Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନକୁ ଗୁପ୍ତ ସୂଚନା ପଠାଉଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଡ୍ରାଇଭର

ବୈଦେଶିକ ମନ୍ତ୍ରଣାଳୟର ଜଣେ ଡ୍ରାଇଭରଙ୍କୁ ଜବାହରଲାଲ ନେହେରୁ ଭବନରୁ ଦିଲ୍ଲୀ ପୋଲିସର କ୍ରାଇମ ଶାଖା ଗିରଫ କରିଛି । ଡ୍ରାଇଭର ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରିଥିବା ଅଭିଯୋଗ ହୋଇଛି ।

ନୂଆଦିଲ୍ଲୀ : ବୈଦେଶିକ ମନ୍ତ୍ରଣାଳୟର ଜଣେ ଡ୍ରାଇଭରଙ୍କୁ ଜବାହରଲାଲ ନେହେରୁ ଭବନରୁ ଦିଲ୍ଲୀ ପୋଲିସର କ୍ରାଇମ ଶାଖା ଗିରଫ କରିଛି । ଡ୍ରାଇଭର ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରିଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସକୁ ମିଳିଥିବା ସୂତ୍ର ଅନୁଯାୟୀ, ସେ ଟଙ୍କା ବଦଳରେ ପାକିସ୍ତାନକୁ ଗୁପ୍ତ ସୂଚନା ଦେଉଥିଲା ।

MEA

କୁହାଯାଉଛି ଯେ ଡ୍ରାଇଭର ଜଣକ ଟଙ୍କା ବଦଳରେ ପାକିସ୍ତାନର ଜଣେ PIO କୁ ସୂଚନା ଏବଂ ଡକ୍ୟୁମେଣ୍ଟ ପଠାଉତିଲା । ଏହାକୁ ହନିଟ୍ରାପ୍ ସହିତ ଜଡିତ ବୋଲି କୁହାଯାଉଛି । ଦିଲ୍ଲୀ ପୋଲିସର ସୂଚନାନୁସାରେ, ପାକିସ୍ତାନୀ ଗୁପ୍ତଚର ବୈଦେଶିକ ମନ୍ତ୍ରଣାଳୟର ଡ୍ରାଇଭରକୁ ଫସାଇବା ପାଇଁ ଏକ ଜାଲ୍ ଆଇଡି ବ୍ୟବହାର କରିଥିଲା ।
ଦିଲ୍ଲୀ ପୋଲିସ ଓ ତଦନ୍ତକାରୀ ସଂସ୍ଥା ଦ୍ୱାରା ତାକୁ ଗିରଫ କରାଯାଇଛି । କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସେ ଆଇଏସଆଇକୁ ପଠାଇଛି ତା ଉପରେ ଯାଞ୍ଚ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+