Get Updates
Get notified of breaking news, exclusive insights, and must-see stories!

ମଣିପୁର ଭୂସ୍ଖଳନ : 81 କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା, ଫସି ରହିଛନ୍ତି 55 ଜଣ

ମଣିପୁରର ନୋନୀ ଜିଲ୍ଲାରେ ହୋଇଥଇବା ଭୂ ସ୍ଖଳନରେ ମୃତ୍ୟୁସଂଖ୍ୟା 81 କୁ ବୃଦ୍ଧି ପାଇଛି । ଏଥି ସହିତ, 55 ଜଣ ଲୋକ ନିଖୋଜ ଅଛନ୍ତି, ସେମାନଙ୍କ ସନ୍ଧାନ ଚାଲିଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଏହି ସୂଚନା ଦେଇଛନ୍ତି ।

ନୂଆଦିଲ୍ଲୀ : ମଣିପୁରର ନୋନୀ ଜିଲ୍ଲାରେ ହୋଇଥଇବା ଭୂ ସ୍ଖଳନରେ ମୃତ୍ୟୁସଂଖ୍ୟା 81 କୁ ବୃଦ୍ଧି ପାଇଛି । ଏଥି ସହିତ, 55 ଜଣ ଲୋକ ନିଖୋଜ ଅଛନ୍ତି, ସେମାନଙ୍କ ସନ୍ଧାନ ଚାଲିଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଏହି ସୂଚନା ଦେଇଛନ୍ତି । ମଣିପୁର ସିଏମ ଏନ ବିରେନ ସିଂହ କହିଛନ୍ତି ଯେ ନୋନୀ ଭୂସ୍ଖଳନ ରାଜ୍ୟ ଇତିହାସରେ ସବୁଠାରୁ ଖରାପ ଘଟଣା । ଆମେ 81 ଜୀବନ ହରାଇଛୁ, ସେଥିମଧ୍ୟରୁ 18 ଜଣ ସେନା କର୍ମଚାରୀ ଅଛନ୍ତି । ଏଥି ସହିତ ପ୍ରାୟ 55 ଜଣ ଲୋକ ଫସି ରହିଛନ୍ତି । ଅଧିକ ମାଟି ହେତୁ ସମସ୍ତ ଶବକୁ ବାହାର କରିବାକୁ 2-3 ଦିନ ଲାଗିବ ।

land slide

ମଣିପୁର ସିଏମ ଏନ ବିରେନ ସିଂହ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ଏନଡିଆରଏଫ ଏବଂ ସେନା କର୍ମଚାରୀଙ୍କୁ ମଧ୍ୟ ପଠାଇଛି । ମାଟି ଓଦା ଥିବାରୁ ଯାନବାହାନ ଚଳାଚଳ ପ୍ରଭାବିତ ହେଉଛି ଯାହା ବିଳମ୍ବ ଘଟାଉଛି... .. ଉଦ୍ଧାର କାର୍ଯ୍ୟ 2-3 ଦିନ ଅଧିକ ଲାଗିବ । ବୁଧବାର ଏବଂ ଗୁରୁବାର ମଧ୍ୟରାତ୍ରିରେ ଏହି ଭୂସ୍ଖଳନ ଘଟି ପର୍ବତର ଏକ ବଡ଼ ଅଂଶ ନଷ୍ଟ ହୋଇଯାଇଛି । ହାଓଚୋଙ୍ଗ ସବ-ଡିଭିଜନାଲ ଅଫିସର ସୋଲୋମନ ଏଲ ଫିମେଟ କହିଛନ୍ତି, "ସିଲଚର ଏବଂ କୋହିମାରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସଡିଆରଏଫ) ର ଅତିରିକ୍ତ ଦଳ ମଧ୍ୟ ସର୍ଚ୍ଚ ଅପରେସନ ଗୋଷ୍ଠୀରେ ଯୋଗ ଦେଉଛନ୍ତି ।

ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହ ଶୁକ୍ରବାର ଦ୍ୱିତୀୟ ଥର ପାଇଁ ଭୂସ୍ଖଳନ ସ୍ଥାନ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ମଣିପୁରର ମୁଖ୍ୟମନ୍ତ୍ରୀ ମୃତକଙ୍କ ସମ୍ପର୍କୀୟଙ୍କୁ 5 ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ 50,000 ଟଙ୍କା ଘୋଷଣା ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।

ଏହି ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ସନ୍ଧ୍ୟାରେ କହିଛନ୍ତି ଯେ ଏହି ଘଟଣାରେ ତାଙ୍କ ରାଜ୍ୟର 9 ଜଣ ସୈନିକଙ୍କ ମୃତ୍ୟୁ ହୋଇଛି । ମମତା ବାନାର୍ଜୀ କହିଛନ୍ତି ଯେ ମଣିପୁର ଭୂସ୍ଖଳନରେ ଦାର୍ଜିଲିଂ ହିଲ୍ସର (107 ଟେରିଟୋରିଆଲ୍ ଆର୍ମି ୟୁନିଟ୍) ନଅ ଜଣ ଯବାନ ଆହତ ହୋଇଥିବା ଜାଣି ଦୁଃଖିତ । ମୁଁ ତାଙ୍କ ମୃତ୍ୟୁରେ ଗଭୀର ଶୋକ କରୁଛି ଏବଂ ପରିବାର ସଦସ୍ୟଙ୍କୁ ମୋର ହୃଦୟରୁ ସମବେଦନା ଜଣାଉଛି ।

ଜିରିବାମରୁ ଇମ୍ଫାଲ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଳ ଲାଇନକୁ ସୁରକ୍ଷା ଦେବା ପାଇଁ ତୁପୁଲ ରେଳ ଷ୍ଟେସନ ନିକଟରେ ନିୟୋଜିତ ଭାରତୀୟ ସେନାର 107 ଟେରିଟୋରିଆଲ ଆର୍ମିର କମ୍ପାନୀ ସାଇଟ ନିକଟରେ ବୁଧବାର ଏବଂ ଗୁରୁବାର ମଧ୍ୟରାତିରେ ଭୂସ୍ଖଳନ ହୋଇଛି । ଅଧିକାରୀ କହିଛନ୍ତି ଯେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହେତୁ ଜିରିବାମ-ଇମ୍ଫାଲ ନୂତନ ଲାଇନ ପ୍ରକଳ୍ପର ତୁପୁଲ ଷ୍ଟେସନର କୋଠା ନଷ୍ଟ ହୋଇଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+