‘ହିଂସାକୁ ଉସକାଇବା ପାଇଁ କୋର୍ଟର ବ୍ୟବହାର କରନ୍ତୁ ନାହିଁ, ଆମେ ସରକାର ଚଳାଉ ନାହୁଁ'- ମଣିପୁର ହିଂସା ଉପରେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ : ଜାତିଗତ ହିଂସାରେ ଦୁଇ ମାସରୁ ଅଧିକ ସମୟ ଧରି ଜଳୁଛି ମଣିପୁର । ଏହାକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । ମଣିପୁରରେ ହିଂସା ବୃଦ୍ଧି ପାଇଁ ସୁପ୍ରିମକୋର୍ଟର ବ୍ୟବହାର କରନ୍ତୁ ନାହିଁ । ସୁପ୍ରିମକୋର୍ଟ ରାଜ୍ୟ ଚଳାନ୍ତି ନାହିଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଡ଼ଙ୍କ ବେଞ୍ଚ ।

ମୁଖ୍ୟ ବିଚାରପତି କହିଛନ୍ତି, ସୁପ୍ରିମକୋର୍ଟ ମଣିପୁରର ଆଇନ ଏବଂ କାନୁନକୁ ନିଜ ହାତକୁ ନେଇପାରିବେ ନାହିଁ । ଠୋସ୍ ପରାମର୍ଶ ଦେବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କୁ କହିଛନ୍ତି ।

supreme court

ସୋମବାର ସୁପ୍ରିମକୋର୍ଟ ମଣିପୁର ହିଂସା ସହ ଜଡିତ ମାମଲାର ଶୁଣାଣି କରିଛନ୍ତି । ଅଦାଲତ ଖୋଲାଖୋଲି ଭାବେ କହିଛନ୍ତି ଯେ ମଣିପୁରରେ ହୋଇଥିବା ହିଂସାକୁ ଆହୁରି ବଢାଇବା ପାଇଁ କୋର୍ଟକୁ ଏକ ଫୋରମ୍ ଭାବେ ବ୍ୟବହାର କରାଯିବା ଉଚିତ ନୁହେଁ ।

ମଣିପୁର ହିଂସା PIL ଉପରେ ମନ୍ତବ୍ୟ ଦେଇ ସୁପ୍ରିମକୋର୍ଟ କହିଛନ୍ତି, "ଆମେ କେବଳ ରାଜ୍ୟ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଉପରେ ନଜର ରଖିପାରିବା ଏବଂ ଅତିରିକ୍ତ ପଦକ୍ଷେପ ଗ୍ରହଣ କରାଯାଇ ପାରିଲେ କିଛି ଆଦେଶ ଦେଇପାରିବା । କିନ୍ତୁ ଆମେ ସୁରକ୍ଷା ତନ୍ତ୍ର ଚଲାଇ ପାରିବୁ ନାହିଁ ।"

ମଙ୍ଗଳବାର ଦିନ ମଣିପୁର ସରକାର ସ୍ଥିତି ସମ୍ପର୍କରେ ସର୍ବଶେଷ ସ୍ଥିତି ରିପୋର୍ଟ ଦାଖଲ କରିଥିବାବେଳେ ଏହାର ଶୁଣାଣି ମଙ୍ଗଳବାର ପୁଣି ଆରମ୍ଭ ହେବ । ସିଜେଆଇ ଚନ୍ଦ୍ରଚୁଡ଼ ଆବେଦନକାରୀଙ୍କୁ କହିଛନ୍ତି ଯେ ମଣିପୁରର ପରିସ୍ଥିତି ଏକ ମାନବିକ ପ୍ରସଙ୍ଗ; ଏହାକୁ ଦଳୀୟ ପ୍ରସଙ୍ଗ ଭାବରେ ଦେଖିବା ଉଚିତ୍ ନୁହଁ ।
ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ କୌଣସି ଭୁଲ ତଥ୍ୟ ପରିସ୍ଥିତିକୁ ଆହୁରି ଖରାପ କରିପାରେ କାରଣ ଆବେଦନକାରୀମାନେ ଅତି ସମ୍ବେଦନଶୀଳତାର ସହିତ ଏହି ମାମଲା ନେଇପାରିବେ । ଆବେଦନକାରୀଙ୍କ ପକ୍ଷରୁ ହାଜର ହୋଇଥିବା ବରିଷ୍ଠ ଆଡଭୋକେଟ୍ କଲିନ୍ ଗୋନ୍ସାଲଭସ୍ କହିଛନ୍ତି ଯେ ମଣିପୁରରେ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି ।

