ଶୁଣାଣିରେ ପରବର୍ତ୍ତୀ ତାରିଖ ମିଳିବାରୁ 'ସନି ଦେଓଲ' ବନିଲେ ବ୍ୟକ୍ତି, ଫିଲ୍ମ ଷ୍ଟାଇଲରେ କହିଲେ - 'ତାରିଖ ପେ ତାରିଖ...'
ଯେତେବେଳେ କୋର୍ଟରେ ଶୁଣାଣି ହୁଏ, ସେଠାରେ ଅନୁଶାସନ ଉପରେ ବହୁତ ଯତ୍ନ ନିଆଯାଏ, କିନ୍ତୁ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟରେ କିଛି ଘଟିଥିଲା, ଯାହା ସନି ଦେଓଲଙ୍କ 'ଦାମିନୀ' ଫିଲ୍ମ ଭଳି ଦୃଶ୍ୟ ସୃଷ୍ଟି ହୋଇଥିଲା ।
ନୂଆଦିଲ୍ଲୀ : କୋର୍ଟରେ ଶୁଣାଣି ସମୟରେ ଗୋଟିଏ ଗୋଟିଏ ମାମଲା ଦୀର୍ଧ ଦିନ ଧରି ଚାଲୁଥିବା ନେଇ ନଜିର ରହିଛି । ଯେତେବେଳେ କୋର୍ଟରେ ଶୁଣାଣି ହୁଏ, ସେଠାରେ ଅନୁଶାସନ ଉପରେ ବହୁତ ଯତ୍ନ ନିଆଯାଏ, କିନ୍ତୁ ଦିଲ୍ଲୀର କଡ଼କଡ଼ଡୁମା କୋର୍ଟରେ କିଛି ଘଟିଥିଲା, ଯାହା ସନି ଦେଓଲଙ୍କ 'ଦାମିନୀ' ଫିଲ୍ମ ଭଳି ଦୃଶ୍ୟ ସୃଷ୍ଟି ହୋଇଥିଲା ।

ସୂଚନାଯୋଗ୍ୟ ଜଣେ ବ୍ୟକ୍ତିଙ୍କ ମାମଲାର ଶୁଣାଣି ସମୟରେ କୋର୍ଟ ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିବାକୁ ବ୍ୟକ୍ତି ଜଣଙ୍କ ରାଗିଯାଇ କମ୍ପ୍ୟୁଟରକୁ ଗୋଇଠା ମାରିବା ସହ ଚେୟାର ପୋପାଡିବା ଆରମ୍ଭ କରିଥିଲେ । ଏତିକିରେ ସରିନଥିଲା ଏହି ହଙ୍ଗାମା । ସନି ଦେଓଲଙ୍କ 'ଦାମିନୀ' ଫିଲ୍ମର ସଂଳାପ 'ତାରିଖ ପେ ତାରିଖ ମିଲତା ହୈ, ଇନସାଫ୍ ନେହିଁ ମିଲତା ଜଜ୍ ସାବ୍' କହିଥିଲେ ।
ଜୁଲାଇ 17 ରେ କଡ଼କଡ଼ଡୁମା କୋର୍ଟ ନମ୍ବର 66 ରେ ଏହି ଘଟଣା ଦେଖିବାକୁ ମିଳିଛି । ଶାସ୍ତ୍ରୀନଗରର ରାକେଶ ନାମକ ଜଣେ ବ୍ୟକ୍ତିଙ୍କ ମାମଲା ଏଠାରେ ଚାଲିଛି । 2016 ରୁ ଏହି ମାମଲା ଚାଲିଛି । ମାମଲାର ତାରିଖ 17 ଜୁଲାଇରେ ଥିଲା, ରାକେଶ ସେହି ଦିନ ଆସିଥିଲେ । ମାମଲାର ଶୁଣାଣି ଚାଲିଥିଲା ଏବଂ ବିଚାରପତି ପରବର୍ତ୍ତୀ ତାରିଖ ଦେଇଥିଲେ । ଏହା ଉପରେ ରାକେଶ କ୍ରୋଧିତ ହୋଇ ଏପରି କରିବସିଲେ ।
ଅଦାଲତରେ ସନ୍ନି ଦେଓଲଙ୍କ ସଂଳାପ 'ତାରିକ୍ ପେ ତାରିଖ' କହିବାବେଳେ ରାକେଶ କମ୍ପ୍ୟୁଟର ଏବଂ ଆସବାବପତ୍ର ଭାଙ୍ଗିବା ଆରମ୍ଭ କରିଥିଲେ ଏବଂ କହିଥିଲେ ଯେ ତାଙ୍କୁ ନ୍ୟାୟ ମିଳୁ ନାହିଁ । ଏହା ଉପରେ କୋର୍ଟର କର୍ମଚାରୀ ପୋଲିସକୁ ସୂଚନା ଦେଇଥିଲେ, ପରେ ରାକେଶଙ୍କୁ ଗିରଫ କରାଯାଇଥିଲା । ପୋଲିସ ରାକେଶଙ୍କୁ ଗିରଫ କରି ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲା, ଯେଉଁଠାରୁ ତାଙ୍କୁ ଜେଲକୁ ପଠାଯାଇଥିଲା ।
ଚର୍ଚ୍ଚାରେ ଏହି ବିଷୟ
ପୋଲିସ କହିଛି ଯେ ଏହି ମାମଲା କ୍ରମାଗତ ଭାବେ ଦୀର୍ଘ ହେଉଥିବାରୁ ରାକେଶ ନିରାଶ ହୋଇ ଏସବୁ କରିଛନ୍ତି । ଯେଉଁଥିରେ ତାଙ୍କ ବିରୋଧରେ ଧାରା 353, 427 ଏବଂ 506 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଏହି ମାମଲା କୋର୍ଟରେ ଚର୍ଚ୍ଚାର ବିଷୟ ପାଲଟିଛି । ଅନେକ ଲୋକ ସୋଶାଲ ମିଡିଆରେ ଏହି ବିଷୟରେ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।












Click it and Unblock the Notifications