ଓଡ଼ିଆ ନ ଜାଣିବାରୁ ଗଲା ସରପଞ୍ଚ ପଦ

ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି । ଏନେଇ ଛତ୍ରପୁର ସିଭିଲ କୋର୍ଟରେ ଏକ ମାମଲା ହୋଇଥିଲା ।

ବ୍ରହ୍ମପୁର : ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ଗଞ୍ଜାମ ଜିଲ୍ଲା ଅଗସ୍ତି ନୂଆଗାଁ ସରପଞ୍ଚ ପି.ସିମାଦ୍ରୀଙ୍କୁ ନିଜ ପଦ ହରାଇବାକୁ ପଡ଼ିଛି । ଏନେଇ ଛତ୍ରପୁର ସିଭିଲ କୋର୍ଟରେ ଏକ ମାମଲା ହୋଇଥିଲା । ତାଙ୍କ ବିରୋଧରେ ନିବାସୀ ଗୌଡ଼ ନାମକ ଜଣେ ବ୍ୟକ୍ତି ଛତ୍ରପୁର ସିଭିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଯେଉଁଥିରେ ସେ ଉଲ୍ଲେଖ କରିଥିଲ, ପି.ସିମାଦ୍ରୀ ଓଡ଼ିଆ ପଢି ନାହାନ୍ତି। ଏପରିକି ସେ ଦୁଇଟି ବିବାହ କରିଛନ୍ତି ଏବଂ ତାଙ୍କରି ଛଅଟି ସନ୍ତାନ ଅଛି ।

p-Simadree

ଓକିଲଙ୍କ ଜରିଆରେ ନିବାସୀ ଗୌଡ଼ ଏହି ପିଟିସନ୍‌ ଦାଖଲ କରିଥିଲେ । ଗତ ଶୁକ୍ରବାର ଛତ୍ରପୁର ସିଭିଲ୍‌ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଚାରି ଜଣଙ୍କ ସାକ୍ଷ୍ୟ ଗ୍ରହଣ କରି ବିଚାରପତି, ପି.ସିମାଦ୍ରୀଙ୍କ ସରପଞ୍ଚ ପଦ ରଦ୍ଦ କରିଛନ୍ତି । ଓଡ଼ିଆ ଭାଷା ଲେଖି ପଢି ଜାଣିନଥିବା ଯୋଗୁ ସରପଞ୍ଚଙ୍କୁ ପଦରୁ ବହିଷ୍କାର କରାଯାଇଛି ବୋଲି ନିବାସୀ ଗୌଡ଼ଙ୍କ ଓକିଲ ଶ୍ରୀକାନ୍ତ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏଠାରେ ସୂଚନାଥାଉକି 2017 ପଞ୍ଚାୟତ ନିର୍ବାଚନରେ ପି.ସିମାଦ୍ରୀ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ସିମାଦ୍ରୀଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ନିବାସୀ ଗୌଡ ପରାଜିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+