ପୁଣି ହିଂସା କବଳରେ ମଣିପୁର ; 4 ଟି ଘରେ ନିଆଁ ଲଗାଇଦେଲେ ଦୁବୃର୍ତ୍ତ, କର୍ଫ୍ୟୁ କଡ଼ାକଡ଼ି

ମଣିପୁର ହିଂସା : ମଣିପୁରରେ ହିଂସା ବନ୍ଦ ହେବାର ନାମ ନେଉନାହିଁ । କର୍ଫ୍ୟୁ କବଳରେ ଥିବା ମଣିପୁରରେ ଗୁରୁବାର (ମେ 24) ବିଷ୍ଣୁପୁର ଜିଲ୍ଲାରେ ପୃଥକ ପୃଥକ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଖବର ଅନୁଯାୟୀ, କିଛି ଦୃବୃର୍ତ୍ତ 4 ଟି ଘରେ ନିଆଁ ଲଗାଇ ଦେଇଥିଲେ । 23 ମେ ରେ ହୋଇଥିବା ଅଗ୍ନିକାଣ୍ଡର ଜବାବରେ ଏହା କରାଯାଇଛି ।
ଏହାପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ବିଷ୍ଣୁପୁରର ଫୌବକଚାଓ ସମ୍ପ୍ରଦାୟର କିଛି ଲୋକ 3 ଟି ଘରେ ନିଆଁ ଲଗାଇ ଦେଇଥିଲେ । ଯାହା ପରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ସେହି ହିଂସାର ଜବାବରେ ଆଉ 4 ଟି ଘରେ ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । 2 ଜଣ ଗୁରୁତର ଆହତ ହୋଇଛନ୍ତି ।
ଅନ୍ୟପକ୍ଷରେ ମଣିପୁରର ପରିସ୍ଥିତିକୁ ନେଇ କଂଗ୍ରେସ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି । କଂଗ୍ରେସ ନେତା ଅଜୟ କୁମାର ଅଭିଯୋଗ କରିଛନ୍ତି ଯେ, ମେ 5 ତାରିଖରୁ ଇମ୍ଫାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହରେ 70 ମୃତଦେହ ପଡ଼ିଛି । ଚୁରାଚାନ୍ଦପୁରର ଶବ ବ୍ୟବଚ୍ଛେଦ ଗୃହରେ 18 ଟି ମୃତଦେହ ପଡ଼ିଛି, ସେମାନଙ୍କୁ ନେବାକୁ କେହି ନାହାଁନ୍ତି । ମଣିପୁରରେ ଏହା ହେଉଛି ପରିସ୍ଥିତି ।
इंफाल हॉस्पिटल के मॉर्चरी में 5 मई से अभी तक 70 लाशें पड़ी हैं।
चुराचांदपुर के मॉर्चरी में 18 लाशें पड़ी हुई हैं, जिन्हें लेने वाला कोई नहीं है।
मणिपुर में ये हालात हैं।
: @drajoykumar जी pic.twitter.com/uGmUyyMO3x
— Congress (@INCIndia) May 24, 2023
ହିଂସାତ୍ମକ ଘଟଣାକୁ ଦୃଷ୍ଟିରେ ରଖି ବିଷ୍ଣୁପୁର, ଇମ୍ଫାଲ ପୂର୍ବ ଏବଂ ଇମ୍ଫାଲ ପଶ୍ଚିମ ଜିଲ୍ଲାରେ କର୍ଫ୍ୟୁରେ ଥିବା କୋହଳକୁ ଜିଲ୍ଲା ପ୍ରଶାସନ ବାତିଲ କରିଦେଇଛି । ଏହାପୂର୍ବରୁ ସକାଳ 5 ଟାରୁ 4 ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯାଇଥିଲା ।
ଆମେ ଆପଣଙ୍କୁ କହି ରଖୁଛୁ ଯେ ମେ 3 ତାରିଖରୁ ମଣିପୁରରେ ହିଂସା ଦେଖାଦେଇଛି । ଏବେ ବି ରାଜ୍ୟରେ ହିଂସା ଲାଗି ରହିଛି । ଯଦିଓ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଲାଗୁ କରାଯାଇଥିଲା ଏବଂ ଇଣ୍ଟରନେଟ୍ ସେବା ସ୍ଥଗିତ ରଖାଯାଇଥିଲା, ତଥାପି ହିଂସା ଖବର ଜାରି ରହିଥିଲା ।
ଦୀର୍ଘ ଦିନ ଧରି ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ପାଇଁ ମୈତେଇ ସମ୍ପ୍ରଦାୟ ଆନ୍ଦୋଳନ କରୁଥିବାବେଳେ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିଲା । ତାଙ୍କ ଦାବିକୁ ବିରୋଧ କରି ମଣିପୁରୀ ଛାତ୍ର ସଂଗଠନ 'ଅଲ୍ ଆଦିବାସୀ ଛାତ୍ର ୟୁନିଅନ୍ ଅଫ୍ ମଣିପୁର' ମଧ୍ୟ ଏକ ଶୋଭାଯାତ୍ରା କରିଥିଲା, ଯାହା ପରେ ବିବାଦ ଆରମ୍ଭ ହୋଇଥିଲା ।












Click it and Unblock the Notifications