ମଣିପୁର ହିଂସା : ସୁରକ୍ଷା ବାହିନୀକୁ ଘେରି ରହିଲେ 1500 ମହିଳା, 12 ଉଗ୍ରବାଦୀଙ୍କୁ ମୁକ୍ତ କରିବାକୁ ବାଧ୍ୟ ହେଲା ସେନା
ମଣିପୁର ହିଂସା: ଗତ ଦେଢ ମାସ ଧରି ମଣିପୁରରେ ଜାତିଗତ ହିଂସା ହେତୁ ପରିସ୍ଥିତି ଗମ୍ଭୀର ରହିଛି । ସାରା ରାଜ୍ୟରେ ସେନା ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଏହି ସମୟରେ ପ୍ରାୟ 1500 ମହିଳା ସୁରକ୍ଷା ବାହିନୀକୁ ଗେରି ରହି 12 ଜଣ ଉଗ୍ରବାଦୀଙ୍କୁ ଉଦ୍ଧାର କରିଛନ୍ତି ।
ଶନିବାର ଦିନ ସୁରକ୍ଷା ବାହିନୀ କହିଛି ଯେ ପ୍ରାୟ 1,500 ମହିଳା ସେମାନଙ୍କୁ ଘେରି ରହିଥିଲେ । ଫଳରେ ସେମାନେ କାବୁ କରିଥିବା 12 କାଙ୍ଗଲେ ୟାୱୋଲ କନ୍ନ ଲୁପ (KYKL) ଉଗ୍ରବାଦୀଙଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲେ ।

ଏହି ଘଟଣାକୁ ନିଶ୍ଚିତ କରି ଜଣେ ସେନା ମୁଖପାତ୍ର କହିଛନ୍ତି ଯେ ସେମାନଙ୍କୁ ମୁକ୍ତ ହୋଇଥିବା 12 ଜଣ ଉଗ୍ରବାଦୀଙ୍କ ମଧ୍ୟରେ ମୋଇରଙ୍ଗଥେମ୍ ଓରଫ୍ ଉତ୍ତମ ଅଛନ୍ତି । ଇଏ ହେଉଛି ସେହି ମୋଇରଙ୍ଗଥେମ୍, ଯିଏ 2015 ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଯେଉଁଥିରେ 18 ଜଣ ସେନା କର୍ମଚାରୀ ନିହତ ହୋଇଥିଲେ ।
ସେନା ପ୍ରବକ୍ତା କହିଛନ୍ତି ଯେ, ଜୁନ୍ 24 ଅପରାହ୍ନ ପ୍ରାୟ 2.30 ସମୟରେ ବିଶିଷ୍ଟ ଗୁପ୍ତଚର ସୂଚନା ଅନୁସାରେ ଇମ୍ଫାଲ ପୂର୍ବର ଇଥାମ ଗ୍ରାମରେ ସୁରକ୍ଷା ବାହିନୀ ଦ୍ୱାରା ଏକ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ଅପରେସନରେ 12 ଜଣ KYKL କ୍ୟାଡରଙ୍କୁ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ସହିତ ଧରାଯାଇଥିଲା । ଏହି 12 ଜଣ ଉଗ୍ରବାଦୀଙ୍କ ମଧ୍ୟରେ ସେଲ୍ଫ ଷ୍ଟାଇଲ୍ ଗଡମ୍ୟାନ୍ ଲଳିତ କୋଲ୍ ଇରଙ୍ଗଥେମ୍ ଓରଫ୍ ଉତ୍ତମ୍, 2015 ଡୋଗ୍ରା ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ଚିହ୍ନଟ ହୋଇଥିଲା ।
ସେନା ମୁଖପାତ୍ର ଆହୁରି କହିଛନ୍ତି, ଏହି ଅପରେସନ ପରେ ସଙ୍ଗେ ସଙ୍ଗେ ମହିଳା ଏବଂ ସ୍ଥାନୀୟ ନେତାଙ୍କ ନେତୃତ୍ୱରେ 1200 ରୁ 1500 ଲୋକଙ୍କ ଭିଡ଼ ସମଗ୍ର ଟାର୍ଗେଟ ଅଞ୍ଚଳକୁ ଘେରିଯାଇ ସୁରକ୍ଷା ବାହିନୀକୁ ଅପରେସନରେ ଆଗକୁ ବଢିବାକୁ ପ୍ରତିରୋଧ କରିଥିଲା । ସୁରକ୍ଷା ବାହିନୀକୁ ଆଇନ ଅନୁଯାୟୀ କାର୍ଯ୍ୟ ଜାରି ରଖିବାକୁ ଅନୁମତି ଦେବା ପାଇଁ ଉଗ୍ରବାଦୀଙ୍କ ନିକଟରେ ବାରମ୍ବାର ନିବେଦନ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳିନଥିଲା । ଏହା ପରେ, ଘଟଣାର ସମ୍ବେଦନଶୀଳତାକୁ ବିଚାର କରି ଆମେ ଧରିଥିବା 12 ଜଣ ଉଗ୍ରବାଦୀଙ୍କୁ ସ୍ଥାନୀୟ ନେତାଙ୍କୁ ହସ୍ତାନ୍ତର କରିଥୁ ବୋଲି ଅଧିକାରୀ କହିଛନ୍ତି । ତେବେ ସୁରକ୍ଷା ବାହିନୀ ସେଠାରୁ ଉଦ୍ଧାର ହୋଇଥିବା ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି ।
ଆପଣଙ୍କୁ କହି ରଖୁଛୁ ମେ ଆରମ୍ଭରୁ ଜାତିଗତ ହିଂସାରେ ମଣିପୁର ପ୍ରଭାବିତ ହୋଇଛି । ଏହି ହିଂସାରେ ଏପର୍ଯ୍ୟନ୍ତ 115 ଲୋକ ପ୍ରାଣ ହରାଇଛନ୍ତି ।












Click it and Unblock the Notifications