ଫିଡବ୍ୟାକ୍ ୟୁନିଟ୍ ମାମଲାରେ ମନୀଷ ସିସୋଡିଆଙ୍କ ବିରୋଧରେ ସିବିଆଇ ଯାଞ୍ଚକୁ ଗୃହମନ୍ତ୍ରଣାଳୟର ଅନୁମୋଦନ
ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଫିଡବ୍ୟାକ୍ ୟୁନିଟ୍ ମାମଲାରେ ଗୃହ ମନ୍ତ୍ରଣାଳୟ ମନୀଷ ସିସୋଦିଆଙ୍କ ବିରୋଧରେ ଯାଞ୍ଚ କୁ ଅନୁମୋଦନ କରିଛନ୍ତି ।

ନୂଆଦିଲ୍ଲୀ : ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମସ୍ୟା ବଢିବାରେ ଲାଗିଛି । ଫିଡବ୍ୟାକ୍ ୟୁନିଟ୍ ମାମଲାରେ ଗୃହ ମନ୍ତ୍ରଣାଳୟ ମନୀଷ ସିସୋଦିଆଙ୍କ ବିରୋଧରେ ଯାଞ୍ଚ କୁ ଅନୁମୋଦନ କରିଛନ୍ତି ।
ସିବିଆଇ ଗୃହ ମନ୍ତ୍ରଣାଳୟରୁ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଅନୁମତି ମାଗିଥିଲା । ଏହାକୁ ଗୃହ ମନ୍ତ୍ରଣାଳୟ ଅନୁମୋଦନ ଦେଇଛି । ମନୀଷ ଫିଡବ୍ୟାକ୍ ୟୁନିଟ୍ ମାଧ୍ୟମରେ ଗୁପ୍ତଚର କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ରୁଜୁ କରି ସିବିଆଇ ତଦନ୍ତ ପାଇଁ ଅନୁମତି ମାଗିଥିଲା ।
ଗୃହ ମନ୍ତ୍ରଣାଳୟର ଅନୁମତି ପାଇବା ପରେ ଏବେ ସିବିଆଇ ମନୀଷଙ୍କ ବିରୋଧରେ ମାମଲା ଦାୟର କରିବ ଏବଂ ତାଙ୍କ ବିରୋଧରେ ମାମଲା ଆରମ୍ଭ କରିବ । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମନୀଷ ସିସୋଦିଆଙ୍କ ବିରୋଧରେ ମାମଲା ଚାଲିବ ।
ଆପଣଙ୍କୁ କହିସ ରଖୁଛୁ ଭିଜିଲାନ୍ସ ବିଭାଗ ମନୀଷ ସିସୋଡିଆ ଅଧୀନରେ ଆସେ । ଏହି ବିଭାଗ ମଧ୍ୟରେ 2015 ରେ ଫିଡବ୍ୟାକ୍ ୟୁନିଟ୍ ଗଠନ କରାଯାଇଥିଲା । ଏହି ୟୁନିଟ୍ ଉପରେ ଗୁପ୍ତଚର ଅଭିଯୋଗ ହୋଇଛି, ଯାହକୁ ନେଇ ମନୀଷଙ୍କ ଅଢ଼ୁଆ ବଢିଥିଲା । ବର୍ତ୍ତମାନ ସିବିଆଇ ଏହି ଘଟଣାର ତଦନ୍ତ କରିବ ।












Click it and Unblock the Notifications