ବେଆଇନ୍ ଖଣି ମାମଲା, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି
ବେଆଇନ ଖଣି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଅବୈଧ ଖଣି ଖନନ ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ଦାଏର ପିଟିସନ ଖାରଜ କରିଛନ୍ତି କୋର୍ଟ ।
ନୂଆଦିଲ୍ଲୀ : ବେଆଇନ ଖଣି ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଅବୈଧ ଖଣି ଖନନ ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ଦାଏର ପିଟିସନ ଖାରଜ କରିଛନ୍ତି କୋର୍ଟ ।

ହାଇକୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରିବା ନିମନ୍ତେ ତାଙ୍କ ଆବେଦନ ଶୁଣାଣି କରିବା ଲାଗି ଆଜି ସୁପ୍ରିମ୍ କୋର୍ଟ ଅନୁମତି ଦେବାରୁ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଆଶ୍ୱସ୍ତି ମିଳିଛି । ଖଣି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ସୋରେନ୍ଙ୍କ ବିରୋଧରେ ତଦନ୍ତ କରାଯାଇ ପାରିବ ବୋଲି ଆଗତ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ କାଏମ ରଖିଥିଲେ ।
ଖଣି ଖନନ ମାମଲାରେ ହାଇକୋର୍ଟରେ ଏକ ପିଆଇଏଲ ଦାଖଲ ହୋଇଥିଲା । କୋର୍ଟ ଏହି ପିଆଇଏଲକୁ ଗ୍ରହଣ କରିଥିବା ବେଳେ ରାଜ୍ୟ ସରକାର ଏହାର ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସର୍ବୋଚ୍ଚ କୋର୍ଟ ଏହାର ଶୁଣାଣି କରିବା ସହ ଝାଡଖଣ୍ଡ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇଛନ୍ତି । ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।












Click it and Unblock the Notifications