Get Updates
Get notified of breaking news, exclusive insights, and must-see stories!

ଇସ୍ତଫା ଦେବେନି ମଣିପୁର ମୁଖ୍ୟମନ୍ତ୍ରୀ ବିରେନ ସିଂହ, ଇସ୍ତଫା ପତ୍ର ଚିରିଦେଲେ ସମର୍ଥକ !

ମଣିପୁର ହିଂସା ପରେ ବର୍ତ୍ତମାନର ସରକାରଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ମଧ୍ୟରେ ଆସିଛି ବଡ଼ ଖବର । ଏକ ଭାଇରାଲ ଭିଡିଓରେ ଦାବି କରାଯାଉଛି ଯେ କିଛି ମହିଳା ଏନ ବିରେନ ସିଂହଙ୍କ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରତିରୋଧ କରିଛନ୍ତି । ଏଥି ସହ ସିଏମ୍ ଏ ସମ୍ପର୍କରେ ପରିସ୍ଥିତିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ମୁଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସିଏମ ପଦରୁ ଇସ୍ତଫା ଦେବି ନାହିଁ ।

N Biren Singh

ଶୁକ୍ରବାର ଦିନ ଏକ ଭିଡିଓ ଭାଇରାଲ ହୋଇଥିଲା ଯେଉଁଥିରେ କିଛି ମହିଳା ଚିଠି ଚିରିଥିବାର ନଜର ଆସିଥିଲେ । ଭିଡିଓରେ ଦାବି କରାଯାଇଥିଲା ଯେ ଏହି ଚିଠିଟି ସିଏମ୍ ଏନ ବିରେନ ସିଂହଙ୍କ ଇସ୍ତଫା ପତ୍ର ଯାହା ମହିଳାମାନେ ଚିରି ଦେଇଛନ୍ତି । ଏହା ପୂର୍ବରୁ ଅନେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ରାଜ୍ୟପାଳଙ୍କୁ ଭେଟିବାକୁ ସିଏମ୍ ଇମ୍ଫାଲ ଯାଉଛନ୍ତି । ଏହି ସମୟରେ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିବେ ।

ଇସ୍ତଫା ଖବର ମଧ୍ୟରେ ସିଏମ ଏନ ବିରେନ ସିଂହ ଏକ ବିବୃତ୍ତି ଦେଇ ପରିସ୍ଥିତିକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଏଭଳି ଜଟିଳ ପରିସ୍ଥିତିରେ ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ମୁଁ ସିଏମ ପଦରୁ ଇସ୍ତଫା ଦେବି ନାହିଁ ।

ଭିଡିଓରେ ଚିରି ଦିଆଯାଇଥିବା ଚିଠିଟି ସିଏମ ଏନ ବିରେନ ସିଂହଙ୍କ ଇସ୍ତଫା ପତ୍ର ବୋଲି କୁହାଯାଉଛି । ତେବେ ସେ ଇସ୍ତଫାକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି । ଏଭଳି ପରିସ୍ଥିତିରେ ତାଙ୍କ ଇସ୍ତଫା ପତ୍ର ଲେଖିବାର କୌଣସି ପ୍ରଶ୍ନ ନାହିଁ । ତେବେ ଭାଇରାଲ୍ ଭିଡିଓ ନକଲି ବୋଲି କୁହାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+