ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ : ଅକ୍ଟୋବର 31 ରେ ସ୍ୱତନ୍ତ୍ର ଅପରେସନ୍ ପଦକ -2022 ଘୋଷଣା କରିବ ଗୃହ ମନ୍ତ୍ରଣାଳୟ
ଅକ୍ଟୋବର 31 ରେ ଜାତୀୟ ଏକତା ଦିବସ ଅବସରରେ ଗୃହ ମନ୍ତ୍ରଣାଳୟ 'କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅପରେସନ୍ ପଦକ -2022' ଘୋଷଣା କରିବ । ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ସ୍ମୃତିରେ ଗୃହ ମନ୍ତ୍ରଣାଳୟ (MHA) 31 ଅକ୍ଟୋବର ସକାଳେ ଏହି ପୁରସ୍କାର ଘୋଷଣା କରିବ ।
ନୂଆଦିଲ୍ଲୀ : ଅକ୍ଟୋବର 31 ରେ ଜାତୀୟ ଏକତା ଦିବସ ଅବସରରେ ଗୃହ ମନ୍ତ୍ରଣାଳୟ 'କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅପରେସନ୍ ପଦକ -2022' ଘୋଷଣା କରିବ । ସର୍ଦ୍ଦାର ବଲ୍ଲବଭାଇ ପଟେଲଙ୍କ ସ୍ମୃତିରେ ଗୃହ ମନ୍ତ୍ରଣାଳୟ (MHA) 31 ଅକ୍ଟୋବର ସକାଳେ ଏହି ପୁରସ୍କାର ଘୋଷଣା କରିବ । ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଭାରତରେ ଏକ ବିଶାଳ 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମ ଆୟୋଜିତ ହେବା ସମୟରେ ଏହା ଘୋଷଣା କରାଯିବ ।

ଆପଣଙ୍କୁ କହି ରଖୁଛୁ 2022 ମସିହାରେ ସର୍ଦ୍ଦାର ପଟେଲଙ୍କ ସ୍ମୃତିରେ ଦିଆଯିବାକୁ ଥିବା ସ୍ୱତନ୍ତ୍ର ଅପରେସନ୍ ପଦକ ସମ୍ପର୍କରେ ଗୃହ ମନ୍ତ୍ରଣାଳୟର ପୋଲିସ୍ ଡିଭିଜନ୍ -1 ଦ୍ୱାରା ଏକ ସରକାରୀ ଆଭ୍ୟନ୍ତରୀଣ ନିର୍ଦ୍ଦେଶ ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ଅକ୍ଟୋବର 31 ରେ ସକାଳ 9.30 ସୁଦ୍ଧା MHA ୱେବସାଇଟରେ ଏହା ଅପଲୋଡ୍ ପାଇଁ ଏକ ଉପଯୁକ୍ତ ପ୍ରତିନିଧୀଙ୍କୁ ନ୍ୟାସନାଲ ଇନଫରମେଟିକ୍ସ ସେଣ୍ଟର (NIC) ଅନୁରୋଧ କରାଯାଇଛି ।
ସୂଚନାଯୋଗ୍ୟ ଯେ 23 ଜୁଲାଇ 2018 ରେ ଗୃହ ମନ୍ତ୍ରଣାଳୟ 'କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅପରେସନ୍ ପଦକ' ଆରମ୍ଭ କରିଥିଲା । ଏହି ପଦକ ରାଜ୍ୟ ତଥା ୟୁନିଅନ୍ ଟେରିଟୋରୀ (UT) ପୋଲିସ୍ ଫୋର୍ସ, ସେଣ୍ଟ୍ରାଲ୍ ପୋଲିସ୍ ସଂଗଠନ (ସିପିଓ), ସେଣ୍ଟ୍ରାଲ୍ ଆର୍ମଡ୍ ପୋଲିସ୍ ଫୋର୍ସ (CAPFs) ଏବଂ ସାରା ଭାରତରେ ସୁରକ୍ଷା ସଂଗଠନକୁ ପ୍ରଦାନ କରାଯାଉଛି । ଉଚ୍ଚ ସ୍ତରର ଯୋଜନା ସହିତ ଦେଶ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ସୁରକ୍ଷା ପାଇଁ ଯଥେଷ୍ଟ ଅବଦାନ ପାଇଁ ଉଲ୍ଲେଖନୀୟ ସେବାକୁ ସମ୍ମାନିତ କରାଯାଏ ।
ଆତଙ୍କବାଦ, ସୀମା ଅପରେସନ୍, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ, ଡ୍ରଗ୍ କାରବାର ରୋକିବା ଏବଂ ଉଦ୍ଧାର କାର୍ଯ୍ୟ ଭଳି କ୍ଷେତ୍ରରେ ସ୍ୱତନ୍ତ୍ର କାର୍ଯ୍ୟ ପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅପରେସନ୍ ପଦକ ମଧ୍ୟ ପ୍ରଦାନ କରାଯାଉଛି । ପୁରସ୍କାର ପାଇଁ ସମସ୍ତ ସୁପାରିଶ ସ୍ୱତନ୍ତ୍ର ଡ୍ରାଇଭ୍ର ତିନି ମାସ ମଧ୍ୟରେ ଗୃହ ମନ୍ତ୍ରଣାଳୟକୁ ପଠାଯାଏ ।












Click it and Unblock the Notifications