• search
For Quick Alerts
Turn On Notification  
For Daily Alerts

ବଢ଼ିଲା କଟକଣା : ଆସନ୍ତାକାଲି ସନ୍ଧ୍ୟା 6 ରୁ ହରିୟାଣାରେ ସବୁ ଦୋକାନ ବଜାର ବନ୍ଦ

|

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବାକୁ ହରିୟାଣା ସରକାର କଟକଣାକୁ କଡ଼ା କରିଛନ୍ତି। ରାଜ୍ୟରେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ କରିବା ସହିତ ଅନାବଶ୍ୟକ ଭିଡ଼କୁ ବ୍ୟାନ କରିଛନ୍ତି ସରକାର । ଏନେଇ ଟ୍ୱିଟ୍ କରି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍ ଘୋଷଣା କରିଛନ୍ତି ।

ANil-Vij

ଆସନ୍ତାକାଲି ସନ୍ଧ୍ୟା 6ଟାରୁ ହରିୟାଣାରେ ସମସ୍ତ ପ୍ରକାର ଦୋକାନ ବଜାର ବନ୍ଦ ରହିବ। ସମସ୍ତ ଅନାବଶ୍ୟକ ଭିଡ଼କୁ ବ୍ୟାନ୍‌ କରାଯାଇଛି । ଯଦି କେହି କୌଣସି କାର୍ଯ୍ୟକ୍ରମ ବା ଉତ୍ସବ କରନ୍ତି ତେବେ ନିର୍ଦ୍ଧାରିତ ଲୋକ ଅନୁମତି ସହିତ ଏସ୍‌ଡିଏମ୍‌ଙ୍କ ପରାମର୍ଶ ନେବା ଜରୁରୀ ବୋଲି ସେ ଟ୍ୱିଟ୍ କରିଛନ୍ତି ।"

ଅନ୍ୟ ରାଜ୍ୟ ଭଳି ହରିଆଣାରେ ମଧ୍ୟ କରୋନା ସଂକ୍ରମଣ ବଢିବାରେ ଲାଗିଛି । ତିନି ସପ୍ତାହରୁ ବି କମ୍‌ ସମୟରେ ରାଜ୍ୟରେ 73 ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ 31 ମାର୍ଚ୍ଚରୁ ଏପର୍ଯ୍ୟନ୍ତ 300 ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇସାରିଲାଣି ।

ସେହିପରି ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 81 ହଜାର 275 ହୋଇଥିବା ବେଳେ ମୋଟ 3528 ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Market Close In Haryana From Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X