ମଣିପୁର ଭୂ ସ୍ଖଳନ : 18 ଜଣ ହେଲେ ଉଦ୍ଧାର, 10 କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା
13 ଜଣ ଟେରିଟେରାଲ୍ ଆର୍ମି କର୍ମଚାରୀ ଏବଂ 5 ଜଣ ସାଧାରଣ ନାଗରିକଙ୍କ ସମେତ 18 ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିସହିତ ବର୍ତ୍ତମାନ ସୁଦ୍ଧା ମୋଟ 10 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରେ 9 ଜଣ ଟେରିଟୋରିଆଲ୍ ଆର୍ମି କର୍ମଚାରୀ ଅଟନ୍ତି ।
ଇମ୍ଫାଲ : ମଣିପୁରର ନୋନି ଜିଲ୍ଲାରେ ବୁଧବାର ଦିନ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା ଯେଉଁଥିରେ ଟେରିଟୋରିଆଲ୍ ଆର୍ମି କ୍ୟାମ୍ପ କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ପରେ ଭାରତୀୟ ସେନା, ଆସାମ ରାଇଫଲ୍ସ, ମଣିପୁର ପୋଲିସ ଏବଂ ଏନଡିଆରଏଫ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । 13 ଜଣ ଟେରିଟେରାଲ୍ ଆର୍ମି କର୍ମଚାରୀ ଏବଂ 5 ଜଣ ସାଧାରଣ ନାଗରିକଙ୍କ ସମେତ 18 ଜଣଙ୍କୁ ଉଦ୍ଧାର କରାଯାଇଛି । ଏଥିସହିତ ବର୍ତ୍ତମାନ ସୁଦ୍ଧା ମୋଟ 10 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁଥିରେ 9 ଜଣ ଟେରିଟୋରିଆଲ୍ ଆର୍ମି କର୍ମଚାରୀ ଅଟନ୍ତି ।

ଘଟଣାସ୍ଥଳରେ ଉପସ୍ଥିତ ଡିଜିପି ପି ଡୌଙ୍ଗେଲ କହିଛନ୍ତି ଯେ ଆମେ କଠିନ ପରିଶ୍ରମ କରୁଛୁ କିନ୍ତୁ ବର୍ଷା ହେତୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଛି । ଏହି ଅପରେସନରେ ବାୟୁସେନାର ସହାୟତା ମଧ୍ୟ ନିଆଯାଉଛି । ଭୂସ୍ଖଳନ ହେବାର କାରଣ ସମ୍ପର୍କରେ ସେ କହିଛନ୍ତି ଯେ ନିକଟରେ ରେଳ ଲାଇନ କାମ ଚାଲିଛି, ଭୂକମ୍ପ ଯୋଗୁଁ ଏହି ଘଟଣା ଘଟିଛି । ଏହି ଘଟଣାରେ କେତେ ଲୋକ ନିଖୋଜ ହୋଇଯାଇଛନ୍ତି ସେ ସମ୍ପର୍କରେ କୌଣସି ସ୍ପଷ୍ଚ ସୂଚନା ନାହିଁ ବୋଲି ସେ କହିଛନ୍ତି । ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ହିଁ ସମ୍ପୂର୍ଣ୍ଣ ଆକଳନ ବାହାରକୁ ଆସିବ ।
ଆପଣଙ୍କୁ କହି ରଖୁଛୁ ଜିରୀବାମକୁ ଇମ୍ଫାଲ ସହିତ ସଂଯୋଗ କରିବା ପାଇଁ ଏକ ରେଳ ଲାଇନ ନିର୍ମାଣ କରାଯାଉଛି । ଏହାର ସୁରକ୍ଷା ପାଇଁ 107 ଟେରିଟୋରିଆଲ୍ ଆର୍ମି କର୍ମଚାରୀ ନିୟୋଜିତ ହୋଇଥିଲେ । ବୁଧବାର ରାତିରେ ଏକ ବଡ଼ ଧରଣର ଭୂସ୍ଖଳନ ହୋଇଥିଲା । ଏହା ପରେ ଗୁରୁବାର ସକାଳେ ସେନା, ଆସାମ ରାଇଫଲ୍ସ, ମଣିପୁର ପୋଲିସ ଦ୍ୱାରା ଏକ ବିଶାଳ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications