Get Updates
Get notified of breaking news, exclusive insights, and must-see stories!

ଲସ୍କରର ଆତଙ୍କବାଦୀ ସଂଗଠନ ଟିଆରଏଫ ଉପରେ ପ୍ରତିବନ୍ଧକ ଲଗାଇଲା ଗୃହ ମନ୍ତ୍ରଣାଳୟ, ଅବୁ ଖୁବୈବ ଆତଙ୍କବାଦୀ ଘୋଷଣା

ଲସ୍କରର ପ୍ରୋକ୍ସି ଆତଙ୍କବାଦୀ ସଙ୍ଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଉପରେ ପ୍ରତିବନ୍ଧକ ଲଗାଇଛି ଗୃହମନ୍ତ୍ରଣାଳୟ । ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏହି ସଙ୍ଗଠନର ପ୍ରତିନିଧିତ୍ୱ କରୁଛି ।

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ଗୃହ ମନ୍ତ୍ରଣାଳୟ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଲସ୍କରର ପ୍ରୋକ୍ସି ଆତଙ୍କବାଦୀ ସଙ୍ଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଉପରେ ପ୍ରତିବନ୍ଧକ ଲଗାଇଛି ଗୃହମନ୍ତ୍ରଣାଳୟ । ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏହି ସଙ୍ଗଠନର ପ୍ରତିନିଧିତ୍ୱ କରୁଛି ।

ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ 1967 ଅନୁଯାୟୀ ଗୃହ ମନ୍ତ୍ରଣାଳୟ ଏହାକୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷଣା କରିଛି ଗୃହମନ୍ତ୍ରଣାଳୟ ।

terrorist

ଗୃହ ମନ୍ତ୍ରଣାଳୟ ମଧ୍ୟ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ର କମାଣ୍ଡର ଶେଖ ସଜ୍ଜାଦ ଗୁଲକୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ 1967 ର ଚତୁର୍ଥ ଅନୁସୂଚୀ ଅନୁଯାୟୀ ଆତଙ୍କବାଦୀ ଘୋଷଣା କରିଛି । ଗୃହ ମନ୍ତ୍ରଣାଳୟ ଜାନୁଆରୀ 5 ରେ ମହମ୍ମଦ ଅମିନ ଖୁବୈବ ଓରଫ୍ ଅବୁ ଖୁବୈବକୁ ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, 1967 ଅନୁଯାୟୀ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା । ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ବାସିନ୍ଦା ଖୁବୈବ ବର୍ତ୍ତମାନ ପାକିସ୍ତାନରେ ଅବସ୍ଥାପିତ ଏବଂ ଲସ୍କର-ଏ-ତୋଏବା ଲଞ୍ଚ କମାଣ୍ଡର ଭାବରେ କାର୍ଯ୍ୟ କରୁଛି ।

2019 ରେ TRF ଆତଙ୍କବାଦୀ ସଂଗଠନ ଗଠନ କରାଯାଇଥିଲା । ଗୃହ ମନ୍ତ୍ରଣାଳୟ ଅନୁଯାୟୀ ଏହି ସଂଗଠନ ଯୁବକମାନଙ୍କୁ ଅନଲାଇନରେ ନିଯୁକ୍ତି ଦେଉଛି ଏବଂ ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ କରୁଛି । TRF ସୀମା ଅନୁପ୍ରବେଶ ଏବଂ ଅସ୍ତ୍ରଶସ୍ତ୍ର ଏବଂ ଡ୍ରଗ୍ସ କାରବାରରେ ସାମିଲ ଅଛି । ଗୃହ ମନ୍ତ୍ରଣାଳୟ କହିଛି ଯେ ଆତଙ୍କବାଦୀ ସଂଗଠନ ଜାମ୍ମୁ କାଶ୍ମୀରର ଲୋକଙ୍କୁ ସୋଶାଲ ମିଡିଆରେ ଭାରତ ବିରୁଦ୍ଧରେ ଉତ୍ତେଜିତ କରୁଛି ।

ଗୃହମନ୍ତ୍ରଣାଳୟ ଅନୁଯାୟୀ, ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ହତ୍ୟା କରିବାକୁ ଯୋଜନା କରୁଥିବା ଟିଆରଏଫ ସଦସ୍ୟ ଏବଂ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ସହ ଜଡିତ ବହୁ ସଂଖ୍ୟକ ମାମଲା ପଞ୍ଜିକୃତ ହୋଇଛି । TRF ଭାରତର ଜାତୀୟ ସୁରକ୍ଷା ଏବଂ ସାର୍ବଭୌମତ୍ୱ ପ୍ରତି କ୍ଷତିକାରକ ବୋଲି ଗୃହ ମନ୍ତ୍ରଣାଳୟ ଏହାର ରିପୋର୍ଟରେ କହିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+