ଗୋନସାଲଭସ୍ ଯୁକ୍ତି ଦର୍ଶାଇଥିଲେ ଯେ ଏହି କାହାଣୀ ମଣିପୁରର ଆଦିବାସୀମାନଙ୍କ ବିରୁଦ୍ଧରେ ଅଛି । ସିଜେଆଇ କହିଛନ୍ତି, "ଆମେ ଚାହୁଁନାହୁଁ ଯେ ଏହି ପ୍ରକ୍ରିୟା ରାଜ୍ୟରେ ହିଂସା ତଥା ଅନ୍ୟାନ୍ୟ ସମସ୍ୟାକୁ ଆହୁରି ବଢାଇବା ପାଇଁ ଏକ ପ୍ଲାଟଫର୍ମ ଭାବରେ ବ୍ୟବହାର କରାଯାଉ । ଆମେ ସୁରକ୍ଷା ତନ୍ତ୍ର କିମ୍ବା ଆଇନ ଶୃଙ୍ଖଳା ଚଳାଉ ନାହୁଁ ।" CJI କହିଛନ୍ତି, ଯଦି ଆପଣଙ୍କର ମତାମତ ଅଛି, ଆମେ ଏହାକୁ ବିଚାର କରିପାରିବା ।

ଆଇନଜୀବୀ କଲିନ ଗୋନସାଲଭସ୍ ଅଭିଯୋଗ କରିଥିଲେ ଯେ, କୁକୀ ସଂପ୍ରଦାୟ ବିରୋଧରେ ସରକାରଙ୍କ ପକ୍ଷରୁ ହିଂସାକୁ ପ୍ରୋତ୍ସାହନ ଦିଆଯାଉଛି । ଏଥିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ପି. ଏସ୍‌. ନରସିଂହ ହସ୍ତକ୍ଷେପ କରିଛନ୍ତି । କହିଛନ୍ତି, ମଣିପୁରରେ ହିଂସା ବୃଦ୍ଧି ପାଇଁ ସୁପ୍ରିମକୋର୍ଟଙ୍କୁ ପ୍ଲାଟଫର୍ମ ଭାବେ ବ୍ୟବହାର କରାନଯାଉ । ବରଂ ଆଇନଜୀବୀ ଗନସାଲଭେସ କିଛି ଗଠନମୂଳକ ପରାମର୍ଶ ଦିଅନ୍ତୁ ।

ସେହିପରି ମଣିପୁରରେ ଗୁରୁତ୍ୱପୂର୍ଣ୍ଣ ରାଜପଥକୁ ଅବରୋଧମୁକ୍ତ କରିବା ଲାଗି ପଦକ୍ଷେପ ନେବା ପାଇଁ କେନ୍ଦ୍ର ଓ ମଣିପୁର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁରର ଜୀବନରେଖା କୁହାଯାଉଥିବା ଏହି ରାଜପଥରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ସ୍ୱାଭାବିକ ହୋଇପାରିବ । ଏଥିପାଇଁ ସୁପ୍ରିମକୋର୍ଟଙ୍କୁ ମଣିପୁର ହାଇକୋର୍ଟ ବାର୍‌ ଆସୋସିଏସନ ଅନୁରୋଧ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+