Mann ki Baat 100 Episodes : ଓଡ଼ିଶାର ପ୍ରକାଶଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ, ଦେଶବାସୀଙ୍କୁ କଲେ ସମ୍ବୋଧନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ର ଆଜି 100 ତମ ଏପିସୋଡ଼ ପ୍ରସାରିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ସାରା ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ମୋଦୀ ଦେଶର ବିଶିଷ୍ଟ ବ୍ୟକ୍ତିକ୍ତ୍ୱମାନଙ୍କୁ ସ୍ମରଣ କରିବା ସହ ଏହାର 100 ତମ ଏପିସୋଡ଼ ପୂରଣ ନେଇ ଅଭିନନ୍ଦନ ଜଣାଇଥିଲେ । ଏହି ସମୟରେ ମୋଦୀ ଓଡ଼ିଶାର ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ପ୍ରେରଣାଦାୟକ ଯାତ୍ରାକୁ ସ୍ମରଣ କରିଥିଲେ ।
ଡି.ପ୍ରକାଶ ରାଓଙ୍କ ପ୍ରାଥମିକ ବିଦ୍ୟାଳୟ 'ଆଶା ଓ ଆଶୱାସନା' ଜରିଆରେ ସମାଜରେ ଅନାଥ ବା ବଞ୍ଚିତ ପିଲାମାନଙ୍କୁ ଶିକ୍ଷା ଦେବା ଦିଗରେ ତାଙ୍କର ନିରନ୍ତର ଉଦ୍ୟମ ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା । ତାଙ୍କର ଏହି କାମକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଥିଲେ । ଏହାପରେ ଭାରତର ତତ୍କାଳୀନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ 2019ରେ ଡି ପ୍ରକାଶ ରାଓଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ ।
ଡି. ପ୍ରକାଶ ରାଓଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ବେଟି ବଚାଓ, ବେଟି ପଢାଓ, ସ୍ୱଚ୍ଛ ଭାରତ ଅଭିଆନ୍, ଖଦି ପ୍ରତି ଲୋକଙ୍କ ଭଲ ପାଇବା, ପ୍ରକୃତି ସମ୍ବନ୍ଧୀୟ ଚିନ୍ତାଧାରା, ଆଜାଦ କି ଅମୃତ ମହୋତ୍ସବ, ପ୍ଲାଷ୍ଟିକ ଉପରେ ରୋକ୍ ଲଗାଇବା ଆଦି ସାମାଜିକ କାର୍ଯ୍ୟକ୍ରମ କିଭଳି ମନ୍ କି ବାତ ଜରିଆରେ ଆରମ୍ଭ ହୋଇଛି ସେ ବାବଦରେ କହିଥିଲେ ।
2014 ଅକ୍ଟୋବର 3 ତାରିଖରେ ଆରମ୍ଭ ହୋଇଥିଲା ଏହି 'ମନ୍ କି ବାତ୍' କାର୍ଯ୍ୟକ୍ରମ । ସବେଠାରୁ ପ୍ରତ୍ୟେକ ମାସ ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ବିବିନ୍ନ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରିଥାନ୍ତି ।












Click it and Unblock the Notifications