ଅଲ-ଉମର-ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ମୁସ୍ତାକ ଅହମ୍ମଦ ଜରଗାରକୁ ଆତଙ୍କବାଦୀ ଘୋଷଣା କଲା ଗୃହ ମନ୍ତ୍ରଣାଳୟ

ଉଲ-ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ତଥା ମୁଖ୍ୟ କମାଣ୍ଡର ମୁସ୍ତାକ ଅହମ୍ମଦ ଜରଗରକୁ ଗୃହ ମନ୍ତ୍ରଣାଳୟ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, 1967 ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛି ।

ନୂଆଦିଲ୍ଲୀ : ଅଲ-ଉମର-ମୁଜାହିଦ୍ଦିନର ପ୍ରତିଷ୍ଠାତା ତଥା ମୁଖ୍ୟ କମାଣ୍ଡର ମୁସ୍ତାକ ଅହମ୍ମଦ ଜରଗରକୁ ଗୃହ ମନ୍ତ୍ରଣାଳୟ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, 1967 ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛି । 1999 ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଅପହରଣରେ ମୁକ୍ତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜରଗର ଅନ୍ୟତମ ।

Mushtaq Ahmed Zargar

ନେପାଳର ରାଜଧାନୀ କାଠମାଣ୍ଡୁରୁ 24 ଡିସେମ୍ବର 1999 ରେ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ IEC-814 ଅପହରଣ କରାଯାଇଥିଲା । ବିମାନଟି କାଠମାଣ୍ଡୁରୁ ଦିଲ୍ଲୀ ଯିବାର ଥିଲା, କିନ୍ତୁ ଅପହରଣକାରୀମାନେ ଏହାକୁ ଆଫଗାନିସ୍ତାନର କାନ୍ଦାହାରକୁ ନେଇଥିଲେ । ସେହି ସମୟରେ ଆଫଗାନିସ୍ତାନ ତାଲିବାନ ଦ୍ୱାରା ଶାସିତ ହୋଇଥିଲା । ବିମାନଟି କାନ୍ଦାହାରରେ ଅବତରଣ କରିବା ପୂର୍ବରୁ ଏହା ଅମୃତସର, ଲାହୋର ଏବଂ ଦୁବାଇରେ ମଧ୍ୟ ପହଞ୍ଚିଥିଲା ।

ଆଇସି -814 ଅପହରଣରେ ସମ୍ପୃକ୍ତ ଥିବା ଜାହୁର ମିସ୍ତ୍ରୀ ଓରଫ୍ ଜାହିଦ ଅଖୁନ୍ଦର ଗତ ମାସରେ ପାକିସ୍ତାନର କରାଚିରେ ହତ୍ୟା ହୋଇଥିଲା । ଡିସେମ୍ବର 1999 କାନ୍ଦାହାର ଅପହରଣରେ ଜାହୁର ପାଞ୍ଚ ଜଣ ଅପହରଣକାରୀଙ୍କ ମଧ୍ୟରୁ ଜଣେ ଥିଲୀ । ସେ ଏକ ମିଥ୍ୟା ପରିଚୟରେ ଅନେକ ବର୍ଷ ଧରି କରାଚିରେ ରହୁଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+