'କୁକୁର ମରିଗଲେ ନେତାମାନେ ଶୋକ କରନ୍ତି, ଆନ୍ଦୋଳନରେ ନିହତ ହୋଇଥିବା ଚାଷୀଙ୍କ ବିଷୟରେ କେହି ପଦେ କହୁନାହାଁନ୍ତି'
'କୁକୁର ମରିଗଲେ ନେତାମାନେ ଶୋକ କରନ୍ତି, ଆନ୍ଦୋଳନରେ ନିହତ ହୋଇଥିବା ଚାଷୀଙ୍କ ବିଷୟରେ କେହି ପଦେ କହୁନାହାଁନ୍ତି'
ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନ ସମ୍ପର୍କରେ ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ ଉଦବେଦ ପ୍ରକାଶ କରିଛନ୍ତି । ସେ ଚିନ୍ତା ପ୍ରକଟ କରି କହିଛନ୍ତି, ଏହି ଆନ୍ଦୋଳନ ଲମ୍ବା ତାଲିବା କାହାରି ହିତରେ ନୁହେଁ ।

ରାଜସ୍ଥାନର ଝୁଞ୍ଜୁନରେ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବା ବେଳେ ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ଆମର ନେତାମାନେ ଏପରି ହୋଇଗଲେଣି ଯେ, ଗୋଟେ କୁକର ମରିଗଲେ ଶୋକ ପ୍ରକାଶ କରନ୍ତି । କିନ୍ତୁ ଦୀର୍ଘ ଦିନ ଧରି ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଲନରେ 250ରୁ ଅଧିକ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ କେହି ପଦେ ହେଲେ କିଛି କହିନାହାଁନ୍ତି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ରାଜ୍ୟପାଳ ମଲିକ କହିଛନ୍ତି ଯେ, ଯଦି ସରକାର ଏମଏସପି ଆଇନ ଅନ୍ତର୍ଭୁକ୍ତ କରିଦିଅନ୍ତି, ତେବେ କୃଷକ ଆନ୍ଦୋଳନ ପ୍ରସଙ୍ଗର ସମାଧାନ ହୋଇପାରିବ । ଏମିତି କୌଣସି ସମସ୍ୟା ନାହିଁ, ଯାହାର ସମାଧାନ ନାହିଁ । କୃଷକ ଆନ୍ଦୋଳନ କ୍ଷେତ୍ରରେ, ଉଭୟ ପକ୍ଷର ଦୂରତା ମଧ୍ୟ ଅଧିକ ନୁହେଁ ।
ଆନ୍ଦୋଳନକାରୀ କୃଷକମାନେ ସର୍ବନିମ୍ନ ସହାୟତା ମୂଲ୍ୟ ଚାହୁଁଛନ୍ତି । ବର୍ତ୍ତମାନ ଏହା ସମଗ୍ର ଦେଶରେ ଚାଷୀଙ୍କ ସମସ୍ୟା ପାଲଟିଛି । ତେଣୁ କୃଷକ ଆନ୍ଦୋଳନ ସଂପର୍କରେ ଶୀଘ୍ର ଏକ ସମାଧାନ ଖୋଜିବା ଉଚିତ୍ । ମୁଁ ବର୍ତ୍ତମାନ ଏକ ସାମ୍ବିଧାନିକ ପଦବୀରେ ଅଛି । ଏଭଳି ପରିସ୍ଥିତିରେ ମୁଁ କେବଳ କୃଷକ ଏବଂ ନେତାମାନଙ୍କୁ ପରାମର୍ଶ ଦେଇପାରେ । ମୋର କେବଳ ଏହି ଭୂମିକା ଅଛି ବୋଲି କହିଛନ୍ତି ସତ୍ୟପାଲ ମଲିକ୍ ।












Click it and Unblock the Notifications