ରଜୌରୀ ନିକଟରେ ଖାଲକୁ ଖସିଲା ସେନା ଗାଡ଼ି, 2 ଯବାନ ସହିଦ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ରଜୌରୀ ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ସଡ଼କ ଦୁର୍ଘଟଣାରେ ଦୁଇ ସେନା କର୍ମଚାରୀଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LoC) ନିକଟରେ ଥିବା କେରି ସେକ୍ଟରରେ ଏହି ଦୁର୍ଘଟଣା ଘଟିଛି । ସେନା ଗାଡ଼ି ଏକ ଖାଲକୁ ଖସିପଡ଼ିବା ଫଳରେ ସେନାକୁ ଏହି କ୍ଷତି ହୋଇଛି ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେନା, ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଆହତମାନଙ୍କୁ ଡାକ୍ତରଖାନା ନିଆଯାଉଛି । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ସେନା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ପରେ ତଦନ୍ତ କରୁଛନ୍ତି ।












Click it and Unblock the Notifications