ମଣିପୁରରେ କମୁନି ହିଂସା, ମନ୍ତ୍ରୀଙ୍କ ବ୍ୟକ୍ତିଗତ ଗୋଡାଉନ୍ ନିଆଁ ଲଗାଇଦେଲେ ବିକ୍ଷୋଭକାରୀ
ମଣିପୁରରେ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନାହିଁ । ହିଂସାକୁ ନିୟନ୍ତ୍ରଣ କରିବା ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଶନିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯାହାର ଏଜେଣ୍ଡା ଥିଲା ରାଜ୍ୟରେ ଘଟିଥିବା ହିଂସା ଘଟଣାରେ ସରକାରଙ୍କ ଉଦ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରିବା । ଏହା ସହିତ ରାଜ୍ୟରେ ଥିବା ପରିସ୍ଥିତିକୁ ଦୂର କରିବା ପାଇଁ ସମସ୍ତ ଦଳର ସହଯୋଗ ପାଇଁ ବୈଠକରେ ଆବେଦନ କରାଯାଇଥିଲା । ତେବେ ବୈଠକ ପରେ ମଧ୍ୟ ରାଜ୍ୟରେ ହିଂସା କମି ନାହିଁ ।

ହିଂସା ଏବଂ ଅଶାନ୍ତି ପ୍ରବାବିତ ମଣିପୁରରେ ଆଜି ପୁଣି ହିଂସା ଦେଖିବାକୁ ମିଳିଛି । ମଣିପୁର ମନ୍ତ୍ରୀ ଏଲ୍ ସୁସିନ୍ଦ୍ରୋଙ୍କର ବ୍ୟକ୍ତିଗତ ଗୋଦାମରେ ନିଆଁ ଲଗାଇଦେଇଛନ୍ତି ବିକ୍ଷୋଭକାରୀ ।
ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ଦୀର୍ଘ ସମୟ ଧରି ଲାଗି ରହିଛି । ଏଥିରେ ଏପର୍ଯ୍ୟନ୍ତ 100 ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ହିଂସାରେ ଅନେକ ଘର ନିଆଁରେ ପୋଡ଼ିଦିଆଯାଇଛି । ଏପରିକି ଅନେକ ଲୋକ ଭୂମିହୀନ ହୋଇଯାଇଛନ୍ତି ।
ଏହାପୂର୍ବରୁ ଜୁନ୍ 14 ରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ରାଜ୍ୟ ମନ୍ତ୍ରୀ ନେମଚା କିପଗେନଙ୍କ ସରକାରୀ କ୍ୱାର୍ଟରରେ ମଧ୍ୟ ଉପଦ୍ରବୀ ମାନେ ନିଆଁ ଲଗାଇଦେଇଥିଲେ ।
ମେ 2 ତାରିଖରୁ ଉତ୍ତର-ପୂର୍ବ ମଣିପୁରରେ ଅଶାନ୍ତି ଜାରି ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା କ୍ରମାଗତ ଭାବେ ବୃଦ୍ଧି ପାଉଛି । ମଣିପୁର ତିନି ଦିନିଆ ଗସ୍ତ ପରେ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀରେ ଏକ ସର୍ବଦଳୀୟ ବୈଠକ କରିଥିଲେ ମଧ୍ୟ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ ।












Click it and Unblock the Notifications