ଅନଲାଇନରେ ମିଳିବ ଦିବ୍ୟାଙ୍ଗ ପ୍ରମାଣପତ୍ର, ନିର୍ଦ୍ଦେଶ ଜାରି କଲେ କେନ୍ଦ୍ର ସରକାର
ଦେଶର ଦିବ୍ୟାଙ୍ଗ ପାଇଁ ପ୍ରମାଣ ପତ୍ର ଏବେ ଅନଲାଇନରେ ମିଳିପାରିବ । ଏନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ନୂଆଦିଲ୍ଲୀ : ଦେଶର ଦିବ୍ୟାଙ୍ଗ ପାଇଁ ପ୍ରମାଣ ପତ୍ର ଏବେ ଅନଲାଇନରେ ମିଳିପାରିବ । ଏନେଇ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମନ୍ତ୍ରାଳୟର ଭିନ୍ନକ୍ଷମ ବ୍ୟାପାର ବିଭାଗର ଟ୍ୱିଟ୍ ଅନୁସାରେ, ଜୁନ୍ ପହିଲାରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ UDID ପୋର୍ଟାଲ ମାଧ୍ୟମରେ ଅନଲାଇନରେ ବାଧ୍ୟତାମୂଳକ ଭାବେ ଦିବ୍ୟାଙ୍ଗ ପ୍ରମାଣପତ୍ର ଉପଲବ୍ଧ କରାଇବେ ।

ଦିବ୍ୟାଙ୍ଗଙ୍କ ପାଇଁ ପ୍ରମାଣ ପତ୍ର ପାଇବାକିୁ ସରଳ କରି କେନ୍ଦ୍ର ସରକାର ବର୍ତ୍ତମାନ ଅନଲାଇନରେ ପ୍ରମାଣ ପତ୍ର ପ୍ରଦାନ କରିବା ବାଧ୍ୟତାମୂଳକ କରିଛନ୍ତି । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ସୋମବାର ଏଥିପାଇଁ ଏକ ବିଜ୍ଞପ୍ତି ଜାରି କରିଛି ।
ବିଶେଷକରି କରୋନା ଭାଇରସ୍ ସଙ୍କଟ ସମୟରେ ଦିବ୍ୟାଙ୍ଗମାନେ ସେମାନଙ୍କର ପ୍ରମାଣପତ୍ର ପାଇବାରେ ଅସମର୍ଥ ହେଉଥିବାରୁ ଏଭଳି ପଦକ୍ଷେପ ନେବାକୁ ଦାବି କରାଯାଉଥିଲା । ଦିବ୍ୟାଙ୍ଗ ପାଇଁ ପ୍ରମାଣପତ୍ର ଏକ ଆବଶ୍ୟକତା କାରଣ ସେମାନେ ଡକ୍ୟୁମେଣ୍ଟ ମାଧ୍ୟମରେ ବିଭିନ୍ନ ସରକାରୀ ଯୋଜନାର ଲାଭ ପାଇପାରିବେ ।












Click it and Unblock the Notifications