ଭାରତୀୟ ବାୟୁସେନାର Mi-17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ ସମେତ ସମସ୍ତେ ସୁରକ୍ଷିତ
ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନା (IAF) ର ଏକ Mi -17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଦିନ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ପାଇଲଟ୍ ଏବଂ ତିନି ଜଣ କ୍ରୁ ସଦସ୍ୟ ହେଲିକପ୍ଟରରେ ଥିଲେ ଏବଂ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି ।
ଇଟାନଗର : ଅରୁଣାଚଳ ପ୍ରଦେଶରେ ଭାରତୀୟ ବାୟୁସେନା (IAF) ର ଏକ Mi -17 ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଦିନ ହୋଇଥିବା ଏହି ଦୁର୍ଘଟଣାରେ ଦୁଇ ପାଇଲଟ୍ ଏବଂ ତିନି ଜଣ କ୍ରୁ ସଦସ୍ୟ ହେଲିକପ୍ଟରରେ ଥିଲେ ଏବଂ ସମସ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି । ଦୁର୍ଘଟଣାଟି ଘଟିବା ବେଳେ ହେଲିକପ୍ଟରଟି ସେହି ଅଞ୍ଚଳରେ ରକ୍ଷଣାବେକ୍ଷଣ ପାଇଁ ଉଡ଼ୁଥିଲା ବୋଲି ସୂତ୍ରରୁ ପ୍ରକାଶ । ଏହି ଦୁର୍ଘଟଣା କିପରି ଘଟିଲା ତାହାର କାରଣ ଜାଣିବା ପାଇଁ ଏକ କୋର୍ଟ ଅଫ୍ ଇନକ୍ୱାରୀକୁ ନିର୍ଦ୍ଦେଶ ଦିଆଯିବ ।

ସୂଚନାଯୋଗ୍ୟ, ସେପ୍ଟେମ୍ବରରେ ଜାମ୍ମୁ କାଶ୍ମୀରର ଉଧମପୁର ଜିଲ୍ଲାର ପାଟନିଟପ୍ ପର୍ଯ୍ୟଟନ ସ୍ଥଳ ନିକଟସ୍ଥ ଶିବ ଗଡ଼ ଧାର ଅଞ୍ଚଳର ଏକ ପାହାଡ ଉପରେ ଆର୍ମି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାପରେ ଦୁଇଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଏହା ବ୍ୟତୀତ ଅଗଷ୍ଟ 3 ରେ ପଠାନକୋଟ ନିକଟ ରଣଜିତ ସାଗର ଡ୍ୟାମ ହ୍ରଦରେ ଏକ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇଜଣ ପାଇଲଟଙ୍କ ପ୍ରାଣହାନୀ ହୋଇଥିଲା ।












Click it and Unblock the Notifications