Get Updates
Get notified of breaking news, exclusive insights, and must-see stories!

ଘାରୁଛି ଲକଡାଉନ ଭୟ, ଘରମୁହାଁ ହେଲେଣି ପ୍ରବାସୀ ଶମିକ

ପ୍ରବାସୀ ଶ୍ରମିକମାନେ ପୁଣି ଥରେ ଘରମୁହାଁ ହେଲେଣି । ଲକଡାଉନ୍ ଭୟରେ ଶ୍ରମିକମାନେ ସହର ଛାଡ଼ି ପୁଣି ନିଜ ନିଜ ଗାଁକୁ ଫେରିବାକୁ ଲାଗିଛନ୍ତି । ଏପରି ପରିସ୍ଥିତି ଦେଖିବାକୁ ମିଳିଛି ମୁମ୍ବାଇର କୁର୍ଲା ଠାରେ ଥିବା ଲୋକମାନ୍ୟତିଲକ ଟର୍ମିନାଲରେ ।

ମୁମ୍ବାଇ : କରୋନା ମହାମାରୀର ଦ୍ୱିତୀୟ ଲହର ବିସ୍ତାର ବୃଦ୍ଧି ପାଇବା ସହ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ରେକର୍ଡ ଭାଙ୍ଗୁଛି । ଏଭଳି ପରିସ୍ଥିତିରେ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ଘରମୁହାଁ ହେଲେଣି । ଲକଡାଉନ୍ ଭୟରେ ଶ୍ରମିକମାନେ ସହର ଛାଡ଼ି ପୁଣି ନିଜ ନିଜ ଗାଁକୁ ଫେରିବାକୁ ଲାଗିଛନ୍ତି । ଏପରି ପରିସ୍ଥିତି ଦେଖିବାକୁ ମିଳିଛି ମୁମ୍ବାଇର କୁର୍ଲା ଠାରେ ଥିବା ଲୋକମାନ୍ୟତିଲକ ଟର୍ମିନାଲରେ । ଏଠାରେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ ଭିଡ଼ ଜମାଇବା ସହ ଘରକୁ ଫେରିବା ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳୁଛି । ଏପରିକି ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଛି । ଏଥିସହିତ ରେଳବାଇ ଲୋକଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛି ।

migrant

ମହାରାଷ୍ଟ୍ରରେ ବଢୁଥିବା କରୋନା ମାମଲା ଏବଂ ଲକଡାଉନ ଆଶଙ୍କାକୁ ନଜରରେ ରଖି ସେମାନେ ପୁଣି ଥରେ ଘରକୁ ପେରିବାକୁ ପ୍ରସ୍ତୁତି କରୁଛନ୍ତି । ଗତବର୍ଷ ପରି ରୋଜଗାର ଏବଂ ଖାଇବା ଚିନ୍ତା ଲୋକଙ୍କୁ ଘାରିଛି । ଏହି କାରଣରୁ ଲୋକମାନେ ନିଜ ଗାଁକୁ ଯିବା ପାଇଁ ରେଳ ଷ୍ଟେସନ ବାହାରେ କ୍ୟାମ୍ପ କରିବା ଆରମ୍ଭ କରିଛନ୍ତି । ଏଥି ସହିତ ଅନେକ ଶ୍ରମିକ ମଧ୍ୟ ବସ୍ ଯୋଗେ ନିଜ ରାଜ୍ୟକୁ ପେରୁଥିବା ଦେଖିବାକୁ ମିଳୁଛି ।

ମଧ୍ୟ ରେଳବାଇ ଦ୍ୱାରା ଜାରି ବିବୃତ୍ତିରେ କୁହାଯାଇଛି ଯେ, କୁର୍ଲାର ଲୋକମାନ୍ୟତିଲକ ଟର୍ମିନାଲରେ ଏହି ସମସ୍ୟା ଏକ ଅସାଧାରଣ କଥା ନୁହେଁ । ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଏପରି ଭିଡ଼ ହୋଇଥାଏ । ଏହି ଷ୍ଟେସନରୁ ଆଜି ସମୁଦାୟ 23 ଟି ଟ୍ରେନ୍ ଯିବାର କାର୍ଯ୍ୟକ୍ରମ ରହିଛି, ସେଥିମଧ୍ୟରୁ 16 ଟି ଉତ୍ତର ଏବଂ ପୂର୍ବ ଆଡକୁ ଯାଉଛି । ଏହି 16ଟି ଟ୍ରେନ ମଧ୍ୟରୁ 5ଟି ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ୍ । ତେଣୁ, ସ୍ୱତନ୍ତ୍ର ଟ୍ରେନ୍ ଏବଂ ରୁଟିନ୍ ଟ୍ରେନ୍ ଗୁଡିକୁ ଦୃଷ୍ଟିରେ ରଖି ଏହି ଗମନାଗମନ ସାଧାରଣତଃ ଗ୍ରୀଷ୍ମ ଋତୁରେ ଏକ ସମସ୍ୟା ଅଟେ । ଭୟଭୀତ ହେବାର ଆବଶ୍ୟକତା ନାହିଁ ।

କିନ୍ତୁ ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ ଆରମ୍ଭରେ ରାଜ୍ୟ ସରକାର କୋଭିଡ -19 ଉପରେ ନୂତନ ପ୍ରତିବନ୍ଧକ ଲଗାଇବା ପରେ ବାହାରକୁ ଯାଉଥିବା ଟ୍ରେନଗୁଡ଼ିକରେ ଭିଡ଼ ବୃଦ୍ଧି ପାଇଛି । ଲୋକମାନ୍ୟତିଲକ ଟର୍ମିନାସରେ ଅବସ୍ଥାପିତ କେନ୍ଦ୍ରୀୟ ରେଳବାଇର ଜଣେ କର୍ମଚାରୀ କହିଛନ୍ତି ଯେ, ଗତ କିଛି ଦିନ ହେବ ମୁମ୍ବାଇର ଷ୍ଟେସନରେ ଯାତ୍ରୀଙ୍କ ସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ହୋଇଛି । ଏଥିସହିତ ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବାହାରେ ଏବଂ ବିଶେଷ କରି ଉତ୍ତର ଭାରତ ଯାଉଥିବା ଟ୍ରେନ୍ ଗୁଡ଼ିକର ଭିଡ଼ର କାରଣ ହେଉଛି ଗରମ । ଏହା ସହିତ ଏହି ଋତୁରେ ଲୋକମାନେ ବିବାହ କିମ୍ବା ଅନ୍ୟାନ୍ୟ କାରଣରୁ ନିଜ ଘରକୁ ଯାଆନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+