ଦିବ୍ୟାଙ୍ଗତା ହେଲା ସଫଳତାର ହତିଆର, ଗ୍ଲୋବାଲ୍ 2021-D-30 ତାଲିକାରେ ସ୍ଥାନ ପାଇଲେ ଡକ୍ଟର ସାଇ କୌସ୍ତୁଭ ଦାସଗୁପ୍ତା
ସଂଗଠନର 31 ତମ ବାର୍ଷିକୀ ଅବସରରେ 2021-D-30 ଦିବ୍ୟାଙ୍ଗ ନେତାଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ସ୍ଥାନ ପାଇଛନ୍ତି ଡକ୍ଟର ସାଇ କୌସ୍ତୁଭ୍ ।
ନୂଆଦିଲ୍ଲୀ : ଦିବ୍ୟାଙ୍ଗ ହେବା କୌଣସି ଅର୍ଥରେ ଅଭିଶାପ ନୁହଁ ଏବଂ ଦିବ୍ୟାଙ୍ଗ ମଧ୍ୟ ଅନେକ କ୍ଷେତ୍ରରେ ସଫଳତାର ଉଚ୍ଚତାରେ ପହଞ୍ଚି ପାରିବେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଡକ୍ଟର ସାଇ କୌସ୍ତୁଭ ଦାସଗୁପ୍ତା । ଆମେରିକାର ଦିବ୍ୟାଙ୍ଗ ଆଇନ (ADA),ଯାହା ଆମେରିକାର ଏକ ବିଶ୍ୱସ୍ତରୀୟ ସଂଗଠନ, ବିଶ୍ୱର ଦିବ୍ୟାଙ୍ଗମାନଙ୍କୁ ଯେଉଁମାନେ ନିଜ କ୍ଷେତ୍ରରେ ବିଶେଷ ସଫଳତା ହାସଲ କରିଛନ୍ତି ଏକ ବିଶେଷ ପରିଚୟ ପ୍ରଦାନ କରିଥାଏ । ସଂଗଠନର 31 ତମ ବାର୍ଷିକୀ ଅବସରରେ 2021-D-30 ଦିବ୍ୟାଙ୍ଗ ନେତାଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ସ୍ଥାନ ପାଇଛନ୍ତି ଡକ୍ଟର ସାଇ କୌସ୍ତୁଭ୍ ।

ଏହି ତାଲିକା ପାଇଁ ବିଶ୍ୱର 13 ଟି ଦେଶରୁ ମୋଟ 300 ଲୋକ ମନୋନୀତ ହୋଇଥିଲେ, ଯେଉଁଥିରେ ଡି -30 ତାଲିକାରେ ଭାରତର ଡ଼ କୌସ୍ତୁଭ୍ ମଧ୍ୟ ମନୋନୀତ ହୋଇଛନ୍ତି । ଏହି ତାଲିକାରେ ମନୋନୀତ ହୋଇ କୌସ୍ତୁଭ ଦେଶର ଅନ୍ୟ ଦିବ୍ୟାଙ୍ଗଙ୍କୁ ଉତ୍ସାହିତ କରିଛନ୍ତି । ଡକ୍ଟର ସାଇ କୌସ୍ତୁଭ୍ ଅଷ୍ଟିଓଜେନେସିସ୍ ଇମ୍ପର୍ଫେକ୍ଟା ରୋଗରେ ପୀଡିତ, ଯେଉଁଥିରେ ଶରୀରର ହାଡ ଦୁର୍ବଳ ହୋଇଥାଏ, ଯେଉଁ କାରଣରୁ ଶରୀର ଠିକ୍ ଭାବରେ ବିକଶିତ ହୁଏ ନାହିଁ । କିନ୍ତୁ ଏହା ସତ୍ତ୍ୱେ ସେ ଲକ୍ଷ ଲକ୍ଷ ଲୋକଙ୍କୁ ତାଙ୍କ କାର୍ଯ୍ୟ ପ୍ରତି ଉତ୍ସାହିତ କରୁଛନ୍ତି । ସେ ଲୋକମାନଙ୍କୁ ପ୍ରେରଣା ଦିଅନ୍ତି ଯେ କିଛି ଅସମ୍ଭବ ନୁହେଁ ।
