ମାଓବାଦୀଙ୍କ ଲଙ୍କାକାଣ୍ଡ, ପୋଡ଼ିଦେଲେ ରାସ୍ତା କାମରେ ଲାଗିଥିବା 12 ଗାଡ଼ି
ପୁଣି ଉପଦ୍ରବ କରିଛନ୍ତି ମାଓବାଦୀ । ନିଜର ଉପସ୍ଥିତି ଜାହିର କରିବାକୁ ଯାଇ ଭିଆଇଛନ୍ତି ଲଙ୍କାକାଣ୍ଡ । ରାସ୍ତା କାମରେ ଲାଗିଥିବା 12 ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ।

ମାଲକାନାଗିରି : ପୁଣି ଉପଦ୍ରବ କରିଛନ୍ତି ମାଓବାଦୀ । ନିଜର ଉପସ୍ଥିତି ଜାହିର କରିବାକୁ ଯାଇ ଭିଆଇଛନ୍ତି ଲଙ୍କାକାଣ୍ଡ । ରାସ୍ତା କାମରେ ଲାଗିଥିବା 12 ଟି ଗାଡ଼ିକୁ ପୋଡ଼ି ଦେଇଛନ୍ତି ।
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଏଭଳି କାଣ୍ଡ ଦେଖିବାକୁ ମିଳିଛି । ସେଠାରେ ଏକ ରାସ୍ତା କାମରେ ନୟୋଜିତ ହୋଇଥିବା 12 ଟି ଗାଡ଼ିକୁ ଜାଳିଦେଲେ । କୋୟେଲିବେଡା ନିକଟରେ ସଡ଼କ ନିର୍ମାଣରେ ନିୟୋଜିତ ଗାଡି ଗୁଡ଼ିକୁ ଜାଳିଦେଇଛନ୍ତି । ସେଥିରେ 8 ଟି ଟ୍ରାକ୍ଟର, ଦୁଇଟି ଜେସିବି, ଦୁଇଟି ଡୋଜର ରହିଛି । ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି ଏଭଳି ହିଂସାକାଣ୍ଡ ଘଟାଇଛନ୍ତି ମାଓବାଦୀ ।












Click it and Unblock the Notifications