ମଣିପୁର ହିଂସା: ଉପଦ୍ରବୀଙ୍କ ଢାଲ ବନିଛନ୍ତି ମହିଳା, ଭିଡ଼ିଓ ଜାରି କଲା ଅପିଲ୍ କଲା ସେନା
ମଣିପୁର ହିଂସା : ଗତ ଦୁଇ ମାସ ଧରି ମଣିପୁରରେ ହିଂସା ଲାଗି ରହିଛି । ଏଠାରେ ହିଂସା ରୋକିବାକୁ ଭାରତୀୟ ସେନାକୁ ମୁତୟନ କରାଯାଇଛି । କିନ୍ତୁ ଦିନ କୁ ଦିନ ହିଂସା ବଢିବାରେ ଲାଗିଛି । ଏପରିକି ଗତ କିଛି ଦିନ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ପରେ ମଧ୍ୟ ରାଜ୍ୟରେ ହିଂସା ଥମିବାର ନାଁ ଧରୁନାହିଁ ।

ଏଭଳି ପରିସ୍ଥିତିରେ ଭାରତୀୟ ସେନା ପାଇଁ ବଡ଼ ଆହ୍ୱାନ ପାଲଟିଛନ୍ତି ମହିଳା । ମହିଳା ମାନଙ୍କୁ ଉଗ୍ରବାଦୀମାନେ ନିଜ ଢାଲ ଭାବେ ବ୍ୟବହାର କରୁଛନ୍ତି । ଯାହାକୁ ନେଇ ଭାରତୀୟ ସେନା ଓ ସରକାରଙ୍କ ଚିନ୍ତା ବୃଦ୍ଧି ପାଇଛି । ଅନେକ ସ୍ଥାନରେ ସୁରକ୍ଷା ବାହିନୀକୁ ମହିଳା ମାନେ ଘେରି ରହିଛନ୍ତି ।
ଏଭଳି ପରିସ୍ଥିତିରେ ଭାରତୀୟ ସେନା ବର୍ତ୍ତମାନ କହିଛି ଯେ ମଣିପୁରର ମହିଳାମାନେ ଅସୁବିଧାରେ ଥିବା ରାଜ୍ୟରେ ସେମାନଙ୍କ ଶାନ୍ତି ଅଭିଯାନକୁ ରୋକୁଛନ୍ତି ଏବଂ ଶାନ୍ତି ଫେରାଇ ଆଣିବାରେ ସେମାନଙ୍କ ଉଦ୍ୟମରେ ମହିଳା ମାନେ ବାଧା ସୃଷ୍ଟି କରୁଛନ୍ତି ।
ସେନା ଏକ ଭିଡିଓ ଜାରି କରି ସେମାନଙ୍କୁ ସାହାଯ୍ୟ କରିବାକୁ ଏହି ମହିଳାମାନଙ୍କୁ ଅପିଲ୍ କରିଛି । ସେନା କହିଛି ଯେ ଏହି ଅପରେସନ୍ ସମୟରେ ଆମର ଯବାନମାନେ ବାରମ୍ବାର ଜନତାଙ୍କୁ ନିବେଦନ କରିଛନ୍ତି କିନ୍ତୁ ସମସ୍ତ ଉଦ୍ୟମ ବିଫଳ ହେଉଛି ।
ଭାରତୀୟ ସେନା ଏକ ଭିଡିଓ ଟ୍ୱିଟ୍ କରି କହିଛି ଯେ ମଣିପୁରର ମହିଳା କର୍ମକର୍ତ୍ତା ମାନେ ଜାଣିଶୁଣି ଆମ ରାସ୍ତା ଅବରୋଧ କରୁଛନ୍ତି ଏବଂ ସୁରକ୍ଷା ବାହିନୀର କାର୍ଯ୍ୟରେ ହସ୍ତକ୍ଷେପ କରୁଛନ୍ତି । ଜୀବନ ଏବଂ ସମ୍ପତ୍ତି ବଞ୍ଚାଇବା ପାଇଁ ଜଟିଳ ପରିସ୍ଥିତିରେ ସୁରକ୍ଷା ବାହିନୀର କାର୍ଯ୍ୟକଳାପ ପାଇଁ ଏହିପରି ଅବାଞ୍ଛିତ ହସ୍ତକ୍ଷେପ କ୍ଷତିକାରକ ଅଟେ । ଶାନ୍ତି ଫେରାଇ ଆଣିବା ପାଇଁ ଆମର ପ୍ରୟାସକୁ ସମର୍ଥନ କରିବାକୁ ଭାରତୀୟ ସେନା ଲୋକମାନଙ୍କୁ ନିବେଦନ କରିଛନ୍ତି ।
Women activists in #Manipur are deliberately blocking routes and interfering in Operations of Security Forces. Such unwarranted interference is detrimental to the timely response by Security Forces during critical situations to save lives and property.
— SpearCorps.IndianArmy (@Spearcorps) June 26, 2023
🔴 Indian Army appeals to… pic.twitter.com/Md9nw6h7Fx
ଗତ କିଛି ଦିନ ପୂର୍ବରୁ ମଣିପୁରର ଇଥାମ ଗ୍ରାମରେ ସୁରକ୍ଷା ବାହିନୀ ଧରିଥିବା 12 ଜଣ ଉଗ୍ରବାଦୀଙ୍କୁ ଏହି ମହିଳା କର୍ମକର୍ତ୍ତାମାନେ ଛଡାଇ ନେଇଥିଲେ । ପ୍ରାୟ 1500 ମହିଳା କର୍ମକର୍ତ୍ତା ସେନାକୁ ଅବରୋଧ କରିବା ସହ ଅଟକାଇଥିଲେ । ଫଳରେ ସେନା ବାଧ୍ୟ ହୋଇ 12 ଦଣ ଉଗ୍ରବାଦୀଙ୍କୁ ଛାଡ଼ିଥିଲା । ଏହି 12 ଜଣ ଆତଙ୍କବାଦୀ ବିଦ୍ରୋହୀ ଗୋଷ୍ଠୀ କାଙ୍ଗଲେ ୟାଭୋଲ କାନ୍ନା ଲୁପ (KYKL) ର ଥିଲେ ।
ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ଗୁଇନ୍ଦା ରିପୋର୍ଟ ଭିତ୍ତିରେ 24 ଜୁନ୍ ଦିନ ଅପରାହ୍ନ ପ୍ରାୟ 2.30 ସମୟରେ ଆମେ ଇମ୍ଫାଲ ପୂର୍ବର ଇଥାମ ଗ୍ରାମରେ ଅପରେସନ୍ ଆରମ୍ଭ କରିଥିଲୁ । ଏହି ଅପରେସନ୍ ସମାପ୍ତ ହେବା ମାତ୍ରେ, ମହିଳା ଏବଂ ସ୍ଥାନୀୟ ନେତାଙ୍କ ନେତୃତ୍ୱରେ 1200 ରୁ 1500 ଲୋକଙ୍କ ଭିଡ଼ ଆମକୁ ଘେରି ରହି ଆମ କାର୍ଯ୍ୟରେ ବାଧା ଦେଇଥିଲେ । ଧରାଯାଇଥିବା 12 ଆତଙ୍କବାଦୀଙ୍କୁ ମୁକ୍ତ କରିବା ପାଇଁ ସେମାନେ ଆମ ଆଗରେ ସର୍ତ୍ତ ରଖିଥିଲେ । ବାଧ୍ୟ ହୋଇ ଆମକୁ ସେମାନଙ୍କୁ ଛାଡ଼ିବାକୁ ପଡ଼ିଥିଲା।












Click it and Unblock the Notifications