• search
For Quick Alerts
Turn On Notification  
For Daily Alerts

କାଶ୍ମୀର : ଅଣ କାଶ୍ମୀରବାସୀଙ୍କ ହତ୍ୟା ପରେ ରାଜ୍ୟରୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, କହିଛନ୍ତି - ପରିସ୍ଥିତି ଖରାପ, ଆମେ ଭୟଭୀତ

|

ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ଅଣ-କାଶ୍ମୀରବାସୀଙ୍କୁ ନିରନ୍ତର ଟାର୍ଗେଟ କରି ହତ୍ୟା କରୁଛନ୍ତି । ଅଣ-କାଶ୍ମୀରବାସୀଙ୍କ ଉପରେ ଲଗାତାର ଆତଙ୍କବାଦୀ ଆକ୍ରମଣ ପରେ ରାଜ୍ୟର ପ୍ରବାସୀ ଶ୍ରମିକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କାଶ୍ମୀର ଛାଡିବାକୁ ପ୍ରବାସୀ ଶ୍ରମିକମାନେ ଭିଡ଼ ଲଗାଇଛନ୍ତି । ସୋମବାର ମଧ୍ୟ ଆତଙ୍କବାଦୀଙ୍କ ଦ୍ୱାରା ଅଣ-କାଶ୍ମୀରବାସୀଙ୍କୁ ଟାର୍ଗେଟ କରି ହତ୍ୟା କରିବା ପରେ ପ୍ରବାସୀ ଶ୍ରମିକମାନେ ଶ୍ରୀନଗର ଛାଡ଼ୁଛନ୍ତି । ରାଜସ୍ଥାନରୁ ଆସିଥିବା ପ୍ରବାସୀମାନଙ୍କ ମଧ୍ୟରୁ ଜଣେ କହିଛନ୍ତି, "ଏଠାରେ ପରିସ୍ଥିତି ଅତ୍ୟନ୍ତ ଖରାପ ହେବାରେ ଲାଗିଛି । ଆମେ ଭୟଭୀତ, ଆମ ସହିତ ପିଲାମାନେ ଅଛନ୍ତି ଏବଂ ତେଣୁ ଆମ ସହରକୁ ଫେରିଯାଉଛୁ ।"

jammu and kashmir

ଅକ୍ଟୋବର ପ୍ରଥମ ସପ୍ତାହରୁ ଆତଙ୍କବାଦୀମାନେ ଉପତ୍ୟକାରେ ଅଣ - କାଶ୍ମୀରୀ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । କାଶ୍ମୀରରେ ଭୟର ବାତାବରଣ ପରେ ବହୁ ସଂଖ୍ୟକ ଲୋକ ଜାମ୍ମୁରେ ପହଞ୍ଚି ଟ୍ରେନ ଯୋଗେ ନିଜ ରାଜ୍ୟକୁ ଫେରି ଯାଉଛନ୍ତି ।

ରବିବାର (ଅକ୍ଟୋବର 17) ଜାମ୍ମୁ କାଶ୍ମୀରରେ ଅଣ କାଶ୍ମୀରବାସୀଙ୍କୁ ଟାର୍ଗେଟ କରୁଥିବା ଆତଙ୍କବାଦୀମାନେ ବିହାରର ଆଉ ଦୁଇଜଣ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏଥି ସହିତ ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ କିଛି ଲୋକ ଆହତ ହୋଇଛନ୍ତି । 11 ଜଣ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ 5 ଜଣ ପ୍ରବାସୀ ଶ୍ରମିକ ରହିଛନ୍ତି ।

କାଶ୍ମୀର ପୋଲିସ କହିଛି ଯେ ପୀଡିତ ରାଜା ରେସି ଦେଓ ଏବଂ ଯୋଗୀନ୍ଦର ରେସି ଦେଓ, ବିହାରର ଜଣେ ସହଯୋଗୀଙ୍କ ସହ କୁଲଗାମର ଲାରାନ ଗାଙ୍ଗିପୋରା ୱାନପୋହରେ ଭଡା ଘରେ ଥିବାବେଳେ ଆତଙ୍କବାଦୀମାନେ ଆଖିବୁଜା ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ ରାଜା ଏବଂ ଯୋଗୀନ୍ଦରଙ୍କ ମୃତ୍ୟୁ ହୋଇଥିଲା । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଉଭୟ ମୃତ ବ୍ୟକ୍ତିଙ୍କୁ 6ଟି ଲେଖାଏଁ ଗୁଳି ଲାଗିଛି । କୋଠରୀରେ ଥିବା ଅନ୍ୟଜଣେ ବ୍ୟକ୍ତି ଚୁନଚୁନ୍ ରେସି ଦେଓ ବୋଲି ଜଣା ପଡିଥିବା ବେଳେ ଅନନ୍ତନାଗ ଡାକ୍ତରଖାନାରେ ଚିକିତ୍ସା ପରେ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଉଛି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
migrant workers leaves from Kashmir after recent incidents
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X