Get Updates
Get notified of breaking news, exclusive insights, and must-see stories!

ପ୍ରଧାନମନ୍ତ୍ରୀଙ୍କୁ ଦେଲେ 'ୟାସ୍' କ୍ଷୟକ୍ଷତିର ରିପୋର୍ଟ, କହିଲେ ବିଳମ୍ବ ହେବାର କାରଣ

ବାତ୍ୟା 'ୟାସ୍' କ୍ଷୟକ୍ଷତି ନେଇ ସମୀକ୍ଷା ନେଇ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବା ନେଇ ଥିଲା ଯୋଜନା । କିନ୍ତୁ ବିଳମ୍ବରେ ଆସିଲେ ମୁଖ୍ୟମନ୍ତ୍ରୀ, ରିପୋର୍ଟ ଦେଇ ଚାଲିଗଲେ ।

କୋଲକାତା : ବାତ୍ୟା 'ୟାସ୍' କ୍ଷୟକ୍ଷତି ନେଇ ସମୀକ୍ଷା ନେଇ ପଶ୍ଚିମବଙ୍ଗରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବା ନେଇ ଥିଲା ଯୋଜନା । କିନ୍ତୁ ବିଳମ୍ବରେ ଆସିଲେ ମୁଖ୍ୟମନ୍ତ୍ରୀ, ରିପୋର୍ଟ ଦେଇ ଚାଲିଗଲେ । ରହିଲେ ମାତ୍ର 15 ମିନିଟ୍ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 30 ମିନିଟ ବିଳମ୍ବରେ ବୈଠକରେ ପହଞ୍ଚିଥିଲେ ।

Mamata-Banerjee

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟରେ ବାତ୍ୟା 'ୟାସ୍' ଦ୍ୱାରା ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଏକ ରିପୋର୍ଟ ଦାଖଲ କରିଛନ୍ତି । ସମୀକ୍ଷା ବୈଠକରେ 30 ମିନିଟ୍ ବିଳମ୍ବରେ ପହଞ୍ଚିବା ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ କାରଣ ଦର୍ଶାଇଛନ୍ତି। ସେ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀ ସମୀକ୍ଷା ବୈଠକ ଡାକିଥିଲେ, ମୁଁ ଜାଣି ନଥିଲି ଯେ ଆମେ ଦିଘାରେ ସାକ୍ଷାତ କରିବୁ । ତଥାପି ମୁଁ ତାଙ୍କୁ କାଲାଇକୁଣ୍ଡରେ ଭେଟିଥିଲି ଏବଂ ତାଙ୍କୁ ଏକ ରିପୋର୍ଟ ଦେଇ ଦିଘା ବିକାଶ ଏବଂ ସୁନ୍ଦରବନ୍ ବିକାଶ ପାଇଁ 20,000 କୋଟି ଏବଂ 10,000 କୋଟି ଟଙ୍କା ଆର୍ଥିକ ସହାୀୟତା ଯୋଗାଇ ଦେବାକୁ ଅନୁରୋଦ କରିଥିଲି । ମୋତେ ରାଜ୍ୟସ୍ତରୀୟ ଅଧିକାରୀମାନେ କହିଥିଲେ ଯେ ସେମାନେ ମୋତେ ଭେଟିବାକୁ ଚାହୁଁଛନ୍ତି, ଏହା ପରେ ମୁଁ ସେମାନଙ୍କ (PM) ଅନୁମତି ନେଇ ଚାଲିଗଲି ।"

ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ମମତା ବାନାର୍ଜୀ ମଧ୍ୟ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଯେ, 'ହିଙ୍ଗଲଗଞ୍ଜ ଏବଂ ସାଗରରେ ସମୀକ୍ଷା ବୈଠକ ପରେ ମୁଁ କାଲାଇକୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି । ସେଠାରେ ପଶ୍ଚିମବଙ୍ଗରେ ୟାସ ଦ୍ୱାରା ହୋଇଥିବା କ୍ଷୟକ୍ଷତି ବିଷୟରେ ଅବଗତ କରାଇଲି ଏବଂ ବିପର୍ଯ୍ୟୟ ରିପୋର୍ଟ ମଧ୍ୟ ଦେଇଥିଲି । ଏହା ପରେ ମୁଁ ବର୍ତ୍ତମାନ ଦିଗାରେ ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିବାକୁ ଯାଉଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଆଜି ଓଡ଼ିଶାର ଭଦ୍ରକ ଓ ବାଲେଶ୍ୱ ଜିଲ୍ଲା ଏବଂ ବଙ୍ଗଳାର 24 ପ୍ରଗଣା ଜିଲ୍ଲାର ଆକାଶମାର୍ଗରୁ ପରିଦର୍ଶନ କରିବା ପରେ 1 ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି । ସେଥିରୁ 500 କୋଟି ଟଙ୍କା ଓଡ଼ିଶାକୁ ଏବଂ ବାକି 500 କୋଟି ଟଙ୍କା ବଙ୍ଗଳା ଓ ଝାରଖଣ୍ଡ ପାଇଁ ଘୋଷଣା କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+