ଡାକ୍ତରୀ ରିପୋର୍ଟ ଖୁଲାସା, ନବଦୀପ କୌର ମାମଲାରେ ସହ-ଅଭିଯୁକ୍ତ ଶିବ କୁମାରଙ୍କୁ ନିର୍ଯ୍ୟାତନା ଦେଇଛି ପୋଲିସ
ଫେବୃଆରୀ 19 ରେ, ଶିବ କୁମାରଙ୍କ ପିତାଙ୍କ ଅନୁରୋଧ କ୍ରମେ ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲ (ଜିଏମଏଚସି) ରେ ଶିବ କୁମାରଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ସୋନିପଥ ଜେଲର ଏସପି ନିର୍ଦ୍ଦେଶ ଦେଇଥିଲେ ।
ଚଣ୍ଡିଗଡ଼ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲ (ଜିଏମଏଚସି) ଚଣ୍ଡିଗଡ଼ ଦ୍ୱାରା ଦାଖଲ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ମଜଦୁର୍ ଅଧିକାର ସଙ୍ଗଠନ ଅଧ୍ୟକ୍ଷ ଶିବ କୁମାର (24) ଙ୍କ ବାମ ହାତ ଏବଂ ଡାହାଣ ଗୋଡରେ ଫାଟିଯିବା ସହିତ ଅନେକ ସ୍ଥାନରେ ଆଘାତ ପାଇଛନ୍ତି । ଏହି ଆଘାତ ଦୁଇ ସପ୍ତାହରୁ ଅଧିକ ପୁରୁଣା ଏବଂ ଧାରୁଆ ଅସ୍ତ୍ରରେ ପିଟିବା କାରଣରୁ ଏହି ଆଘାତ ଲାଗିଛି ବୋଲି ମେଡ଼ିକାଲ ରିପୋର୍ଟରେ କୁହାଯାଇଛି ।

ଆପଣଙ୍କୁ କହିରଖୁଛୁ ଯେ, ଶ୍ରମିକ ଅଧିକାର ସଂଗଠନର ସଭାପତି ଶିବ କୁମାରଙ୍କୁ ସମାନ ମାମଲାରେ ଅଭିଯୁକ୍ତ ନବଦୀପ କୌର ଗିରଫ ହେବାର ଚାରି ଦିନ ପରେ ଜାନୁଆରୀ 16 ରେ ଗିରଫ କରାଯାଇଥିଲା । ଫେବୃଆରୀ 19 ରେ, ଶିବ କୁମାରଙ୍କ ପିତାଙ୍କ ଅନୁରୋଧ କ୍ରମେ ସରକାରୀ ମେଡିକାଲ କଲେଜ ଏବଂ ହସପିଟାଲ (ଜିଏମଏଚସି) ରେ ଶିବ କୁମାରଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ସୋନିପଥ ଜେଲର ଏସପି ନିର୍ଦ୍ଦେଶ ଦେଇଥିଲେ । ଶିବ କୁମାରଙ୍କୁ ପୋଲିସ ନିର୍ଯାତନା ଦେଇଛି ବୋଲି ତାଙ୍କ ବାପା କୋର୍ଟ ନିକଟରେ ଅଭିଯୋଗ କରିଛନ୍ତି ।












Click it and Unblock the Notifications