ମଣିପୁର ହିଂସା: ଅମିତ ଶାହାଙ୍କ ଗସ୍ତ ପୂର୍ବରୁ ସେନା ଉପରେ ଆକ୍ରମଣ ଯୋଜନା ପଣ୍ଡ, ଅସ୍ତ୍ରଶସ୍ତ୍ର ସହ 25 ଗିରଫ

manipur violence

ମଣିପୁର ହିଂସା: ଉତ୍ତର-ପୂର୍ବ ମଣିପୁରର ସ୍ଥିତି ବର୍ତ୍ତମାନ ଭଲ ନାହିଁ । ମାସ ଆରମ୍ଭରୁ ରାଜ୍ୟରେ ହିଂସା ଜାରି ରହିଛି । ଏଭଳି ପରିସ୍ଥିତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 3 ଦିନିଆ ଗସ୍ତରେ ଆସିବେ । ପରିସ୍ଥିତିକୁ ଅତି ନିକଟରୁ ଜାଣିବା ସହ ଏହା ଉପରେ ଆଳୋଚନା କରିବେ । ଏହାପୂର୍ବରୁ ସେନା 25 ଜଣ ସଶସ୍ତ୍ର ଉପଦ୍ରବୀଙ୍କୁ ଗିରଫ କରିଛି । ସେମାନେ ଇମ୍ଫାଲ ପୂର୍ବ ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଅଭିଯୋଗ ହୋଇଥିଲା ।

ଭାରତୀୟ ସେନା ଏକ ସରକାରୀ ବିବୃତ୍ତି ଜାରି କରି କହିଛି ଯେ ମଣିପୁରର ଇମ୍ଫାଲ ଇଷ୍ଟ ଜିଲ୍ଲାରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଷଡଯନ୍ତ୍ର କରିଥିବା ଅଭିଯୋଗରେ ସେନାର ମୋବାଇଲ୍ ଭେଇକିଲ୍ ଚେକ୍ ପୋଷ୍ଟ (MVCP) ଦ୍ୱାରା 25 ଜଣଙ୍କୁ ଗିରଫ କରାଯାଇଛି । ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

ଦଙ୍ଗାକାରୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ "ଯୁଦ୍ଧ ପରି ସାମଗ୍ରୀ" ଥିବା ସେନା ରିପୋର୍ଟ କରିଛି । ବିବୃତ୍ତିରେ କୁହାଯାଇଛି ଯେ ପାଞ୍ଚଟି 12 ବୋର ଡବଲ ବ୍ୟାରେଲ ରାଇଫଲ, ତିନୋଟି ସିଙ୍ଗଲ ବ୍ୟାରେଲ ରାଇଫଲ, ଗୋଟିଏ ଡବଲ ବୋର ଦେଶ ତିଆରି ଅସ୍ତ୍ର ଏବଂ ଗୋଟିଏ ମୁଜଲ ଲୋଡ ଅସ୍ତ୍ର ଜବତ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+