ଶରୀରର 90 ପ୍ରତିଶତ ରୋଗ ଦ୍ୱାରା ପ୍ରଭାବିତ, ମନୋବଳ 100 ପ୍ରତିଶତ
ଡକ୍ଟର କୌସ୍ତୁଭଙ୍କ ଶରୀରର 90 ପ୍ରତିଶତ OI ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଏହା ସତ୍ତ୍ୱେ ସେ କ୍ୟାରିୟର ଛାଡି ନାହାଁନ୍ତି । ସେ ଜଣେ ସଫଳ ଗ୍ରାଫିକ୍ ଡିଜାଇନର୍, ଗ୍ଲୋବାଲ୍ ମୋଟିଭେସନ୍ ସ୍ପିକର, ଗୁଡ୍ ୱିଲ୍ ଆମ୍ବାସଡ଼ର, ସାର୍ଟିଫାଏଡ୍ ବାପିନେସ୍ କୋଚ୍ ମଧ୍ୟ । କେବଳ ଏତିକି ନୁହେଁ ତାଙ୍କ ନାମରେ ଲିମ୍କା ବୁକ୍ ଅଫ୍ ରେକର୍ଡ ବ୍ୟତୀତ 15 ଟି ବିଶ୍ୱ ରେକର୍ଡ ମଧ୍ୟ ଅଛି । ଯେଉଁମାନେ ଶାରୀରିକ ଅକ୍ଷମତା ହେତୁ କିଛି କରିୁପାରୁନାହାଁନ୍ତି ସେମାନଙ୍କ ପାଇଁ ଡକ୍ଟର ସାଇ କୌସ୍ତୁଭ୍ ଏକ ପ୍ରେରଣା ଭାବରେ କାର୍ଯ୍ୟ କରୁଛନ୍ତି ।
ତାଙ୍କର ହାପିନେସ୍ କୋଚିଂରେ ଡକ୍ଟର ସାଇ କୌସ୍ତୁଭ୍ ଦୁନିଆର ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଛନ୍ତି । ସେମାନଙ୍କ ମଧ୍ୟରେ ଗ୍ଲୋବାଲ୍ ଲିଡର୍ସ, ସ୍କଲାର, ଡାକ୍ତର, ଛାତ୍ର, କର୍ପୋରେଟ୍, LGBTQ ସମ୍ପ୍ରଦାୟର ଲୋକ, ବସ୍ତିର ପିଲା, ମହିଳା ଇତ୍ୟାଦି ସାମିଲ ଅଛନ୍ତି । ନିଜ ସୃଜନଶୀଳତା ସହିତ କେହି କିଛି ବି ହାସଲ କରିପାରିବେ ବୋଲି ସେ ଲୋକମାନଙ୍କୁ ପ୍ରେରଣା ଦିଅନ୍ତି ।
ଡକ୍ଟର କୌସ୍ତୁଭ୍ ମଧ୍ୟ ଆମେରିକା, ଅଷ୍ଟ୍ରେଲିଆ, ମାଲେସିଆ, ସିଙ୍ଗାପୁର ଭଳି ଦେଶର ବିଭିନ୍ନ ସମ୍ପ୍ରଦାୟର ଲୋକଙ୍କ ସହ କଥା ହୋଇଛନ୍ତି ଏବଂ ପ୍ରେରଣା ଦେଇଛନ୍ତି । ସେ ଲୋକମାନଙ୍କୁ କୁହନ୍ତି ଯେ ଜୀବନର ପ୍ରକୃତ ଚାବି ହେଉଛି ସୁଖ ଏବଂ ଶାନ୍ତି । 2021-D-30 ରେ ଭାରତରୁ ଦିବ୍ୟାଙ୍ଗ ତାଲିକାରେ ମନୋନୀତ ହେବା ପରେ ଡକ୍ଟର କୌସ୍ତୁଭ୍ ଜାତିସଂଘ ଦ୍ୱାରା ପରିଚାଳିତ ସ୍ଥାୟୀ ବିକାଶ ଲକ୍ଷ୍ୟ ପାଇଁ କାର୍ଯ୍ୟ କରିବେ ଏବଂ ଭିନ୍ନକ୍ଷମମାନଙ୍କୁ ଗର୍ବିର ସହ କାମ କରି ଆଗକୁ ବଢିବା ମିଶନକୁ ଆଗେଇ ନେବେ ।












Click it and Unblock the Notifications