ମଣିପୁର ହିଂସା: ସେନା ଦଖଲରେ ରାଜ୍ୟ, ପାଞ୍ଚ ଦିନ ଇଣ୍ଟରନେଟ୍ ସେବା ବନ୍ଦ ହୋଇଗଲା, 8 ଟି ଜିଲ୍ଲାରେ କର୍ଫ୍ୟୁ

ଇମ୍ଫାଲ : ମଣିପୁରରେ ମୈତେଇ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ଅନ୍ତର୍ଭୁକ୍ତ କରିବା ଦାବିରେ ମଣିପୁରରେ ହିଂସା ପରିସ୍ଥିତି ଉପୁଜିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ଏବଂ ଆସାମ ରାଇଫଲ ସବୁଆଡେ ମୁତୟନ କରାଯାଇଛି । ଏଥି ସହିତ ଆଠଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ଏହା ବ୍ୟତୀତ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି । ଅଧିକରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଅଞ୍ଚଳକୁ ସ୍ଥାନାନ୍ତର କରିବା ଏବଂ ଆଇନ ବ୍ୟବସ୍ଥାର ପୁନରୁଦ୍ଧାର ପାଇଁ ଉଦ୍ୟମ ଚାଲିଛି ।
ମଣିପୁରରେ ହିଂସା ପରେ 4000 ଗ୍ରାମବାସୀଙ୍କୁ ସେନା ଏବଂ ଆସାମ ରାଇଫଲ୍ସ COB ଏବଂ ରାଜ୍ୟ ସରକାରଙ୍କ ପରିସରରେ ଆଶ୍ରୟ ଦିଆଯାଇଛି । ଏଥି ସହ ରାଜ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଫ୍ଲାଗ ମାର୍ଚ୍ଚ କରାଯାଉଛି । ସତର୍କତା ଭାବରେ ହିଂସା ସ୍ଥାନଠାରୁ ଅଧିକ ସୁରକ୍ଷିତ ସ୍ଥାନକୁ ଗ୍ରାମବାସୀଙ୍କୁ ପଠାଇବା କାମ ଚାଲିଛି ।
ଏହି ସମୟରେ ବକ୍ସିଂ ଚାମ୍ପିଅନ୍ ମେରି କମ୍ ଟ୍ୱିଟ କରି ରାଜ୍ୟର ସ୍ଥିତି ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ 'ମୋ ରାଜ୍ୟ ମଣିପୁର ଜଳୁଛି । ଦୟାକରି ସାହାଯ୍ୟ କରନ୍ତୁ ।' ସେ ଏ ନେଇ ସରକାର ଏବଂ ମିଡିଆ ହାଉସରୁ ସାହାଯ୍ୟ ଲୋଡିଛନ୍ତି । ରାଜ୍ୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସେନା ପକ୍ଷରୁ ସାହାଯ୍ୟ ଲୋଡ଼ିଛନ୍ତି । ସେ କହିଛନ୍ତି ଯେ ମଣିପୁରରେ ହିଂସା ସୃଷ୍ଟି ହୋଇଛି ।'
My state Manipur is burning, kindly help @narendramodi @PMOIndia @AmitShah @rajnathsingh @republic @ndtv @IndiaToday pic.twitter.com/VMdmYMoKqP
— M C Mary Kom OLY (@MangteC) May 3, 2023
ମଣିପୁରରେ କାହିଁକି ଉପୁଜିଛି ହିଂସା ?
ଅଲ୍ ଟ୍ରାଇବାଲ୍ ଷ୍ଟୁଜେଣ୍ଟ ୟୁନିଅନ୍ ମଣିପୁର ଦ୍ୱାରା ଡକାଯାଇଥିବା ଏକ 'ଆଦିବାସୀ ଏକଜୁଟତା ମାର୍ଚ୍ଚ' ସମୟରେ ଏହି ହିଂସା ଆରମ୍ଭ ହୋଇଥିଲା । ସେମାନଙ୍କର ଉଦ୍ଦେଶ୍ୟ ଥିଲା ଇମ୍ଫାଲ୍ ଉପତ୍ୟକା ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଅଣ-ଆଦିବାସୀ ମୈତଇଙ୍କୁ ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ପ୍ରଦାନ କରିବା । ଏହି ଆନ୍ଦୋଳନରେ ହଜାର ହଜାର ଆନ୍ଦୋଳନକାରୀ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ଟୋରବୁଙ୍ଗ ଅଞ୍ଚଳରେ ଆଦିବାସୀ ଏବଂ ଅଣ ଆଦିବାସୀମାନଙ୍କ ମଧ୍ୟରେ ହିଂସା ଦେଖାଦେଇଥିଲା ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ।
ATSUM କହିଛି ଯେ, ଏସଟି ବର୍ଗରେ ଅନ୍ତର୍ଭୁକ୍ତ ହେବା ପାଇଁ ମୈତେଇ ସମ୍ପ୍ରଦାୟର କ୍ରମାଗତ ଦାବି ଉପରେ ଅସନ୍ତୋଷ ବ୍ୟକ୍ତ କରିବା ପାଇଁ ଏହି ରାଲିର ଆୟୋଜନ କରାଯାଇଥିଲା । ରାଲି ସମୟରେ ମଣିପୁରରେ ଅନେକ ହିଂସା ଘଟଣାର ଖବର ମିଳିଥିଲା ।
ଖବର ଅନୁଯାୟୀ, ମଣିପୁରରେ ହୋଇଥିବା ହିଂସା ସମୟରେ ଚୁରାଚାନ୍ଦପୁର ଜିଲ୍ଲାର ତୁଇବଙ୍ଗ ତହସିଲ ଅଞ୍ଚଳର ତୋରବୁଙ୍ଗ ଗାଁର ନିର୍ଜନ ରାସ୍ତାରେ ଅନେକ ବିକ୍ଷୋଭକାରୀ ଟାୟାର ଏବଂ ଅନ୍ୟାନ୍ୟ ଜିନିଷ ଜାଳିଥିବାର ଦେଖାଯାଇଥିଲା ।
ଜଣେ ଅଧିକାରୀ ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛନ୍ତି ଯେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଅନେକ ରାଉଣ୍ଡ ଲୁହବୁହା ଗ୍ୟାସ ଗୁଳି ଚଳାଇଥିଲା । ଅଣ-ଆଦିବାସୀ ପ୍ରାଧାନ୍ୟ ଇମ୍ଫାଲ ୱେଷ୍ଟ, କାଚଚିଂ, ଥୁବାଲ, ଜିରିବାମ ଏବଂ ବିଷ୍ଣୁପୁର ଜିଲ୍ଲା ତଥା ଆଦିବାସୀ ପ୍ରାଧାନ୍ୟରେ ଥିବା ଚୁରଚାନ୍ଦପୁର, କାଙ୍ଗପୋକପି ଏବଂ ଟେଙ୍ଗନୁପାଲ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଥିଲା ।












Click it and Unblock the Notifications