ଆଇବି ସୁପାରିଶରେ କୁମାର ବିଶ୍ୱାସଙ୍କୁ Y ଶ୍ରେଣୀୟ ସୁରକ୍ଷା ଦେଇଛନ୍ତି କେନ୍ଦ୍ର ସରକାର
ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିବା କୁମାର ବିଶ୍ୱାସଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ Y ଶ୍ରଣୀୟ ସୁରକ୍ଷା ଯୋଗାଇ ଦିଆଯାଇଛି ।
ନୂଆଦିଲ୍ଲୀ : ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିବା କୁମାର ବିଶ୍ୱାସଙ୍କୁ ଗୃହ ମନ୍ତ୍ରଣାଳୟ ପକ୍ଷରୁ Y ଶ୍ରଣୀୟ ସୁରକ୍ଷା ଯୋଗାଇ ଦିଆଯାଇଛି । ଯଦିଓ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ, କିନ୍ତୁ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇଣ୍ଟେଲିଜେନ୍ସ ବ୍ୟୁରୋ ରିପୋର୍ଟ ଆଧାରରେ ଗୃହ ମନ୍ତ୍ରଣାଳୟ କୁମାର ବିଶ୍ୱାସଙ୍କୁ ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି ।

ବାସ୍ତବରେ, ଆମ୍ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସ 2 ଦିନ ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ବିଷୟରେ ଏକ ବଡ଼ ବିବୃତ୍ତି ଦେଇଥିଲେ । ସେ କହିଥିଲେ ଯେ ଯେତେବେଳେ ସେ ତାଙ୍କ ସହ (କେଜ୍ରିୱାଲ) ସହ ପାର୍ଟିରେ ଥିଲେ, ସେ ଥରେ କହିଥଲେ ଯେ ଆଗାମୀ ଦିନରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବେ କିମ୍ବା ଏକ ସ୍ୱାଧୀନ ରାଷ୍ଟ୍ର (ଖଲିସ୍ତାନ) ର ପ୍ରଥମ ପ୍ରଧାନମନ୍ତ୍ରୀ ହେବେ । କୁମାର ବିଶ୍ୱାସଙ୍କ ଏହି ବିବୃତ୍ତି ପରେ ଦେଶର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ବର୍ତ୍ତମାନ ବିଶ୍ୱାସ କରାଯାଉଛି ଯେ ଏହି ବିବୃତ୍ତି ପରେ କୁମାର ବିଶ୍ୱାଙ୍କ ଜୀବନ ପ୍ରତି ବିପଦ ରହିଛି । ଏଭଳି ପରିସ୍ଥିତିରେ ତାଙ୍କୁ ଆଇବି ସୁପାରିଶରେ ସୁରକ୍ଷା ଯୋଗାଇ ଦିଆଯାଇଛି ।
ଆମେ ଆପଣଙ୍କୁ କହିରଖୁଛୁ ଯେ ଶୁକ୍ରବାର ଦିନ ପିଟିଆଇ ପକ୍ଷରୁ ଏହି ଖହବର ପ୍ରକାଶ ପାଇଥିଲା ଯେ କୁମାର ବିଶ୍ୱାସଙ୍କ ସୁରକ୍ଷା ଉପରେ କେନ୍ଦ୍ର ସରକାର ସମୀକ୍ଷା କରୁଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି । କୁମାର ବିଶ୍ୱାସ କେଜ୍ରିୱାଲଙ୍କୁ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ ବୋଲି କହିଥିଲେ । କୁମାର ବିଶ୍ୱାସଙ୍କ ଅଭିଯୋଗ ପରେ କେଜ୍ରିୱାଲ ତାଙ୍କ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି । ସେ କହିଛନ୍ତି ଜଣେ କବି ମୋ ଉପରେ ଲଗାଇଥିବା ଅଭିଯୋଗ ଭୁଲ, ମୁଁ ଭଗତ ସିଂହଙ୍କୁ ମୋର ଗୁରୁ ବୋଲି ମାନେ ଏବଂ ମୁଁ ତାଙ୍କର ଶିଷ୍ୟ ଅଟେ । କେଜ୍ରିୱାଲ ନିଜକୁ ଦୁନିଆର ସବୁଠାରୁ 'ମଧୁର ଆତଙ୍କବାଦୀ' ବୋଲି କହିଥିଲେ ।












Click it and Unblock the Notifications