ଛତିଶଗଡରେ ଚୂନ ଖାଦାନ ଭୁଶୁଡ଼ି 7 ମୃତ, 12 ଜଣ ଫସି ରହିଛନ୍ତି
ଶୁକ୍ରବାର ଜଗଦଲପୁର ଠାରୁ 11 କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଖଣି ହଠାତ୍ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 7 ଜଣଙ୍କର ମୃତ୍ୟୁ ହୋଇଛି ।
ଜଗଦଲପୁର : ଛତିଶଗଡର ଜଗଦଲପୁରରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଶୁକ୍ରବାର ଜଗଦଲପୁର ଠାରୁ 11 କିଲୋମିଟର ଦୂରରେ ଥିବା ମାଲଗାଓଁରେ ଏକ ଖଣି ହଠାତ୍ ଭୁଶୁଡ଼ି ପଡ଼ିଛି । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 7 ଜଣଙ୍କର ମୃତ୍ୟୁ ହୋଇଛି ।
ମୃତକଙ୍କ ମଧ୍ୟରେ 6 ଜଣ ମହିଳା ଥିବାବେଳେ ଜଣେ ପୁରୁଷ ଅଛନ୍ତି । ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ମେଡିକାଲ ନେବା ସମୟରେ ଅନ୍ୟ ଦୁଇ ଜଣକର ମୃତ୍ୟୁ ହୋଇଛି ।

ଏହି ଦୁର୍ଘଟଣାରେ 12 ରୁ ଅଧିକ ଗ୍ରାମବାସୀ ଫସି ରହିଥିବା କୁହାଯାଉଛି । ସୂଚନା ଅନୁଯାୟୀ, ଦୁର୍ଘଟଣା ସ୍ଥଳରେ ଆହୁରି ଅନେକ ଲୋକ ଫସି ରହିଛନ୍ତି । ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ ଏବଂ SDRF ଦ୍ୱାରା ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା 2 ଗ୍ରାମବାସୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି ।












Click it and Unblock the Notifications