କୃଷକ ଆନ୍ଦୋଳନରେ ବିଦେଶୀ ସେଲିବ୍ରିଟିଙ୍କ ସମର୍ଥନକୁ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ନିନ୍ଦା
କେତେକ ସ୍ୱାର୍ଥ ନ୍ୟସ୍ତ ଗୋଷ୍ଠୀ କୃଷକମାନଙ୍କୁ ସମର୍ଥନ କରିବା ସହ ସେମାନଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ପ୍ରୟାସ କରୁଛନ୍ତି, ଯାହାକି ଦୁର୍ଭାଗ୍ୟଜନକ । ଜାନୁଆରୀ 26 ରେ ହୋଇଥିବା ହିଂସା ଏହାର ସାକ୍ଷୀ ।
ନୂଆଦିଲ୍ଲୀ : ଦେଶରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରୁଥିବା କୃଷକଙ୍କ ଆନ୍ଦୋଳନକୁ କେତେକ ବିଦେଶୀ ସେଲିବ୍ରିଟି ତଥା ସ୍ୱେଚ୍ଛାସେବୀ ସମର୍ଥନ କରିଛନ୍ତି । ଏହା ଉପରେ ମନ୍ତବ୍ୟ ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଏହି ବିରୋଧ ଉପରେ ନିଜର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଛନ୍ତି ।

ଭାରତର ସଂସଦ ସମ୍ପୂର୍ଣ୍ଣ ବିତର୍କ ଏବଂ ଆଲୋଚନା ପରେ କୃଷି କ୍ଷେତ୍ର ସହ ସଂସ୍କାରବାଦୀ ଆଇନ ପ୍ରଣୟନ କଲା । ଏହି ଆଇନ ବଜାର ସୃଷ୍ଟି କରିବା ସହ କୃଷକମାନଙ୍କୁ ଅଧିକ ନମନୀୟତା ପ୍ରଦାନ କରିବ ।
ଭାରତର କିଛି ଭାଗ ଚାଷୀ ଏହି ଆଇନକୁ ବିରୋଧ କରୁଚନ୍ତି । ଆନ୍ଦୋଳନକାରୀଙ୍କ ଭାବନାକୁ ସମ୍ମାନ ଜଣାଇ ଭାରତ ସରକାର ସେମାନଙ୍କ ପ୍ରତିନିଧୀଙ୍କ ସହ ଅନେକ ଆଲୋଚନା ଆରମ୍ଭ କରିଛନ୍ତି । କେନ୍ଦ୍ର ମନ୍ତ୍ରୀମାନେ ଚାଷୀ ପ୍ରତିନିଧିଙ୍କ ସହ ଏପର୍ଯ୍ୟନ୍ତ 11 ପର୍ଯ୍ୟାୟ ଆଲୋଚନା କରିସାରିଛନ୍ତି । ଏଥିସହିତ ଏହି ଆଇନକୁ ଏକବର୍ଷରୁ ଦେଢ ବର୍ଷ ପର୍ଯ୍ୟନ୍ତ ଲାଗୁ କରିବା ନେଇ କୃଷକମାନଙ୍କୁ ସରକାର ପ୍ରସ୍ତାବ ଦେଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
କେତେକ ସ୍ୱାର୍ଥ ନ୍ୟସ୍ତ ଗୋଷ୍ଠୀ କୃଷକମାନଙ୍କୁ ସମର୍ଥନ କରିବା ସହ ସେମାନଙ୍କ ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ପ୍ରୟାସ କରୁଛନ୍ତି, ଯାହାକି ଦୁର୍ଭାଗ୍ୟଜନକ । ଜାନୁଆରୀ 26 ରେ ହୋଇଥିବା ହିଂସା ଏହାର ସାକ୍ଷୀ । ଯେଉଁଦିନ ସାରା ଦେଶ ଗଣତନ୍ତ୍ର ଦିବସ ପାଳନ କରି ଜାତୀୟ ପତାକାକୁ ସମ୍ମାନ ଦେଇଥାଏ ସେ ସମୟରେ ହିଂସା ହେବା ସହ ଜାତୀୟ ରାଜଧାନୀ ଦିଲ୍ଲୀରେ ଭଙ୍ଗାରୁଜା ହୋଇଥିଲା ବୋଲି ମଧ୍ୟ ବୈଦେଶିକ ମନ୍ତ୍ରାଳୟ କହିଛି ।

ସୂଚନାଯୋଗ୍ୟ, ଭାରତରେ ଚାଲିଥିବା ଏହି କୃଷକ ଆନ୍ଦୋଳନକୁ ସମର୍ଥନ କରି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ହଲିଉଡ୍ ଗାୟିକା ରିହାନା । ସେ ଏକ ଟ୍ୱିଟରେ ସିଏନ୍ଏନ୍ ର କୃଷକ ଆନ୍ଦୋଳନ ସମ୍ପର୍କିତ ଏକ ଖବରକୁ ଯୋଡ଼ି ଲେଖିଛନ୍ତି ଆମେ ଏହା ବିଷୟରେ କାହିଁକି ଆଲୋଚନା କରୁନାହାନ୍ତି ।
why aren’t we talking about this?! #FarmersProtest https://t.co/obmIlXhK9S
— Rihanna (@rihanna) February 2, 2021
ଏହା ବ୍ୟତୀତ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମାଜସେବୀ ଲିସିପ୍ରିୟା କାଙ୍ଗଜୁଜାମ ଟ୍ୱିଟରରେ କୃଷକ ଆନ୍ଦୋଳନକୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଏହାସହ ଅନ୍ୟମାନେ ମଧ୍ୟ ଏହାକୁ ସମର୍ଥନ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ସେପଟେ ଚାଷୀ ଆନ୍ଦୋଳନକୁ ନିଜର ସମର୍ଥନ ଜଣାଇଛନ୍ତି ଗ୍ରେଟା ଥନ୍ବର୍ଗ ।
We stand in solidarity with the #FarmersProtest in India.
— Greta Thunberg (@GretaThunberg) February 2, 2021
https://t.co/tqvR0oHgo0
ଏଥିସହିତ ପର୍ଣ୍ଣଷ୍ଟାର ମିଆ ଖଲିଫା ମଧ୍ୟ ଭାରତର ଏହି କୃଷକ ଆନ୍ଦୋଳନକୁ ସମର୍ଥନ କରିଥିଲେ ।
“Paid actors,” huh? Quite the casting director, I hope they’re not overlooked during awards season. I stand with the farmers. #FarmersProtest pic.twitter.com/moONj03tN0
— Mia K. (Adri Stan Account) (@miakhalifa) February 3, 2021












Click it and Unblock the Notifications