Get Updates
Get notified of breaking news, exclusive insights, and must-see stories!

ଭାରତୀୟଙ୍କ ପାଇଁ ଭିସା ମୁକ୍ତ ପ୍ରବେଶ ଘୋଷଣା କଲା ମାଲେସିଆ

India-Malaysia Visa Free Travel: ଭାରତ ନାଗରିକଙ୍କ ପାଇଁ ଖୁସି ଖବର । ମାଲେସିଆ ଯିବାକୁ ହେଲେ ଲାଗିବନି ଭିସା । ମାଲେସିଆ ଭିସା ମୁକ୍ତ ପ୍ରବେଶ ଆରମ୍ଭ କରିବ । ଅର୍ଥାତ୍ ବର୍ତ୍ତମାନ ଭାରତୀୟ ଲୋକଙ୍କୁ ମାଲେସିଆ ଯିବାକୁ ଭିସା ନେବା ଆବଶ୍ୟକ ନାହିଁ । ଏନେଇ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ପକ୍ଷରୁ ବ୍ଲୁମବର୍ଗ ସୂଚନା ଦେଇଛି ।

Malaysia visa

ରବିବାର ଦିନ ତାଙ୍କ ପିପୁଲ୍ସ ଜଷ୍ଟିସ ପାର୍ଟିର ବାର୍ଷିକ କଂଗ୍ରେସରେ ଦେଇଥିବା ଅଭିଭାଷଣରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର କହିଛନ୍ତି, ଭାରତୀୟ ଏବଂ ଚୀନ୍ ନାଗରିକମାନେ 30 ଦିନ ପର୍ଯ୍ୟନ୍ତ ବିନା ଭିସାରେ ମାଲେସିଆରେ ରହିପାରିବେ । ତେବେ ଭିସା ପ୍ରଦାନ ସୁରକ୍ଷା ଯାଞ୍ଚ ଅଧୀନରେ ରହିବ ।

ଶ୍ରୀଲଙ୍କା, ଭିଏତନାମ ଏବଂ ଥାଇଲ୍ୟାଣ୍ଡ ପରେ ମାଲେସିଆ ଚତୁର୍ଥ ଦେଶ ହୋଇପାରିଛି ଯାହା ଭାରତୀୟ ନାଗରିକଙ୍କ ପାଇଁ ଭିସାମୁକ୍ତ ପ୍ରବେଶ ଘୋଷଣା କରିଛି । ବ୍ଲୁମବର୍ଗ କହିଛି ଯେ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ମାଲେସିଆ ଏହାର ପର୍ଯ୍ୟଟନ କ୍ଷେତ୍ରକୁ ଶୀଘ୍ର ବିସ୍ତାର କରିବାକୁ ଚାହୁଁଛି । ଭାରତୀୟ ନାଗରିକମାନେ ସାରା ବିଶ୍ୱରେ ଭ୍ରମଣ କରିବା ନେଇ ଜଣାଶୁଣା, ତେଣୁ ମାଲେସିଆ ଭାରତ ଏବଂ ଚୀନ୍ ନାଗରିକମାନଙ୍କୁ ଏହାର ପର୍ଯ୍ୟଟନ କ୍ଷେତ୍ରକୁ ଆକର୍ଷିତ କରିବାକୁ ଚେଷ୍ଟା କରୁଛି ।

ଚଳିତ ମାସ ଆରମ୍ଭରେ ଭିଏତନାମର ସଂସ୍କୃତି, କ୍ରୀଡ଼ା ଏବଂ ପର୍ଯ୍ୟଟନ ମନ୍ତ୍ରୀ ନଗୁଏନ ୱାନ ଜଙ୍ଗ ଦେଶର ପର୍ଯ୍ୟଟନ କ୍ଷେତ୍ରର ପୁନରୁଦ୍ଧାରକୁ ବୃଦ୍ଧି କରିବା ପାଇଁ ଚୀନ୍ ଏବଂ ଭାରତ ଭଳି ପ୍ରମୁଖ ବଜାର ପାଇଁ ସ୍ୱଳ୍ପକାଳୀନ ଭିସା ଛାଡ କରିବାକୁ ଆହ୍ୱାନ ଦେଇଛନ୍ତି ବୋଲି ଭିଏତନାମର ନ୍ୟୁଜ୍ ଏଜେନ୍ସି VnExpress ରିପୋର୍ଟ କରିଛି । ସମ୍ପ୍ରତି ଜର୍ମାନୀ, ଫ୍ରାନ୍ସ, ସ୍ୱିଡେନ, ଇଟାଲୀ, ସ୍ପେନ୍, ଡେନମାର୍କ ଏବଂ ଫିନଲ୍ୟାଣ୍ଡର ନାଗରିକମାନେ ଭିସା ବିନା ଭିଏତନାମ ଯାଇପାରିବେ ।
ଥାଇଲ୍ୟାଣ୍ଡ ପୂର୍ବରୁ ଶ୍ରୀଲଙ୍କା ମଧ୍ୟ ସାତୋଟି ଦେଶରୁ ଯାତ୍ରୀଙ୍କୁ ମାର୍ଚ୍ଚ 31, 2024 ପର୍ଯ୍ୟନ୍ତ ପାଞ୍ଚ ମାସ ପାଇଁ ମାଗଣା ଭିସା ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରିଥିଲା । ଏହି ଦେଶଗୁଡ଼ିକ ହେଉଛି ଭାରତ, ଚୀନ୍, ରୁଷ, ମାଲେସିଆ, ଜାପାନ ଏବଂ ଇଣ୍ଡୋନେସିଆ । ଏହି ପଦକ୍ଷେପ ଦ୍ୱାରା ଦ୍ୱୀପ ଦେଶକୁ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+