'କରୋନା ଟିକା ରପ୍ତାନି ଉପରେ କୌଣସି ପ୍ରତିବନ୍ଧକ ନାହିଁ' : ବୈଦେଶିକ ମନ୍ତ୍ରଣାଳୟ, ପାକିସ୍ତାନକୁ ନେଇ କହିଲେ ଏପରି କଥା

କରୋନା ଭାଇରସ ଟିକା ରପ୍ତାନି ଉପରେ ଭାରତ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି ।

ନୂଆଦିଲ୍ଲୀ : କରୋନା ଭାଇରସ ଟିକା ରପ୍ତାନି ଉପରେ ଭାରତ କୌଣସି ପ୍ରତିବନ୍ଧକ ଲଗାଇ ନାହିଁ । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଛନ୍ତି । ଅରିନ୍ଦମ ବାଗଚି କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ବିଶ୍ୱର 80 ରୁ ଅଧିକ ଦେଶକୁ ଏହି ଟିକା ଯୋଗାଇଛୁ ।

Arindam-Bagchi

ଯେତେବେଳେ ବାଗଚିଙ୍କୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ତାଜିକିସ୍ତାନ ଗସ୍ତ ବିଷୟରେ ପଚରାଗଲା, "ଦୁଶାମ୍ବେରେ ବୈଦେଶିକ ମନ୍ତ୍ରୀ ତାଙ୍କ ପାକିସ୍ତାନୀ ପ୍ରତିପକ୍ଷଙ୍କ ସହ ସାକ୍ଷାତ କରିପାରିବେ କି ?" ଏ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ସେଠାରେ ପାକିସ୍ତାନୀ ପ୍ରତିନିଧୀଙ୍କ ସହ କୌଣସି ପ୍ରକାରର ବୈଠକ ସମ୍ପର୍କରେ କୌଣସି ସୂଚନା ନାହିଁ ।

ଭାରତ ସହିତ ବ୍ୟବସାୟିକ ସମ୍ପର୍କକୁ ପୁନଃସ୍ଥାପିତ କରିବା ଏବଂ ପରେ ଏହାକୁ ପ୍ରତ୍ୟାହାର କରିବା ପ୍ରଶ୍ନରେ ଅରିନ୍ଦମ ବାଗଚି କହିଛନ୍ତି ଯେ ଏହି ପ୍ରଶ୍ନ ପଚାରିବା ପାଇଁ ଆମେ ଉପଯୁକ୍ତ ବ୍ୟକ୍ତି ନୁହଁ ।

ମିଆଁମାରରେ ଗଣତନ୍ତ୍ର ସମର୍ଥନରେ ଭାରତ

ମିଆଁମାରରେ ହୋଇଥିବା ହିଂସା କାରଣରୁ ଯେଉଁମାନେ ଭାରତକୁ ଆସିଛନ୍ତି ସେମାନଙ୍କ ପାଇଁ ବାଗଚି ନିଜର ପକ୍ଷ ରଖିଛନ୍ତି । ମିଆଁମାରରୁ ଆସୁଥିବା ଲୋକଙ୍କୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେବା ପ୍ରସଙ୍ଗରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ, ସୀମା ଆରପାରିକୁ ଆସୁଥିବା ଲୋକମାନଙ୍କ ସମସ୍ୟା ସମ୍ବନ୍ଧରେ ଆମେ ଆମର ଆଇନ ତଥା ମାନବିକ ମୂଲ୍ୟବୋଧକୁ ଦୃଷ୍ଟିରେ ରଖି ଏହାର ସମାଧାନ କରୁଛୁ ।

ଏଥିସହ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମିଆଁମାରରେ ହୋଇଥିବା ହିଂସାକୁ ନିନ୍ଦା କରିଛନ୍ତି । ବାଗଚି କହିଛନ୍ତି ଯେ "ଆମେ କୌଣସି ପ୍ରକାର ହିଂସାକୁ ନିନ୍ଦା କରୁଛୁ । ଆମେ ବିଶ୍ୱାସ କରୁ ଯେ ଆଇନର ନିୟମ ପ୍ରତିଷ୍ଠା ହେବା ଉଚିତ । ମିଆଁମାରରେ ଗଣତନ୍ତ୍ରର ପୁନରୁଦ୍ଧାର ପାଇଁ ଆମେ ଛିଡା ହୋଇଛୁ । ରାଜନୈତିକ ବନ୍ଦୀମାନଙ୍କୁ ମୁକ୍ତ କରିବା ପାଇଁ ଆମେ ଅପିଲ୍ କରିଛୁ ଏବଂ ସାମ୍ପ୍ରତିକ ପରିସ୍ଥିତିର ସମାଧାନ କରିବାକୁ ASEAN ମାଧ୍ୟମରେ ପ୍ରୟାସ କରିଛୁ ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+