କୋହଳ ହେଲା କଟକଣା : ରାଜଧାନୀରେ ରାତି 10ଟା ଯାଏଁ ଖୋଲା ରହିବ ବଜାର ଓ ମଲ୍
ଦିଲ୍ଲୀର ମଲ୍ ଏବଂ ବଜାର ବର୍ତ୍ତମାନ ରାତି 10 ଟା ପର୍ଯ୍ୟନ୍ତ ଖୋଲିବ । ଏନେଇ ଦିଲ୍ଲୀ ସରକାର ଶନିବାର ସୂଚନା ଦେଇଛନ୍ତି । ଆଗାମୀ ପର୍ବ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଲାଗୁ ହୋଇଥିବା କରୋନା ପ୍ରତିବନ୍ଧକ ହଟାଇଛନ୍ତି ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର । ଦିଲ୍ଲୀର ମଲ୍ ଏବଂ ବଜାର ବର୍ତ୍ତମାନ ରାତି 10 ଟା ପର୍ଯ୍ୟନ୍ତ ଖୋଲିବ । ଏନେଇ ଦିଲ୍ଲୀ ସରକାର ଶନିବାର ସୂଚନା ଦେଇଛନ୍ତି । ଆଗାମୀ ପର୍ବ ଋତୁକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

ଦିଲ୍ଲୀର ବ୍ୟବସାୟିକ ସଂଗଠନଗୁଡିକ AAP ସରକାରଙ୍କୁ ଉତ୍ସବର ଋତୁ ପୂର୍ବରୁ ବଜାର ଖୋଲିବାକୁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନିକଟରେ ଦିଲ୍ଲୀ ବିଜେପି ଏକ ବିକ୍ଷୋଭ ପ୍ରଦର୍ଶନ କରି ସାପ୍ତାହିକ ବଜାର ଖୋଲିବାକୁ ଅନୁମତି ଦେବାକୁ ଦାବି କରିଥିଲା । ଚଳିତ ବର୍ଷ ଅପ୍ରେଲରେ କୋଭିଡ ଦ୍ୱିତୀୟ ଲହର ଆସିବା ପରେ ଏବଂ ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ଅନେକ ପ୍ରତିବନ୍ଧକ ଲଗାଯାଇଥିଲା । ଯାହାକି ଗତ କିଛି ଦିନ ମଧ୍ୟରେ ଧୀରେ ଧୀରେ ଅପସାରିତ ହେଉଛି । ରାଜଧାନୀ ଦିଲ୍ଲୀରେ 14 ଲକ୍ଷରୁ ଅଧିକ କରୋନା ମାମଲା ଦେଖିବାକୁ ମିଳିଛି, ସେଥିମଧ୍ୟରୁ ବର୍ତ୍ତମାନ କେବଳ 500 ସକ୍ରିୟ ମାମଲା ରହିଛି ।












Click it and Unblock the Notifications