ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲା, ଦୁଇ ସପ୍ତାହ ବଢିଲା ସିସୋଦିଆଙ୍କ ସିବିଆଇ ରିମାଣ୍ଡ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଯାଞ୍ଚ କରୁଥିବା ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆଙ୍କୁ ଲାଗିଛି ଝଟକା । ତାଙ୍କର ସିବିଆଇ ରିମାଣ୍ଡ ଆଉ ଦୁଇ ସପ୍ତାହ ପାଇଁ ବୃଦ୍ଧି ହୋଇଛି । ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଦୁଇ ସପ୍ତାହ ବୃଦ୍ଧି କରିଛନ୍ତି ।
ସିବିଆଇ ସିସୋଦିଆଙ୍କୁ କୋର୍ଟରେ ହାଜର କରିଥିଲା । ମାମଲାର ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଥିବା ଦର୍ଶାଇ ତାଙ୍କ ନ୍ୟାୟିକ ହେପାଜତ ବୃଦ୍ଧି ପାଇଁ ଦାବି କରିଥିଲା ସିବିଆଇ । ଏଜେନ୍ସିର ଆବେଦନକୁ ଅନୁମତି ଦେଇ କୋର୍ଟ ଅପ୍ରେଲ 17 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।
ଗତ ସପ୍ତାହରେ, ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ସିସୋଦିଆଙ୍କ ଜାମିନ ଆବେଦନକୁ ଏକ୍ସାଇଜ୍ ପଲିସି ସ୍କାମରେ ଖାରଜ କରି କହିଥିଲେ । ସିବିଆଇ ଏହି ଆବେଦନକୁ ବିରୋଧ କରି କହିଥିଲା ଯେ ଯଦି ତାଙ୍କୁ ଜାମିନ ପ୍ରଦାନ କରାଯାଏ ତେବେ ତାଙ୍କର ପ୍ରଭାବ ତଥା ହସ୍ତକ୍ଷେପ ଫଳରେ ତଦନ୍ତରେ ବାଧା ହୋଇପାରେ ।
ମଦ ନୀତି ପ୍ରଣୟନ ତଥା କାର୍ଯ୍ୟକାରୀ କରିବାରେ ଦୁର୍ନୀତି ଅଭିଯୋଗରେ ଶ୍ରୀ ସିସୋଦିଆଙ୍କୁ ଫେବୃଆରୀ 26 ରେ ସିବିଆଇ ଗିରଫ କରିଥିଲା । ପୃଥକ ପୃଥକ ଭାବରେ ଅର୍ଥ ହେରଫେର ଅଭିଯୋଗରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଦିଲ୍ଲୀର ଅବକାରୀ ସ୍କାମରେ ଯାଞ୍ଚ ଆରମ୍ଭ କରିଛି । ମାର୍ଚ୍ଚ 9 ରେ ସିସୋଦିଆଙ୍କୁ ଇଡି ଗିରଫ କରିଥିଲା ।












Click it and Unblock the Notifications