ୍ଲୀ : ପଞ୍ଜାବର ଲୁଧିଆନାସ୍ଥିତ କୋର୍ଟ ପରିସରରେ ବିସ୍ଫୋରଣରେ 2ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଏନଆଇଏ ଟିମ୍ ଚଣ୍ଡିଗଡ଼ରୁ ଲୁଧିଆନା ଅଭିମୁଖେ ଯାତ୍ରା କରିଛି । ପଞ୍ଜାବରେ ପୋଲିସ ହାଇ ଆଲର୍ଟ ଜାରି କରିଛି । ବିସ୍ଫୋରଣ ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଞ୍ଜାବ ସରକାରଙ୍କଠାରୁ ରିପୋର୍ଟ ମାଗିଛି । ଡେପୁଟି ସିଏମ୍ ରାନ୍ଧୱା ଚଣ୍ଡିଗଡ଼ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି । ସର୍ବସାଧାରଣ ସ୍ଥାନରେ ସୁରକ୍ଷା ବୃଦ୍ଧି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

punjab explosion

ଗୁରୁବାର ଦିନ ପଞ୍ଜାବର ଲୁଧିଆନାରେ ଥିବା ଜିଲ୍ଲା କୋର୍ଟ ପରିସରରେ ଏକ ବିସ୍ଫୋରଣ ଘଟିଛି ଯେଉଁଥିରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଆହତ ହୋଇଛନ୍ତି । କୋର୍ଟ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଶୌଚାଳୟରେ ଏହି ବିସ୍ଫୋରଣ ଘଟିଥିବା ପୋଲିସ କହିଛି । କୋର୍ଟ ପରିସରରେ ବିସ୍ଫୋରଣ ପରେ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି । ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିବାବେଳେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରାଜ୍ୟରେ କୋର୍ଟର ସୁରକ୍ଷା ବୃଦ୍ଧି କରିବାକୁ କହିଛନ୍ତି ।

ଅନ୍ୟପକ୍ଷରେ ପଞ୍ଜାବ ସରକାରଙ୍କଠାରୁ ଗୃହ ମନ୍ତ୍ରଣାଳୟ ଏକ ରିପୋର୍ଟ ମାଗିଛି । ଏହି ସମୟରେ, ଏନଆଇଏ ଟିମ୍ ମଧ୍ୟ ଲୁଧିଆନାରେ ପହଞ୍ଚି ଘଟଣାର ତଦନ୍ତ କରୁଛି । ଏନଏସଜି ଟିମ୍ ମଧ୍ୟ ଆସିଥିବା ଜଣାପଡ଼ିଛି ।

ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂ ଚନ୍ନୀ ଏହି ବିସ୍ଫୋରଣକୁ ନିନ୍ଦା କରିବା ସହ ପରିସ୍ଥିତିର ଅନୁଧ୍ୟାନ କରିବାକୁ ସେ ଲୁଧିଆନା ଗସ୍ତ କରିବେ ବୋଲି କହିଛନ୍ତି । ସେ କହିଛନ୍ତି ଯେ, (ବିଧାନସଭା) ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଷ୍ଟ୍ର ବିରୋଧୀ ତଥା ରାଜ୍ୟ ବିରୋଧୀ ଶକ୍ତିମାନେ ଏପରି ଘୃଣ୍ୟ କାର୍ଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି .... ସରକାର ଏଥିପ୍ରତି ସଚେତନ ଅଛନ୍ତି ଏବଂ ଲୋକମାନେ ମଧ୍ୟ ସତର୍କ ରୁହନ୍ତୁ । ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଚନ୍ନୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+