କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ : କଣ୍ଟେନମେଣ୍ଟ ଜୋନରେ କର୍ଫ୍ୟୁ ଲାଗୁ ପାଇଁ ରାଜ୍ୟକୁ ଅନୁମତି
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କରୋନାକୁ ଦୃଷ୍ଟିରେ ରଖି ମନିଟରିଂ, ନିୟନ୍ତ୍ରଣ ଏବଂ ସତର୍କତା ପାଇଁ କ୍ଷମତା ପ୍ରଦାନ କରାଯାଇଛି | ଏହି ନିୟମ ଡିସେମ୍ବର 1 ରୁ 31 ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ |
ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧିକୁ ଲକ୍ଷରେ ରଖି କେନ୍ଦ୍ର ସରକାର ଏକ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି | କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କରୋନାକୁ ଦୃଷ୍ଟିରେ ରଖି ମନିଟରିଂ, ନିୟନ୍ତ୍ରଣ ଏବଂ ସତର୍କତା ପାଇଁ କ୍ଷମତା ପ୍ରଦାନ କରାଯାଇଛି | ଏହି ନିୟମ ଡିସେମ୍ବର 1 ରୁ 31 ତାରିଖ ପର୍ଯ୍ୟନ୍ତ ଲାଗୁ କରାଯିବ | ଏହି ନିୟମ କେବଳ କଣ୍ଟେନମେଣ୍ଟ ଜୋନ ଗୁଡ଼ିକରେ ଲାଗୁ କରାଯିବ | କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି ଗତିବିଧିକୁ ଅନୁମତି ମିଳିବ ନାହିଁ | କଣ୍ଟେନମେଣ୍ଟ ଜୋନ ବାହାରେ କେନ୍ଦ୍ର ସରକାରଙ୍କ ଅନୁମତି ବିନା କୌଣସି ଲକଡାଉନ କିମ୍ବା ସଟଡାଉନ କରାଯାଇପାରିବ ନାହିଁ |

ଗୃହ ମନ୍ତ୍ରଣାଳୟ ଦ୍ୱାରା ରାଜ୍ୟମାନଙ୍କୁ କୁହାଯାଇଛି ଯେ, କେବଳ କଣ୍ଟେନମେଣ୍ଟ ଜୋନରେ ଆତ୍ୟାବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ଦିଆଯିବ | ସ୍ଥାନୀୟ ଜିଲ୍ଲା, ପୋଲିସ ଏବଂ ପୌରପାଳିକା ଅଧିକାରୀମାନେ ନିର୍ଦ୍ଦିଷ୍ଟ ପଦକ୍ଷେପଗୁଡିକ କଡାକଡି ପାଳନ କରାଯିବ। ନେଇ ନିଶ୍ଚିତ କରିବେ | ରାଜ୍ୟ ଏବଂ କେନ୍ଦ୍ର କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସମ୍ପୃକ୍ତ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ରହିବ | ସଂକ୍ରମଣକୁ ରୋକିବା, ବିଭିନ୍ନ କାର୍ଯ୍ୟକଳାପ ଉପରେ SOP ଜାରି କରିବା ଏବଂ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡିକ କଠୋର ପଦକ୍ଷେପ ଗ୍ରହଣ କରିବା ବାଧ୍ୟତାମୂଳକ ହେବ ବୋଲି ମନ୍ତ୍ରଣାଳୟ କହିଛି | ସ୍ଥିତିର ମୂଲ୍ୟାଙ୍କନ ଉପରେ ଆଧାର କରି କୋଭିଡ -19 ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ରାଜ୍ୟମାନେ ସ୍ଥାନୀୟ ପ୍ରତିବନ୍ଧକ ଲଗାଇ ପାରନ୍ତି | ଆବଶ୍ୟକ ସ୍ଥଳେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ କରିବାକୁ ରାଜ୍ୟ ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି |
ଗୃହ ମନ୍ତ୍ରଣାଳୟ କହିଛି ଯେ ଦେଶରେ ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି, ତେଣୁ ଏହାର ଯତ୍ନ ନେବାକୁ ପଡ଼ିବ | କେତେକ ରାଜ୍ୟରେ ନୂତନ ମାମଲା ବୃଦ୍ଧି ପାଇଥିବାବେଳେ ଶୀତ ମଧ୍ୟ ଆସିଛି | ଏପରି ପରିସ୍ଥିତିରେ ମହାମାରୀକୁ ଦୂର କରିବା ପାଇଁ ସତର୍କତା ଅବଲମ୍ବନ କରିବା ଏବଂ ପ୍ରୋଟୋକଲକୁ କଠୋର ଅନୁସରଣ କରିବା ଆବଶ୍ୟକ |
ସାମ୍ପ୍ରତିକ ସମୟରେ ଦିଲ୍ଲୀ, କେରଳ ଏବଂ ଅନ୍ୟାନ୍ୟ ରାଜ୍ୟରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଦ୍ୱିତୀୟ ଏବଂ ତୃତୀୟ ଲହର ଏହି ରାଜ୍ୟଗୁଡ଼ିକରେ ଦେଖାଦେଇଛି | ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି | ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କରୋନା ପ୍ରସଙ୍ଗରେ ଆଲୋଚନା କରିଥିଲେ |












Click it and Unblock the Notifications