ମ୍ୟାନ୍ ଇଟର ଟାଇଗରକୁ ସୁଟ୍, 6 ମାସରେ 8 ଜଣଙ୍କୁ କରିଥିଲା ଶିକାର
ଗତ 6 ମାସ ମଧ୍ୟରେ ଏହି ବାଘ 8 ଜଣଙ୍କୁ ଶିକାର କରିଥିଲା । ବାଘର ଆତଙ୍କ ବଢୁଥିବାରୁ ତାକୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ପାଟନା : ବାଲ୍ମିକୀ ଟାଇଗର ରିଜର୍ଭର ତରାଇ ଅଞ୍ଚଳରେ ଲୋକମାନେ ମଣିଷ ଖିଆ ବାଘ ଯୋଗୁଁ ଭୟଭୀତ ଅବସ୍ଥାରେ ରହୁଥିଲେ । ମଣିଷ ଖିଆ ବାଘ ଯୋଗୁଁ ଲୋକଙ୍କ ମଧ୍ୟରେ ଭୟ ରହିଥିଲା । ଏହି ବାଘରୁ ମାରିବାକୁ ଏକ ଟିମ୍ ଗତ କିଛି ଦିନ ହେବ ପ୍ରୟାସ କରୁଥିଲେ । ଶେଷରେ ଶନିବାର ବିହାରର ପଶ୍ଚିମ ଚମ୍ପରାନରେ ଏହାକୁ ମରାଯାଇଛି । ଏହି ମଣିଷ ଖିଆ ବାଘକୁ ନିୟନ୍ତ୍ରଣ କରିବା ପାଇଁ ଗ୍ରାମାଞ୍ଚଳରୁ ଜଙ୍ଗଲ ପର୍ଯ୍ୟନ୍ତ ଜଙ୍ଗଲ କର୍ମଚାରୀଙ୍କ ଟିମ୍ ନିୟୋଜିତ ହୋଇଥିଲେ । ତଥାପି ବାଘ ମଣିଷକୁ ଶିକାର କରୁଥିଲା । ତେଣୁ ଏହାକୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଶନିବାର ଦିନ ଏହି ଟିମ୍ ବାଘକୁ ମାରିବାରେ ସଫଳ ହୋଇଥିଲା ।

ଆପଣଙ୍କୁ କହି ରଖୁଛୁ ଯେ ବାଘକୁ ଉଦ୍ଧାର କରିବା ପାଇଁ ଦଳ 24 ଘଣ୍ଟା ସିଫ୍ଟରେ କାମ କରୁଥିଲା । ପାଟ୍ରୋଲିଂ ଦଳ ଏହି ଅଞ୍ଚଳ ଉପରେ ନଜର ରଖିବା ସହ 'ମଣିଷ ଖିଆ ବାଘ' କୁ ନିୟନ୍ତ୍ରଣ କରିବା ପାଇଁ ସୁଯୋଗ ଖୋଜୁଥିଲେ । ଗ୍ରାମବାସୀଙ୍କୁ ଜଙ୍ଗଲ ଅଞ୍ଚଳକୁ ଯିବାକୁ ବାରଣ କରାଯାଇଥିଲା । ବାଘକୁ ଧରିବାକୁ ଚେଷ୍ଟା କରୁଥିବାବେଳେ ଅନେକ ଜଙ୍ଗଲ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ।
ସୂଚନାଯୋଗ୍ୟ ଯେ ଗତ 6 ମାସ ମଧ୍ୟରେ ଏହି ବାଘ 8 ଜଣଙ୍କୁ ଶିକାର କରିଥିଲା । ବାଘର ଆତଙ୍କ ବଢୁଥିବାରୁ ତାକୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରଥମେ ବାଘକୁ ଉଦ୍ଧାର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।












Click it and Unblock the Notifications