ସିକ୍କିମରେ ହିମସ୍ଖଳନ, 6 ଜଣଙ୍କର ମୃତ୍ୟୁ, ଫସି ରହିଛନ୍ତି 150 ରୁ ଅଧିକ ପର୍ଯ୍ୟଟକ
ଗ୍ୟାଙ୍ଗଟକ୍ : ସିକ୍କିମର ନାଥୁ ଲା ପର୍ବତ ପାସରେ ବଡ଼ ଧରଣର ହିମସ୍ଖଳନ ହୋଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ 6 ଜଣଙ୍କର ମୃତ୍ୟୁ ହୋଇଛି । କୁହାଯାଉଛି ଯେ ଏଠାରେ ବରଫ ତଳେ 150 ରୁ ଅଧିକ ପର୍ଯ୍ୟଟକ ଫସି ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଲୋକଙ୍କୁ ସେଠାରୁ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି ।

ସୂଚନା ଅନୁଯାୟୀ, ଆଜି ଅର୍ଥାତ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ 12:20 ସମୟରେ ଗାଙ୍ଗଟକକୁ ନାଥୁଲା ପାସ୍ ସହିତ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡରେ 15 ମାଇଲରେ ହିମସ୍ଖଳନ ହୋଇଛି । ଉଦ୍ଧାର ହୋଇ ନିକଟସ୍ଥ ସାମରିକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା 6 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଚାରି ଜଣ ପୁରୁଷ, ଜଣେ ମହିଳା ଏବଂ ଜଣେ ଶିଶୁ ଅଛନ୍ତି ।
ସ୍ଥାନୀୟ ଖବର ଅନୁଯାୟୀ, ଗ୍ୟାଙ୍ଗଟୋକ ଏସପି ଆଇପିଏସ୍ ତେନଜିଙ୍ଗ ଲୋଡେନ ଲେପା କହିଛନ୍ତି ଯେ ପର୍ଯ୍ୟଟକମାନଙ୍କୁ 13 ମାଇଲ ପର୍ଯ୍ୟନ୍ତ ଯିବାକୁ ଅନୁମତି ଦିଆଯାଇଥିଲା କିନ୍ତୁ ସେମାନେ 15 ମାଇଲ ପର୍ଯ୍ୟନ୍ତ ଚାଲିଯାଇଥିଲେ । ଏଠାରେ ଏହି ଦୁର୍ଘଟଣା ହୋଇଛି ।












Click it and Unblock the Notifications