ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ଲଗାଇଦେଲେ ନିଆଁ, 9 ଆହତ, ତିନି ମୃତଦେହ ଜବତ

ଥିରୁଅନନ୍ତପୁରମ୍ : କେରଳର କୋଝିକୋଡ ଜିଲ୍ଲାରୁ ଏକ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ଚଳନ୍ତା ଟ୍ରେନରେ ଜଣେ ଦୁବୃର୍ତ୍ତ ଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଏହି ଘଟଣାରେ 9 ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ରାତି 10 ଟାରେ ଆଲାପୁଜା-କନ୍ନୁର ଏକ୍ଜ୍ୟୁକିଟିଭ୍ ଏକ୍ସପ୍ରେସ ଟ୍ରେନରେ ଏହି ଘଟଣା ଘଟିଛି । ଘଟଣା ସ୍ଥଳର 100 ମିଟର ଦୂରରେ ରେଳ ଧାରଣା ଉପରେ ତିନି ଜଣଙ୍କ ମୃତଦେହ ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି, ଘଟଣାର ତଦନ୍ତ କରାଯାଉଛି ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ରବିବାର ରାତିରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରବିବାର ଦିନ ଟ୍ରେନରେ ନିଆଁ ଲାଗିବା ଘଟଣା ପରେ ଏହି ତିନି ଜଣ ନିଖୋଜ ଥିଲେ ।
ଯେତେବେଳେ ଆଲାପୁଜା-କନ୍ନୁର ଏକ୍ଜିକ୍ୟୁଟିଭ୍ ଏକ୍ସପ୍ରେସ ଟ୍ରେନ୍ କୋରାପୁଜା ରେଳ ବ୍ରିଜ ନିକଟରେ ପହଞ୍ଚିଥିଲା, ସେତେବେଳେ ଜଣେ ଅଜ୍ଞାତ ବ୍ୟକ୍ତି ସହଯାତ୍ରୀଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥଲା ବୋଲି ପୋଲିସ କହିଛି । ଏଥିରେ ଆଠ ଜଣ ଆହତ ହୋଇଛନ୍ତି । ଏହି ଘଟଣା ପରେ ଅନ୍ୟ ଯାତ୍ରୀ ମାନେ ଚେନ୍ ଟାଣି ଟ୍ରେନ୍ ରଖିଥିଲେ । ଏହି ସମୟରେ ଅଭିଯୁକ୍ତ ଜଣକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଟ୍ରେନ୍ କନ୍ନୁରେ ପହଞ୍ଚିବା ପରେ କିଛି ଯାତ୍ରୀ ଅଭିଯୋଗ କରିଛନ୍ତି ଯେ ଦୁର୍ଘଟଣା ପରେ ଜଣେ ମହିଳା ଏବଂ ଶିଶୁ ନିଖୋଜ ଅଛନ୍ତି । ଯାତ୍ରୀ କହିଛନ୍ତି ଯେ ଆହତ ଜଣେ ବ୍ୟକ୍ତି ଟ୍ରେନରେ ମହିଳା ଏବଂ ଶିଶୁକୁ ଖୋଜୁଥିଲେ । ଆମେ ସେହି ମହିଳାଙ୍କ ଚପଲ ଏବଂ ଫୋନ୍ ପାଇଲୁ । କିଛି ଲୋକ ନିଖୋଜ ହେବାର ଖବର ସାମ୍ନାକୁ ଆସିବା ମାତ୍ରେ ପୋଲିସ ରେଳ ଟ୍ରାକ୍ ଖୋଜିବା ଆରମ୍ଭ କରିଥିଲା । ଏହି ସମୟରେ ପୋଲିସ ତିନି ଜଣଙ୍କ ମୃତଦେହ ଜବତ କରିଛି । ଏହି ଘଟଣାରେ ଅଗ୍ନିକାଣ୍ଡ ଘଟିବା ପରେ ଏହି ଲୋକମାନେ ଟ୍ରେନରୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ପୋଲିସ ସନ୍ଦେହ କରୁଛି । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଆମେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ସିସିଟିଭି ଫୁଟେଜରେ ଦେଖିଛୁ ।












Click it and Unblock the Notifications