ଶହୀଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର

ଲଦାଖ ସେକ୍ଟରର ଗଲୱାନ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ଆଜି (ମଙ୍ଗଳବାର) ମରୋଣତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି ।

ନୂଆଦିଲ୍ଲୀ : ଲଦାଖ ସେକ୍ଟରର ଗଲୱାନ ଉପତ୍ୟକାରେ ଚୀନ୍ ସୈନ୍ୟଙ୍କ ସହ ସଂଘର୍ଷରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ଆଜି (ମଙ୍ଗଳବାର) ମରୋଣତ୍ତର ମହାବୀର ଚକ୍ରରେ ସମ୍ମାନିତ କରାଯାଇଛି । ତାଙ୍କ ବ୍ୟତୀତ ଏହି ସଂଘର୍ଷରେ ଶହୀଦ ହୋଇଥିବା ଚାରିଜଣ ସୈନିକଙ୍କୁ ମଧ୍ୟ ଏହି ପୁରସ୍କାର ପ୍ରଦାନ କରାଯାଇଛି । ତାଙ୍କ ମାତା ଓ ସ୍ତ୍ରୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଠାରୁ ମହାବୀର ଚକ୍ର ଗ୍ରହଣ କରିଛନ୍ତି । ଏଥି ସହିତ, ସୋମବାର ଅନୁଷ୍ଠିତ ସମାରୋହରେ ୱିଙ୍ଗ କମାଣ୍ଡର (ବର୍ତ୍ତମାନ ଗ୍ରୁପ୍ କ୍ୟାପଟେନ୍) ଅଭିନନ୍ଦନ ଏବଂ ଅନ୍ୟ ସାହସୀ ସୈନିକମାନଙ୍କୁ ସେମାନଙ୍କର ସାହସିକତା ପାଇଁ ସମ୍ମାନିତ କରାଯାଇଥିଲା ।

ଓଡ଼ିଆ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ବୀରଚକ୍ର ପ୍ରଦାନ କରାଯାଇଛି । ଓଡ଼ିଆ ଯବାନ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ପତ୍ନୀ ବୀରଚକ୍ର ଗ୍ରହଣ କରିଛନ୍ତି । ସେହିପରି ଗଲଓ୍ବାନ ସଂଘର୍ଷ ବେଳେ ସହିଦ ହୋଇଥିବା ହାବଲଦାର କେ.ପଲାନି, ସିପାହୀ ଗୁରୁତେଜ ସିଂ ଓ ନାଏକ ଦିପକ ସିଂଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି ।

Colonel Santosh Babu

ଗଲୱାନ ଉପତ୍ୟକାରେ ଅପରେସନ୍ 'ସ୍ନୋ-ଲିଓପାଡ଼' ସମୟରେ ଚୀନ୍ ସେନା ସହ ହିଂସାତ୍ମକ ସଂଘର୍ଷରେ କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ସମେତ 20 ଜଣ ସହିଦ ହୋଇଥିଲେ । ଚଳିତ ବର୍ଷ ଗଣତନ୍ତ୍ର ଦିବସ ଅବସରରେ ଗଲଭାନ ଉପତ୍ୟକାରେ ସହିଦ ସୈନିକମାନଙ୍କୁ ବୀର ଚକ୍ର ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+