ମଣିପୁର ହିଂସା: କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଲେ ଉପଦ୍ରବୀ

ମଣିପୁରରେ ଚାଲିଥିବା ହିଂସା ବନ୍ଦ ହେବାର ନାମ ନେଉନାହିଁ । ବିକ୍ଷୋଭକାରୀମାନେ କେନ୍ଦ୍ର ମନ୍ତ୍ରୀ ଆର.କେ ରଂଜନ ସିଂଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଇମ୍ଫାଲର କୋନବାରେ ଅବସ୍ଥିତ ଆର.କେ ରଂଜନ ସିଂହଙ୍କ ଘରେ ଉପଦ୍ରବୀମାନେ ନିଆଁ ଲଗାଇ ଦେଇଥିଲେ ।

manipur

ଏହି ଘଟଣା ସମ୍ପର୍କରେ ମଣିପୁର ସରକାରଙ୍କୁ ସୂଚନା ଦିଆଯାଇଛି । ସୁରକ୍ଷା କର୍ମୀ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସା ବେଳେ ବିକ୍ଷୋଭକାରୀମାନେ ଦୁଇଟି ଘରେ ନିଆଁ ଲଗାଇ ଦେଇଥିଲେ । ଗତ ଦୁଇ ଦିନ ମଧ୍ୟରେ ରାଜ୍ୟରେ ପୁଣି ହିଂସା ବୃଦ୍ଧି ପାଇଛି । ଗୁଳି ବିନିମୟରେ 9 ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ 10 ଜଣ ଆହତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ କହିଛନ୍ତି ଯେ ସରକାର ସବୁ ସ୍ତରରେ ଲୋକଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଯେଉଁମାନେ ହିଂସା ସହ ଜଡିତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମର ପ୍ରତିବଦ୍ଧତା ଅନୁଯାୟୀ ଆମେ ସମସ୍ତଙ୍କ ସହ ଯୋଗାଯୋଗ କରୁଛୁ, ପ୍ରତ୍ୟେକ ସ୍ତରରେ କଥାବାର୍ତ୍ତା କରୁଛୁ ।

ମୁଁ ନିଶ୍ଚିତ ଯେ ରାଜ୍ୟବାସୀଙ୍କ ସାହାଯ୍ୟରେ ଆମେ ଶୀଘ୍ର ପୁଣି ଥରେ ଶାନ୍ତି ଫେରାଇ ଆଣିବା । ପରିସ୍ଥିତି ସ୍ୱାଭାବିକ ହେବ ବୋଲି କହିବା ସହଜ ହେବ ନାହିଁ, କିନ୍ତୁ ହିଂସା ଘଟଣା ସାମ୍ନାକୁ ଆସୁଛି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ 9 ଜଣଙ୍କର ମୃତ୍ୟୁ ହୋଇଛି, ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ଅପରାଧୀଙ୍କୁ ଧରିବା ପାଇଁ ଅପରେସନ ଆରମ୍ଭ ହୋଇଛି । ମୁଁ ରାଜ୍ୟବାସୀଙ୍କୁ ନିଶ୍ଚିତ କରୁଛି ଯେ ଆଇନ ଅନୁଯାୟୀ ଅପରାଧୀଙ୍କ ବିରୋଧରେ ଆମେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ।

ଆପଣଙ୍କୁ କହି ରଖୁଛୁ ମେ ମାସରୁ ମଣିପୁରରେ ହିଂସା ଆରମ୍ଭ ହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ଆଦିବାସୀ ଛାତ୍ର ସଂଘ ଦ୍ୱାରା ମାର୍ଚ୍ଚ ସମୟରେ ଏହି ହିଂସା ଆରମ୍ଭ ହୋଇଥିଲା । ଏହି ଲୋକମାନେ ମୈତେଇ ସମ୍ପ୍ରଦାୟକୁ ଏସଟି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ କୋର୍ଟଙ୍କ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+