ଅଶାନ୍ତ ମଣିପୁର: ପଶ୍ଚିମ ଇମ୍ଫାଲର ତିନୋଟି ସ୍ଥାନରେ ହିଂସା, କଣ କହୁଛନ୍ତୁ ସୁରକ୍ଷା ପରାମର୍ଶଦାତା ?

manipur violence

ଉତ୍ତର-ପୂର୍ବ ଭାରତରେ ହିଂସା ଘଟଣା ଚିନ୍ତାଜନକ । ମଣିପୁର ଅସ୍ଥିରତା ପୁଣି ଥରେ ଉତ୍ତେଜନାମୂଳକ ପରିସ୍ଥିତିକୁ ସୂଚାଉଛି । ବୁଧବାର ଦିନ ଇମ୍ଫାଲ ପଶ୍ଚିମ ଜିଲ୍ଲାର କାଦଙ୍ଗବନ୍ଦ ଠାରେ ନୂଆ ହିଂସା ଆରମ୍ଭ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି ।

ମଣିପୁର ହିଂସା ବିଷୟରେ ନ୍ୟୁଜ୍ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ପଶ୍ଚିମ ଜିଲ୍ଲାର କାଦଙ୍ଗବନ୍ଦରୁ ତିନୋଟି ହିଂସା ଘଟଣା ଘଟିଛି । ହିଂସା ପରେ ଏହି ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି ।

ମଣିପୁରର ସୁରକ୍ଷା ପରାମର୍ଶଦାତା କୁଲଦୀପ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ କିଛି ସନ୍ଦିଗ୍ଧ ସଶସ୍ତ୍ର ଦୃବୃର୍ତ୍ତ କାଦଙ୍ଗବଣ୍ଡର ଉପର ପାହାଡରୁ ବୁଧବାର ଦିନ ପ୍ରାୟ 1.30 ସମୟରେ ଗୁଳି ଚଳାଇଥିଲେ ।

ସେ କହିଛନ୍ତି, "ଜଣେ ବ୍ୟକ୍ତିଙ୍କ ଡାହାଣ ହାତର ଛୋଟ ଆଙ୍ଗୁଠି ଏବଂ ଡାହାଣ ଜଙ୍ଘରେ ଗୁଳି ବାଜିଛି । ତାଙ୍କୁ ଚିକିତ୍ସା ପାଇଁ RIMS ଡାକ୍ତରଖାନା ନିଆଯାଇଛି । ବିଏସଏଫ ଏବଂ ଏମଆର ଏକ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଅପରେସନ୍ କରିଥିଲେ ଏବଂ ଅଞ୍ଚଳରେ ଶାନ୍ତି ଫେରାଇ ଆଣିଥିଲେ ।"

ଏହା ପୂର୍ବରୁ କର୍ଫ୍ୟୁ କବଳରେ ଥିବା ମଣିପୁରରେ ଗୁରୁବାର (ମେ 24) ବିଷ୍ଣୁପୁର ଜିଲ୍ଲାରେ ପୃଥକ ପୃଥକ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଥିଲେ । ଖବର ଅନୁଯାୟୀ, କିଛି ଦୃବୃର୍ତ୍ତ 4 ଟି ଘରେ ନିଆଁ ଲଗାଇ ଦେଇଥିଲେ । 23 ମେ ରେ ହୋଇଥିବା ଅଗ୍ନିକାଣ୍ଡର ଜବାବରେ ଏହା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+